ETV Bharat / sitara

ସୁଟିଂ ସେଟରେ ଆହତ ହେଲେ ତାପସୀ

‘ଗେମ ଓଭର’ ସୁଟିଂ ସମୟରେ ଆହତ ହୋଇଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ । ହାତ ଓ ଗୋଡରେ ଆଘାତ ଲାଗିଥିବା ନିଜେ ସୂଚନା ଦେଇଛନ୍ତି ତାପସୀ ।

author img

By

Published : Jun 9, 2019, 9:02 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ହୋଇଛନ୍ତି ଆହତ । ତାମିଲ-ତେଲୁଗୁ ଫିଲ୍ମ ‘ଗେମ ଓଭର’ର ସୁଟିଂ ସମୟରେ ଲାଗିଛି ଆଘାତ । ଏନେଇ ଏକ ଫଟୋ ପୋଷ୍ଟ କରିଛନ୍ତି ତାପସୀ । ଏଥିରେ ତାପସୀଙ୍କ ହାତ ଓ ଗୋଡରେ ଆଘାତ ଲାଗିଛି ।

injured
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/taapsee

ତାପସୀଙ୍କ ଏହି ଫଟୋ ପୋଷ୍ଟ ପରେ ଫ୍ୟାନ୍ସ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଜାଣିବାକୁ ଚାହିଁଛନ୍ତି । ଫଟୋର କ୍ୟାପସନରେ ତାପସୀ ଲେଖିଥିଲେ, ‘ବରଫ ପାହାଡରେ ସିଫନ ଶାଢୀ ପିନ୍ଧି 25ଦିନ ପର୍ଯ୍ୟନ୍ତ କାମ କରିବା ବହୁତ କଷ୍ଟ...ସେଥିପାଇଁ ମୁଁ ଏହା ବାଛିଚି’ ।

ତାପସୀଙ୍କ ଏହି ଫଟୋ ଦେଖି ଅଭିନେତ୍ରୀ ନିନା ଗୁପ୍ତା ଜଲଦି ଭଲ ହେବା ପାଇଁ ପ୍ରାର୍ଥନା କରିଛନ୍ତି । ତେବେ ତାପସୀଙ୍କୁ ସତରେ ଆଘାତ ଲାଗିଛି ନାଁ ଏହା ମେକଅପ, ସେ ବିଷୟରେ ସ୍ପଷ୍ଟ ହୋଇପାରିନାହିଁ ।

ପ୍ରକାଶ ଥାଉକି, ଫିଲ୍ମ ‘ଗେମ ଓଭର’ରେ ତାପସୀ ଜଣେ ଗେମ ଅପରେଟରର ଭୂମିକାରେ ନଜର ଆସିବେ । ତାପସୀ ସେଟରୁ ବିଭିନ୍ନ ଫଟୋ ଓ ଭିଡିଓ ସେୟାର କରିବା ସହ ଫ୍ୟାନ୍ସଙ୍କୁ ଫିଲ୍ମ ବିଷୟରେ ଖବର ଦିଅନ୍ତି ।

Intro:Body:

dfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.