ETV Bharat / sitara

‘ସୁରମା’ ସୁଟିଂ ସମୟରେ ଦଣ୍ଡ ପାଇଥିଲେ ତାପସୀ, ଭାଇରାଲ ଭିଡିଓ

author img

By

Published : Apr 23, 2020, 12:00 PM IST

ସୋସିଆଲ ମିଡିଆରେ ଭିଡିଓ ସେୟାର କରି କିପରି ସେ ହକି ଖେଳାଳି ସନ୍ଦୀପ ସିଂଙ୍କ ଠାରୁ ଦଣ୍ଡ ପାଇଥିଲେ ଜଣାଇଲେ। ଅଧିକ ପଢନ୍ତୁ...

taapsee pannu
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ

ମୁମ୍ବାଇ: ବି-ଟାଉନର ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ଲକଡାଉନ ପାଇଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ହୋଇଯାଇଛନ୍ତି। ସେ ପ୍ରାୟତଃ ଫିଲ୍ମ ସହ ସମ୍ପୃକ୍ତ ଅନେକ ମଜାଦାର କାହାଣୀ ଫ୍ୟାନ୍ସଙ୍କ ସହ ସେୟାର କରୁଥିବାର ନଜର ଆସୁଛନ୍ତି। ଇତିମଧ୍ୟରେ ସେ 2018ରେ ଆସିଥିବା ଫିଲ୍ମ ‘ସୁରମା’ର ଏକ ସିନ ସେୟାର କରିଛନ୍ତି। ଫିଲ୍ମଟି ଭାରତୀୟ ହକି ଖେଳାଳି ସନ୍ଦୀପ ସିଂଙ୍କ ବାୟୋପିକ ଥିଲା। ତାପସୀ ଫିଲ୍ମ ସୁଟିଂ ସମୟରେ ସନ୍ଦୀପଙ୍କ ଦଣ୍ଡର ପାତ୍ରୀ ସାଜିଥିଲେ।

ଫିଲ୍ମରେ ଫେମସ ଅଭିନେତା, ଗାୟକ ଦିଲଜିତ ଦୋସାଞ୍ଝ, ସନ୍ଦୀପଙ୍କ ଭୂମିକାରେ ଅଭିନୟ କରିଥିଲେ । ଦୁଇ ଷ୍ଟାରଙ୍କୁ ଗାଇଡ କରିବା ପାଇଁ ସନ୍ଦୀପ ସବୁବେଳେ ସେଟକୁ ଆସୁଥିଲେ। ଏବେ ଭାଇରାଲ ହେଇଥିବା ଭିଡିଓରେ ତାପସୀ ହକି ମୈଇଦାନରେ ପଲଟି ମାରୁଥିବାର ନଜର ଆସୁଛନ୍ତି।

ଭିଡିଓ ସେୟାର କରି ସେ ଲେଖିଛନ୍ତି, ‘ଏହା ସୁରମାରୁ। ହକି ଜଗତରେ ଏହାକୁ ବାଜିୟାଂ କୁହାଯାଏ। ହେଲେ ମୁଁ ଯେବେ ପିଲା ଥିଲି ତେବେ ଦିଲ୍ଲୀରେ ଏହାକୁ ଗୁଲାଟିୟାଂ କୁହାଯାଉଥିଲା। ଏହା ହକି ଜଗତରେ ଦଣ୍ଡ ରୂପେ ଦିଆଯାଇଥାଏ । ତଥାପି ଏହା ଫନ ଆକ୍ଟିଭିଟି ହୋଇଥାଏ । ମୁଁ ଜଣେ ଆକ୍ଟିଭ ପିଲା ଥିଲି ଆଉ ବଡ ହେବା ମଧ୍ୟରେ ଖୁବ୍ ମସ୍ତି କରିଥିଲି।’

ପ୍ରକାଶ ଥାଉକି ସୁରମା ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ସାଦ ଅଲ୍ଲୀ । ଦିଲଜିତ ଓ ତାପସୀଙ୍କ ବ୍ୟତୀତ ଫିଲ୍ମରେ ଅଭିନେତା ଅଙ୍ଗଦ ବେଦୀ ମଧ୍ୟ ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.