ETV Bharat / sitara

ତମ୍ବାଖୁ ସମ୍ପର୍କିତ ଦୃଶ୍ୟରେ ଚେତାବନୀ ଜରୁରୀ: ଆଇବି - IB department

ତମ୍ବାଖୁ ଦୃଶ୍ୟର ଥିବା ଚେତାବନୀକୁ କଡାକଡି କଲା ଆଇବି ବିଭାଗ । ମନ୍ତ୍ରୀ ପ୍ରକାଶ ଜାଭେଡକର ଏକ ଲିଖିତନାମାରେ ରଖିଛନ୍ତି ଜବାବ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 29, 2019, 10:26 PM IST

ହାଇଦ୍ରାବାଦ: ଫିଲ୍ମ ଓ ଟେଲିଭିଜନ କାର୍ଯ୍ୟକ୍ରମ ସମୟରେ ତମ୍ବାଖୁ ସମ୍ପର୍କିତ ଉପାଦାନର ବିଜ୍ଞାପାନ ପ୍ରସାରଣ ବେଳେ ଚେତାବନୀ ରହିବା ବାଧ୍ୟତାମୂଳକ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଜବାବ ଲିଖିତ ଆକାରରେ ଦେଇଛନ୍ତି ।

ତମ୍ବାଖୁ ଉପାଦେୟ ନିୟମ,2004 ଅନୁସାରେ ଟେଲିଭିଜନରେ କୌଣସି ପ୍ରକାର ଏ ସମ୍ପର୍କିତ ଦୃଶ୍ୟ ପ୍ରଦର୍ଶିତ ହେବାକୁ ଥିଲେ ପ୍ରଥମେ 30 ସେକେଣ୍ଡର ଚେତାବନୀ ଦିଆଯିବା ଉଚିତ । ଏହା ଫିଲ୍ମର ଆରମ୍ଭରେ ହେଉ କିମ୍ବା ଫିଲ୍ମର ମଧ୍ୟଭାଗରେ ମାତ୍ର ଚେତାବନୀ ଦିଆଯିବା ଅନିବାର୍ଯ୍ୟ। ଏହାସହ ଯେଉଁଠି ଏଭଳି ଦୃଶ୍ୟ ସେଠି ତମ୍ବାଖୁ ସଚେତନର ସ୍କ୍ରୋଲ ରହିବା ଜରୁରୀ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.