ETV Bharat / sitara

ଫିଲ୍ମ ଇଣ୍ଡଷ୍ଟ୍ରିରୁ କାହାକୁ ଡେଟ୍ କରିବାକୁ ଚାହାଁନ୍ତିନି ତାପସୀ

author img

By

Published : Jan 18, 2021, 2:43 PM IST

ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଗୁଜୁରାଟର ଭୁଜରେ ରଶ୍ମି ରକେଟ୍ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି । ଜଣେ ଅଭିନେତ୍ରୀ ଭାବରେ ଇଣ୍ଡଷ୍ଟ୍ରିରେ ତାଙ୍କର କାମ ସୀମିତ, ତେଣୁ ସେ ବର୍ତ୍ତମାନ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି । ଅଧିକ ପଢନ୍ତୁ...

ଫିଲ୍ମ ଇଣ୍ଡଷ୍ଟ୍ରିରୁ କାହାକୁ ଡେଟ୍ କରିବାକୁ ଚାହାଁନ୍ତିନି ତାପସୀ
ଫିଲ୍ମ ଇଣ୍ଡଷ୍ଟ୍ରିରୁ କାହାକୁ ଡେଟ୍ କରିବାକୁ ଚାହାଁନ୍ତିନି ତାପସୀ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଗୁଜୁରାଟର ଭୁଜରେ ରଶ୍ମି ରକେଟ୍ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି । ଜଣେ ଅଭିନେତ୍ରୀ ଭାବରେ ଇଣ୍ଡଷ୍ଟ୍ରିରେ ତାଙ୍କର କାମ ସୀମିତ, ତେଣୁ ସେ ବର୍ତ୍ତମାନ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି । ଫିଲ୍ମରେ ସ୍ପିନର ଭାବରେ ଅଭିନୟ କରିବାକୁ ଯାଉଥିବା ତାପସୀ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ତାପସୀ ସେତିକି ଯତ୍ନବାନ । ତେବେ ଅଭିନେତ୍ରୀ ବର୍ତ୍ତମାନ ତାଙ୍କ ବିବାହ ଓ ଆଗାମୀ ଫିଲ୍ମ ନେଇ ସୂଚନା ଦେଇଛନ୍ତି ।

ନିଜ କ୍ୟାରିୟର ଓ ଫିଲ୍ମ ବିଷୟରେ ଆଲୋଚନା କରି ସେ କହିଛନ୍ତି, ଆଗକୁ ସେ ‘ସାବାସ୍ ମିଥୁ’ରେ ନଜର ଆସିବେ । ଏହାସହ ଅଗଷ୍ଟ ସୁଦ୍ଧା ସେ ଲକଡାଉନ୍ ପୂର୍ବରୁ ସାଇନ୍ କରିଥିବା ଫିଲ୍ମର ସୁଟିଂ ସାରିବେ । ଏହାସହ ଅନୁରାଗ କଶ୍ୟପଙ୍କ ସହ ଆଗାମୀ ଅଲୌକିକ ଫିଲ୍ମରେ ନଜର ଆସିବେ । ଯାହାର ସୁଟିଂ ମାର୍ଚ୍ଚରେ ଆରମ୍ଭ ହେବ । ଏହି ଫିଲ୍ମକୁ ବ୍ରିଟେନରେ ସୁଟ୍ କରାଯିବ ।

ବ୍ୟକ୍ତିଗତ ଜୀବନକୁ ନେଇ ସେ କହିଛନ୍ତି, ‘ମୋ ବ୍ଯକ୍ତିଗତ ଜୀବନକୁ ମୁଁ ଅଲଗା ରଖେ । ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟରୁ କାହାକୁ ମୁଁ ଡେଟ୍ କରିବାକୁ ଚାହେଁନି । ମୋ ଆପଣାର ଲୋକଙ୍କ ଫଟୋ ମୁଁ ସୋସିଆଲ ମିଡିଆରେ ସେୟାର କରେ । ସେମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଏ ’ । ବିବାହ ଯୋଜନା ବିଷୟରେ ପନ୍ନୁ କହିଛନ୍ତି ଯେ ଯେତେବେଳେ ସେ ଅନୁଭବ କରିବେ ଯେ ମାଥ୍ୟୁଙ୍କ ସହ ତାଙ୍କର ସମ୍ପର୍କ ବଢିଛି, ସେତେବେଳେ ସେ ଏହା ବିଷୟରେ ଭାବିବେ । ସେ ଏହା ମଧ୍ୟ କହିଛନ୍ତି ବର୍ଷକୁ 5-6ଟା ବଦଳରେ 2-3ଟି ଫିଲ୍ମ କରିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.