ETV Bharat / sitara

ହ୍ରିତିକଙ୍କୁ ନେଇ ତମନ୍ନାଙ୍କ ବଡ ଖୁଲାସା, ଭାଙ୍ଗିବେ ଏହି ପଲିସି

author img

By

Published : Mar 10, 2020, 8:17 PM IST

ହ୍ରିତିକ ରୋଶନଙ୍କ ଫିମେଲ ଫ୍ୟାନ୍ସଙ୍କ ସଂଖ୍ୟା ଆକାଶ ଛୁଆଁ । ହେଲେ ଏହି ଅଭିନେତ୍ରୀ ମଧ୍ୟ ତାଙ୍କ ଦିୱାନୀ ହୁଏତଃ କମ ଫ୍ୟାନ୍ସଙ୍କୁ ଏହା ଜଣା ଥିବ । ସାଉଥ ଲୋକପ୍ରିୟ ଅଭିନେତ୍ରୀ ହ୍ରିତିଙ୍କ ପାଇଁ ଭାଙ୍ଗିବେ ମହତ୍ବପୂର୍ଣ୍ଣ ପଲିସି ।

tamanna bhatia
ଡିଜାଇନ ଫଟୋ

ମୁମ୍ବାଇ: ସାଉଥର ଫେମସ ଅଭିନେତ୍ରୀ ତମନ୍ନା ଭଟ୍ଟିଆ ସବୁବେଳେ ନିଜ ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହୁନ୍ତି। ତାଙ୍କ ଫିଲ୍ମ ବ୍ୟତୀତ ଫ୍ୟାନ୍ସ ତାଙ୍କ ଲୁକ୍ସକୁ ଖୁବ୍ ପସନ୍ଦ କରନ୍ତି। ‘ବାହୁବଳୀ’ ଓ ‘ବାହୁବଳୀ 2’ ଫିଲ୍ମରେ ଅଭିନୟ କରି ସେ ସାଉଥ ଇଣ୍ଡଷ୍ଟ୍ରିର ଟପ ଅଭିନେତ୍ରୀ ସାଜିଛନ୍ତି। ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ଥିବା ବେଳେ ସେ ମଧ୍ୟ ଜଣେ ସୁପରଷ୍ଟାରଙ୍କ ବଡ ଫ୍ୟାନ । ସେ ଆଉ କେହି ନୁହେଁ ସେ ହେଲେ ସୁପରଷ୍ଟାର ହ୍ରିତିକ ରୋଶନ। ହୁଏତଃ ତାଙ୍କ ଅନେକ ଫ୍ୟାନ୍ସଙ୍କୁ ଏହି କଥା ଜଣା ଅଛି । ଏବେ ପୁଣି ହ୍ରିତିକଙ୍କ ପାଇଁ ତାଙ୍କ ପ୍ରେମ ଦେଖିବାକୁ ମିଳିଛି।

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେ ହ୍ରିତିକଙ୍କୁ ନେଇ ବଡ ଖୁଲାସା କରିଥିଲେ। ସେ ନିଜ ସ୍ବୟଂମ୍ବରରେ ହ୍ରିତିକଙ୍କୁ ଦେଖିବାକୁ ଚାହୁଁଛନ୍ତି ବୋଲି ଜବାବ ଦେଇ ବର୍ତ୍ତମାନ ସେ ଚର୍ଚ୍ଚାରେ। ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯଦି ତାଙ୍କ ସ୍ବୟଂମ୍ବର ହେଉଛି, ତେବେ ସେ କେଉଁ ତିନି ସୁପରଷ୍ଟାରଙ୍କୁ ଦେଖିବାକୁ ଚାହିଁବେ।

ଏହାର ଉତ୍ତରରେ ସେ ହ୍ରିତିକ, ବିକ୍କୀ କୌଶଲ ଓ ପ୍ରଭାସଙ୍କ ନାମ ନେଇଥିଲେ । ଖାଲି ଏତିକି ନୁହେଁ ସେ ଫିଲ୍ମରେ କିସ୍ ସିନକୁ ନେଇ ମଧ୍ୟ ବଡ ବୟାନ ଦେଇଥିଲେ । ସେ କହିଥିଲେ ଅନସ୍କ୍ରିନ ନୋ କିସିଂ ପଲିସି ତାଙ୍କର । ଆଉ ତାଙ୍କ କଣ୍ଟ୍ରାକ୍ଟରେ ମଧ୍ୟ ଏହା ଲେଖାଯାଇଛି । ହେଲେ ଯଦି ତାଙ୍କୁ ଜୀବନରେ କେବେ ହ୍ରିତିକଙ୍କ ସହ କାମ କରିବାକୁ ସୁଯୋଗ ମିଳୁଛି, ତେବେ ସେ ଏହି ପଲିସି ଭାଙ୍ଗି ଦେବେ । ହ୍ରିତିକଙ୍କୁ କିସ୍ କରିବାକୁ ସେ ଚାହୁଁଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.