ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଅଭିଯାନକୁ ସମର୍ଥନ କରିବା ସହ ସ୍ବଚ୍ଛଭାରତ ଅଭିଯାନକୁ ଆଗକୁ ନେବାରେ ‘ତାରକ ମେହେତାଙ୍କ ଉଲଟା ଚଷମା’ ଅନେକ ଚେଷ୍ଟା କରିଛି । ନିକଟରେ ତାରକ ମେହେତାର କଳାକାରଙ୍କ ସହ ସାକ୍ଷାତକାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଦିଲ୍ଲୀପ ଯୋଶୀ, ଗୁରୁଚରଣ ସିଂହ, ସୋନାଲିକା ଯୋଶୀ ଆଦି କଳାକାର ନୂଆଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କରିଥିଲେ । ଶନିବାର ବଲିଉଡ ଷ୍ଟାର୍ସଙ୍କ ସହ ଗାନ୍ଧୀଙ୍କ ବିଚାରଧାରା ଉପରେ ଆଲୋଚନା କରିଥିଲେ । ସେଠାରେ ମଧ୍ୟ ସେ ଇଟିଭି ଭାରତର ଗାନ୍ଧୀ ଅଭିଯାନକୁ ବେଶ୍ ତାରିଫ କରିଥିଲେ ।
ତେବେ 2008ରୁ ଆରମ୍ଭ ହୋଇଥିବା ‘ତାରକ ମେହେତା କା ଉଲଟା ଚଷମା’ ପ୍ରତ୍ୟେକ ଘରେ ବେଶ୍ ପରିଚିତ । ସିରିଏଲର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦର୍ଶକଙ୍କ ମଧ୍ୟରେ ସଚେତନତା ବ୍ୟାପ କରିବା ଓ ଲୋକଙ୍କୁ ମୌଳିକ ଅଧିକାର ନେଇ ସଚେତନ କରିବା ।