ETV Bharat / sitara

ସୁପରହିରୋ ହେବାକୁ ଚାହୁଁଛନ୍ତି ତାପସୀ

author img

By

Published : Jan 13, 2020, 8:26 PM IST

ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇସାରିଥିବା ତାପସୀ ପନ୍ନୁଙ୍କ ବଡ ଖୁଲାସା । ଏଥର ସେ ଫିଲ୍ମରେ ଭିନ୍ନ ଭୂମିକାରେ ଅଭିନୟ କରିବାକୁ ଚାହୁଁଛନ୍ତି । ଯାହା ସେ ପୂର୍ବରୁ କେବେ କରିନାହାଁନ୍ତି ।

taapsee pannu
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ

ମୁମ୍ବାଇ: ବି-ଟାଉନର ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଖୁବଶୀଘ୍ର ଥ୍ରିଲର ଡ୍ରାମା ଫିଲ୍ମ ‘ହସୀନ ଦିଲରୁବା’ରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ଜାରି କରିଥିଲେ ମେକର୍ସ । ଯେଉଁଥିରେ ତାପସୀ ରକ୍ତରେ ପାଦ ରଖିଥିବାର ଦେଖାଯାଉଥିଲେ । ଇତିମଧ୍ୟରେ ସେ ଅନ୍ୟ କାରଣକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ସେ ନିଜ ଇଚ୍ଛା ପ୍ରକାଶ କରିଛନ୍ତି । ଆଉ କହିଛନ୍ତି ସେ ଏଥର ଇଣ୍ଡିଆନ ସୁପରହିରୋ ହେବାକୁ ଚାହୁଁଛନ୍ତି ।

ତାପସୀ ସାଉଥ ଫିଲ୍ମ ସହ ବଲିଉଡରେ ମଧ୍ୟ ନିଜ ଦମଦାର ଅଭିନୟ ଜରିଆରେ ଫେମସ ହୋଇଛନ୍ତି । ସେ ଏଯାବତ ଫିଲ୍ମ କ୍ୟାରିୟରରେ ଥ୍ରିଲର, ଡ୍ରାମା, ଆକ୍ସନ, ସ୍ପୋର୍ଟ୍ସ, ରୋମାଣ୍ଟିକ, କମେଡି ଓ ବାୟୋପିକ ଫିଲ୍ମରେ ଅଭିନୟ କରିସାରିଲେଣି । ଆଉ ଏଥର ସେ ସୁପରହିରୋ ଭୂମିକାରେ ଅଭିନୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଏକ ସାକ୍ଷାତକାରରେ ଯୋଗ ଦେଇ ସେ ଏପରି ବୟାନ ରଖିଥିଲେ । ତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଯେ ସେ ବର୍ତ୍ତମାନ କେଉଁ ଭଳି ଭୂମିକାରେ ଅଭିନୟ କରିବାକୁ ଚାହୁଁଛନ୍ତି । ଏହାର ଜବାବରେ ସେ ସୁପରହିରୋ କଥା କହିଥିଲେ । କାରଣ ଏଯାବତ ସେ ନିଜ ଫିଲ୍ମ କ୍ୟାରିୟରରେ ଏଭଳି ଭୂମିକାରେ କାମ କରିନାହାଁନ୍ତି ।

ପ୍ରକାଶ ଥାଉକି ବର୍ତ୍ତମାନ ତାପସୀଙ୍କ ପାଖରେ ଅନେକ ବଡ ପ୍ରୋଜେକ୍ଟ ରହିଅଛି । ଯେଉଁଥିରେ ‘ଥାପ୍ପଡ’, ‘ହସୀନ ଦିଲରୁବା’, ‘ରଶ୍ମି ରକେଟ’ ଏବଂ ଇଣ୍ଡିଆନ କ୍ରିକେଟର ମିତାଲୀ ରାଜଙ୍କ ବାୟୋପିକ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.