ETV Bharat / sitara

ବର୍ଥଡେ’ ସେଲିବ୍ରେଶନ କରିବେନି ୟଶ, ଜାଣନ୍ତୁ କାରଣ

author img

By

Published : Jan 8, 2021, 8:20 AM IST

ଜନ୍ମଦିନ ପାଳନକୁ ବାତିଲ କଲେ ୟଶ । କୋରୋନା ପାଇଁ ପତ୍ନୀଙ୍କ ସହ ମିଶି ନିଷ୍ପତ୍ତି ନେଇଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ହାଇଦ୍ରାବାଦ: ରକିଂ ଷ୍ଟାର ୟଶ ବୟସର ଆଉ ଏକ ପାହାଚରେ ପାଦ ଥାପିଛନ୍ତି । ଆଜି ୟଶଙ୍କ 35ତମ ଜନ୍ମଦିନ । ଏହି ଅବସରେ ତାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘କେଜିଏଫ ଚାପ୍ଟର 2’ର ଟିଜର ରିଲିଜ କରି ଦର୍ଶକଙ୍କୁ ସରପ୍ରାଇଜ ଦେଇଛନ୍ତି ମେକର୍ସ । ସେପଟେ ଫ୍ୟାନ୍ସ ମଧ୍ୟ ସୋସିଆଲ ମିଡିଆରେ ନିଜ ଫେଭରେଟ ହିରୋଙ୍କୁ ଶୁଭେଚ୍ଛା ଦେବାରେ ଲାଗିଛନ୍ତି । ହେଲେ ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ସେ ଏବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଏକ ସାକ୍ଷାତକାରରେ ୟଶ କହିଛନ୍ତି ଯେ କୋରୋନା ଭୟ କାରଣରୁ ପତ୍ନୀ ତଥା ଅଭିନେତ୍ରୀ ରାଧିକା ପଣ୍ଡିତ ତାଙ୍କ ଜନ୍ମଦିନ ପାଳନକୁ ବାତିଲ କରିଛନ୍ତି। ଅନେକ ଲୋକଙ୍କ ସହ ଏକ ବଡ ଭୋଜି କରିବା ନିରାପଦ ନୁହେଁ ଏବଂ ପରିବାର ଏହା ବଦଳରେ ବାହାରକୁ ଯିବାକୁ ପସନ୍ଦ କରୁଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି, ‘ଏହି ବର୍ଷ ଆମେ ଏହାକୁ ସରଳ ରଖୁଛୁ । ଯେହେତୁ ଆପଣ ସମସ୍ତେ ଜାଣଛି ଯେ କୋରୋନା ସଙ୍କଟ ବିସ୍ତାରକୁ ନେଇ ବ୍ୟାପକ ଭୟ ଥିବାବେଳେ ଏକ ବଡ ସମାବେଶ କରିବା ପରାମର୍ଶଦାୟକ ନୁହେଁ । ସାଧାରଣତଃ ଘରେ ଏକ ଉତ୍ସବ ହେବ । ହେଲେ ଏଥର ଆମେ ବାହାରକୁ ବୁଲିବାକୁ ଯାଉଛୁ ।’

ଏହାସହ ସେ କୋରୋନାରୁ ସୁରକ୍ଷିତ ରହିବା ପାଇଁ ପରାର୍ମଶ ଦେଇ ଜଣାଇଛନ୍ତି ଯେ ବ୍ୟକ୍ତିଗତ ସ୍ବଚ୍ଛତା ବଜାୟ ରଖନ୍ତୁ । ଆମକୁ ବର୍ତ୍ତମାନ କୁହାଯାଉଛି ଯେ ହ୍ୟାଣ୍ଡସେକ ଅପେକ୍ଷା ନମସ୍କାର କରିବା ଭଲ। ଯଦି ଆପଣ ଭଲ ଅନୁଭବ କରୁନାହାଁନ୍ତି ଦୟାକରି ଡାକ୍ତରଙ୍କୁ ଦେଖା କରନ୍ତୁ । ସର୍ବସାଧାରଣ ସ୍ଥାନକୁ ଯିବା ଠାରୁ ଦୂରେଇ ରୁହନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.