ମୁମ୍ବାଇ: ‘ମରଜାୱାଂ’ ଅଭିନେତ୍ରୀ ତାରା ସୁତାରିୟାଙ୍କ ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଚହଳ ସୃଷ୍ଟି କରିଛି । ଭିଡିଓରେ ସାରା ଷ୍ଟେଜରେ ଜବରଦସ୍ତ ଡାନ୍ସ କରୁଥିବାର ନଜର ଆସୁଛନ୍ତି । ସବୁଠାରୁ ମୁଖ୍ୟ କଥା ହେଲା ଯେ ତାରା ଅଭିନେତ୍ରୀ କରୀନା କପୁର ଖାନଙ୍କ କଜନ ଆଦର ଜୈନଙ୍କ ସହ ଡାନ୍ସ କରୁଥିବାର ଦେଖାଯାଉଛନ୍ତି ।
ତାରା ଓ ଆଦର ଫେମସ ଗୀତ ‘ଦିଲ ଲୁଟିୟା’ରେ ଡାନ୍ସ କରି ଦର୍ଶକଙ୍କ ମନ କିଣିଛନ୍ତି । ଦୁଇଜଣଙ୍କ ଏହି ଭିଡିଓକୁ ଫେମସ ଫ୍ୟାସନ ଡିଜାଇନର ମନୀଷ ମଲହୋତ୍ରା ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଭିଡିଓରେ ତାରା ହ୍ବାଇଟ କଲରର ଲେହେଙ୍ଗା ପିନ୍ଧିଛନ୍ତି । ମନୀଷଙ୍କ ଏହି ଆଉଟଫିଟରେ ତାରା ସବୁଥର ପରି ଖୁବ୍ ସୁନ୍ଦର ନଜର ଆସୁଛନ୍ତି । ବର୍ତ୍ତମାନ ତାଙ୍କ ଏହି ଭିଡିଓରେ ଫ୍ୟାନ୍ସଙ୍କ ମଜାଦାର କମେଣ୍ଟ ଦେଖିବାକୁ ମିଳୁଛି ।
ପ୍ରକାଶ ଥାଉକି କିଛି ଦିନ ହେବ ତାରା ଓ ଆଦରଙ୍କ ରିଲେସନଶିପକୁ ନେଇ ବଲିଉଡ ଗ୍ୟାଲେରିରେ ଚର୍ଚ୍ଚା ଜୋର ଧରିଛି । ଶୁଣିବାକୁ ମିଳୁଛି ଯେ ଏହି ଯୋଡି ପରସ୍ପରକୁ ଡେଟ ମଧ୍ୟ କରୁଛନ୍ତି । ହେଲେ ଏଯାବତ ଏହି ଦୁଇଜଣଙ୍କ ନିଜ ରିଲେସନଶିପକୁ ନେଇ କୌଣସି ଖୁଲାସା କରିନାହାଁନ୍ତି । କିନ୍ତୁ ପରସ୍ପର ସହ ଅନେକଥର ଏକାଠି ନଜର ଆସିସାରିଛନ୍ତି ତାରା ଓ ଆଦର ।