ETV Bharat / sitara

ଲକଡାଉନରେ ସଲମାନ-ଜ୍ୟାକଲିନଙ୍କ ଭରପୂର ରୋମାନ୍ସ, ଦେଖନ୍ତୁ ଭିଡିଓ

ଲକଡାଉନରେ ସୁଟିଂ କରିଥିବା ଗୀତ ଶେଷରେ ରିଲିଜ କରିଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ । ଏଥିରେ ସଲମାନଙ୍କ ସହ ନଜର ଆସିଛନ୍ତି କିକ୍ କୋଷ୍ଟାର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ଅଧିକ ପଢନ୍ତୁ...

author img

By

Published : May 12, 2020, 5:09 PM IST

ତେରେ ବିନାରେ ସଲ୍ଲୁ-ଜ୍ୟାକଙ୍କ ରୋମାନ୍ସ
ତେରେ ବିନାରେ ସଲ୍ଲୁ-ଜ୍ୟାକଙ୍କ ରୋମାନ୍ସ

ମୁମ୍ବାଇ: ଲକଡାଉନରେ ସୁଟିଂ କରିଥିବା ଗୀତ ଶେଷରେ ରିଲିଜ କରିଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ । ଏଥିରେ ସଲମାନଙ୍କ ସହ ନଜର ଆସିଛନ୍ତି କିକ୍ କୋ-ଷ୍ଟାର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । କିକ୍ ପରେ ଏଥିରେ ପୁଣି ସଲ୍ଲୁ-ଜ୍ୟାକଙ୍କ ରୋମାନ୍ସ ଦେଖିବାକୁ ମିଳିଛି ।

  • " class="align-text-top noRightClick twitterSection" data="">

ସଲମାନ ଖାନ ଫିଲ୍ମସ ବ୍ୟାନର ଅଧୀନରେ ଏହା ରିଲିଜ ହୋଇଛି । ଏଥିରେ ଦବଙ୍ଗ ଷ୍ଟାର ଆକ୍ଟିଂ କରିବା ସହ ଗୀତ ମଧ୍ୟ ଗାଇଛନ୍ତି । ନିଜ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ସେ ଏହି ଗୀତ ରିଲିଜ କରିଛନ୍ତି । ମୋଟ 4 ମିନିଟ୍ ଓ 20 ସେକେଣ୍ଡର ଏହି ଗୀତ ସଲମାନଙ୍କ ପ୍ରଥମ ସିଙ୍ଗଲ ସଙ୍ଗ ଯାହା କୌଣସି ଫିଲ୍ମରେ ସ୍ଥାନ ପାଇନାହିଁ । ଏହାକୁ ଅଜୟ ଭାଟିଆ କମ୍ପୋଜ କରିଛନ୍ତି ଏବଂ ଶବୀର ଅହମ୍ମଦ ଲେଖିଛନ୍ତି ।

ସଲମାନଙ୍କ ଫାର୍ମ ହାଉସରେ ଏହି ଗୀତର ସୁଟିଂ ହୋଇଛି । କିକର 2 ଷ୍ଟାର ପୁଣିଥରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି । ଗୀତ ସୁଟିଂ ବେଳେ କେବଳ ସଲମାନ, ଜ୍ୟାକଲିନ ଓ ଡିରେକ୍ଟର ଅଫ ଫଟୋଗ୍ରାଫର ଉପସ୍ଥିତ ଥିଲେ । ଫାର୍ମ ହାଉସର ଅଳ୍ପ କିଛି ଜାଗାରେ ଏହାର ସୁଟିଂ ହୋଇଛି । ପ୍ରଥମ ଥର ପାଇଁ ବିନା କୌଣସି ନିର୍ଦ୍ଦେଶକ ଓ ସାଜସଜ୍ଜାରେ ଏହି ଗୀତ ସୁଟିଂ ହେବା ସହ ଅଧିକ ଖର୍ଚ୍ଚ ହୋଇନାହିଁ ।

ଏହାକୁ ତିଆରି କରିବାରେ ମାତ୍ର 4 ଦିନ ଲାଗିଥିଲା । ଏଥିରେ ଜ୍ୟାକଲିନ କୌଣସି ମହଙ୍ଗା ଡ୍ରେସ କିମ୍ବା ମେକଅପରେ ନଜର ଆସିନାହାନ୍ତି । ଏହାକୁ ତାଙ୍କ ବ୍ୟାନରର ସବୁଠାରୁ କମ ବଜେଟର ଗୀତ ବୋଲି ସଲମାନ କହିଛନ୍ତି । ଏହାସହ ସେ କହିଛନ୍ତି ଯେ ଏଥିରୁ ଏକ ଶିକ୍ଷା ମିଳିଲା ଯେ ମାତ୍ର 3ରୁ 4 ଜଣରେ ଗୋଟିଏ ଗୀତ ସୁଟିଂ ହୋଇପାରିବ । ସେହିପରି ସମସ୍ତେ ୱାଇଫାଇ ବ୍ୟବହାର କରୁଥିବାରୁ ଇଣ୍ଟରନେଟ୍ ସ୍ଲୋ ଥିଲା । ତେଣୁ କିଛି ଫାଇଲ ଡାଉନଲୋଡ କରିବା ପାଇଁ 24ରୁ 36 ଘଣ୍ଟା ଲାଗିଯାଉଥିଲା । ଗୀତର ଏଡିଟ କରିବାରେ ବହୁତ ଅଧିକ ସମୟ ଲାଗିଥିଲା ବୋଲି ଭାଇଜାନ କହିଛନ୍ତି ।

ପୂର୍ବରୁ ଇନଷ୍ଟାଗ୍ରାମରେ ଏହି ଗୀତ ସମ୍ପର୍କରେ ଏକ ଭିଡିଓ ଭାଇଜାନ ସେୟାର କରିଥିଲେ । ଏଥିରେ ସେ ଅଭିନେତା ୱାଲୁଶ୍ଚା ଡି ସୌଜାଙ୍କ ସହ ସାକ୍ଷାତକାର ଦେଉଥିଲେ । ଏଥିରେ ସେ କ୍ୟାପସନ ଲେଖିଥିଲେ ଇଣ୍ଟରଭିୟୁ ତେରେ ବିନା ।

ପ୍ରକାଶ ଥାଉ କି ସଲମାନ ଲକଡାଉନରେ ନିଜ ଫାର୍ମ ହାଉସରେ ପ୍ରାୟ 20 ଜଣ ଲୋକଙ୍କ ସହ ଫସିଯାଇଛନ୍ତି । ତେବେ ଏହି ସମୟରେ ସେ ଲୋକଙ୍କୁ ଘରୁ ନବାହାରିବାକୁ ସଚେତନ କରିବା ସହ ଏକ ଗୀତ ଗାଇ ଅପଲୋଡ କରିଥିଲେ । ଏହାସହ ଫାର୍ମ ହାଉସ ପାଖରେ ଥିବା ଗାଁରେ ସେ ଖାଦ୍ୟ ସାମଗ୍ରୀ ବାଣ୍ଟିଥିଲେ । ସେହିପରି ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ 25 ହଜାର ଦିନ ମଜୁରିଆଙ୍କୁ ସେ ସାହାଯ୍ୟ କରିଛନ୍ତି । ବିଙ୍ଗ ହାଙ୍ଗ୍ରି ଦ୍ବାରା ଗରିବ ଓ ଅସହାୟଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ବଲିଉଡର ଟାଇଗର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.