ETV Bharat / sitara

କୋର୍ଟରେ ସୈଫଙ୍କ ତାଣ୍ଡବ, ଆସନ୍ତା 23ରେ ଶୁଣାଣି

ସୋମବାର ସଂଧ୍ୟାରେ ଓଟିଟିରେ ଆପତ୍ତିଜନକ କମେଣ୍ଟ ଓ ତାଣ୍ଡବ ୱେବ ଲିରିଜକୁ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ କୌଣସି ଗୁରୁତ୍ବପୂ୍ର୍ଣ୍ଣ ନିଷ୍ପତ୍ତି ନେଇପାରେ ।

author img

By

Published : Jan 18, 2021, 6:24 PM IST

Updated : Jan 18, 2021, 7:02 PM IST

ସୈଫଙ୍କ ୱେବ ସିରିଜ ଉପରେ ତାଣ୍ଡବ, ସୂଚନା ପ୍ରସାରଣ ମନ୍ତ୍ରଣାଳୟ ନେଇପାରେ ଆକ୍ସନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ ଅଲୀ ଖାନ ଓ ଡିମ୍ପଲ କପାଡିଆଙ୍କ ମଲ୍ଟି-ଷ୍ଟାରର ୱେବ ସିରିଜକୁ ନେଇ ବଡ ବିବାଦ ଦେଖାଦେଇଛି । ସୂଚନା ଅନୁଯାୟୀ OTT ପ୍ଲାଟଫର୍ମରେ ଦିଆଯାଉଥିବା ଆପତ୍ତିଜନକ କମେଣ୍ଟକୁ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଲର୍ଟ ହୋଇଯାଇଛି । ସୋମବାର ସଂଧ୍ୟାରେ ଓଟିଟିରେ ଆପତ୍ତିଜନକ କମେଣ୍ଟ ଓ ତାଣ୍ଡବ ୱେବ ସିରିଜକୁ ନେଇ ମନ୍ତ୍ରଣାଳୟ କୌଣସି ଗୁରୁତ୍ବପୂ୍ର୍ଣ୍ଣ ନିଷ୍ପତ୍ତି ନେଇପାରେ ।

ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ ବିବାଦ ଉପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବୈଠକ ହୋଇଥିଲା । ସରକାର ପୂର୍ବରୁ ହିଁ ସ୍ପଷ୍ଟ କରିସାରିଛନ୍ତି ଯେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଥିବା ଫିଲ୍ମକୁ ନେଇ ସେଲ୍ଫ ରେଗୁଲେସନ କୋର୍ଡ ଗଠନ ହେବା ଦରକାର । ଯଦି ଓଟିଟି ପ୍ଲାଟଫର୍ମ ନିଜ ପାଇଁ ସେଲ୍ଫ ରେଗୁଲେସନ କୋର୍ଡ ନ ଗଠନ କରେ ତେବେ ସରକାର କୋର୍ଡ ଗଠନ ନେଇ ବିଚାର କରିପାରେ ।

ମନ୍ତ୍ରଣାଳୟର ସୂତ୍ର ପକ୍ଷରୁ କୁହାଯାଇଛି ଯେ ଅଭିବ୍ୟକ୍ତିର ସ୍ବତନ୍ତ୍ରତା ସହିତ କିଛି ଦାୟିତ୍ବ ମଧ୍ୟ ନିହୀତ ରହିଛି । କ୍ରିଏଟିଭ ଫ୍ରିଡମ ନାଁରେ ଆଇନ ବ୍ୟବସ୍ଥାକୁ ବିଗାଡିବାର ଅନୁମତି ଦିଆଯାଇପାରିବ ନାହିଁ । କୋରୋନା ସଙ୍କଟ କାରଣରୁ ଅଧିକାଂଶ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହେଉଛି । ଯଦି ଏହି ଫିଲ୍ମ ଟିଭି କିମ୍ବା ହଲ୍‌ର ବଡ ପରଦାରେ ରିଲିଜ ହୁଏ, ତାହେଲେ ସିବିଏଫସି ଓ କେବୁଲ ଟିଭି ରେଗୁଲେସନ ଆକ୍ଟ ଗାଇଡଲାଇନର ପାଳନ କରିବାକୁ ପଡିବ । ଅର୍ଥାତ ଥିଏଟର ଓ ଓଟିଟିର ଅଲଗା ଅଲଗା ନିୟମ ହୋଇପାରିବ ନାହିଁ ।

ଗୋଟିଏ ପଟେ ସଦ୍ୟ ରିଲିଜ ୱେବସିରିଜ ‘ତାଣ୍ଡବ’ର ଲୋକପ୍ରିୟତା ଆଉ ଗୋଟିଏ ପଟେ ବିବାଦ । ଆମାଜନ ପ୍ରାଇମ ଇଣ୍ଡିଆରେ ସୈଫ ଅଲ୍ଲୀ ଖାନ, ସୁନିଲ ଗ୍ରୋଭର ଓ ଡିମ୍ପଲ କାପାଡିଆଙ୍କ ଅଭିନୀତ ତାଣ୍ଡବକୁ ପାଇଁ ଦିନକୁଦିନ ବଢୁଛି ଅଡୁଆ । ୱେବସିରିଜ ବ୍ୟାନ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଅନେକ ଚିଠି ଓ ଟ୍ବିଟ ଆସିବା ପରେ ଆଜି ନିର୍ମାତା ଓ ଆମାଜନ ପ୍ରାଇମକୁ ଜବାବ ତଲବ କରିଥିଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ସେପଟେ ଏହାକୁ ନେଇ କୋର୍ଟରେ ମଧ୍ୟ ଅଭିଯୋଗ ହୋଇଛି, ଜାହାର ପରବର୍ତ୍ତୀ ଶୁଣାଣି ଜାନୁଆରୀ 23ରେ ହେବ ।

ସିରିଜରେ ହିନ୍ଦୁଙ୍କ ଧାର୍ମିକ ଭାବନା ଓ ଦଳିତଙ୍କୁ କୁଠାରାଘାତ ପହଞ୍ଚିବାଭଳି ବିଷୟବସ୍ତୁ ରହିଥିବା ଅଭିଯୋଗ ଆଣିଛନ୍ତି ରାମ କଦମ, ନନ୍ଦକିଶୋର ଗୁର୍ଜର, ମନୋଜ କୋଟାକ ,କପିଲ ମିଶ୍ରା ଆଦି ଅନେକ ନେତାମନ୍ତ୍ରୀ । ସିରିଜଟି ପ୍ରଖ୍ୟାତ ନିର୍ଦ୍ଦେଶକ ଅଲ୍ଲୀ ଆବ୍ବାସ ଜାଫରଙ୍କ ଦ୍ବାରା ନିର୍ଦ୍ଦେଶିତ ଓ ଗୌରବ ସୋଲାଙ୍କିଙ୍କ ଦ୍ବାରା ଲେଖାଯାଇଥିବାବେଳେ ଗତ 15 ତାରିଖରେ ଓଟିଟି ପ୍ଲାଟଫର୍ମରେ ହୋଇଥିଲା ରିଲିଜ । ତେବେ ଏଥିରେ ଅଭିନେତା ମହମ୍ମଦ ଜିଶାନ ଆୟୁବ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ଏବେ ସୋସିଆଲ ମିଡିଆରେ ବ୍ୟାନ ପାଇଁ ଟ୍ରେଣ୍ଡ କରୁଛି ଅନେକ ହ୍ୟାସଟ୍ୟାଗ ।

Last Updated : Jan 18, 2021, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.