ନୂଆଦିଲ୍ଲୀ: ନିକଟରେ ନବାବ ପରିବାର ଧର୍ମଶାଳା ଟ୍ରିପରେ ଯାଇଛନ୍ତି । ସେଲିବ୍ରିଟି ଦମ୍ପତି କରୀନା କପୁର ଖାନ ଏବଂ ସୈଫ ଅଲି ଖାନଙ୍କ ପୁଅ ତୈମୁର ଅଲି ଖାନ ତାଙ୍କ ପିତାଙ୍କ କାନ୍ଧରେ ବସି ଧର୍ମଶାଳାର ରାସ୍ତାରେ ବୁଲି ଉପଭୋଗ କରିଥିଲେ ।
'ଜବ୍ ୱି ମେଟ୍' ଅଭିନେତ୍ରୀ କରୀନା ଉତ୍ତର ପାହାଡ଼ିଆ ସହରରେ ଛୁଟି ସମୟକୁ ଉପଭୋଗ କରିଥିବାର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ଗୋଟିଏ ଫଟୋରେ ତୈମୁର ସୈଫଙ୍କ କାନ୍ଧରେ ବସିଥିବାର ଦେଖିବାକୁ ମିଳିଥିଲା ।
ଅନ୍ୟ ଏକ ଫଟୋରେ ଦମ୍ପତି ୱାଇଲ୍ଡଲେନ୍ସର ପ୍ରସିଦ୍ଧ ଚର୍ଚ୍ଚ କମ୍ପ୍ଲେକ୍ସ ସେଣ୍ଟ୍ ଜନ୍ ଠାରେ ତୈମୁରକୁ ଦେଖୁଥିବାର ନଜର ଆସିଛନ୍ତି ।
ଫଟୋର କ୍ୟାପସନରେ କରୀନା ପ୍ରକାଶ କରିଛନ୍ତି ଯେ ତାଙ୍କ 'କି ଆଣ୍ଡ୍ କା'ର କୋ-ଷ୍ଟାର ଅର୍ଜୁନ କପୁର ଏହି ଛୁଟିରେ ଆମ ସହ ଯୋଗ ଦେଇଛନ୍ତି ଏବଂ ଏହି ଫଟୋଗୁଡିକୁ କ୍ଲିକ କରିଛନ୍ତି ।
ଏଥିସହିତ ଅଭିନେତ୍ରୀ ମଲାଇକା ଅରୋରା ମଧ୍ୟ ଧର୍ମଶାଳାରେ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ