ETV Bharat / sitara

ଘଷି ପାରୁଛନ୍ତି ତାପସୀ-ଭୂମି - saand ki aankh

ଆସିଲା 'ଷାଣ୍ଡ କି ଆଖଁ' ଫିଲ୍ମର ନୂଆ ପୋଷ୍ଟର । ଯାହାକୁ ସେୟାର ସୋସିଆଲ ମିଡିଆରେ ସେୟାର କରିଛନ୍ତି ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର
author img

By

Published : Mar 12, 2019, 3:12 PM IST

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ବର୍ତ୍ତମାନ ସଫଳତାର ଶୀର୍ଷରେ । ତାଙ୍କ ଅଭିନୀତ ଫିଲ୍ମ 'ବଦଲା' ବକ୍ସଅଫିସରେ ଶାନଦାର କଲେକ୍ସନ କରିଥିବାବେଳେ ଅଭିନେତ୍ରୀ ଭୂମି ପାଣ୍ଡେକର ମଧ୍ୟ ଅନେକ ଫିଲ୍ମ ପ୍ରୋଜେକ୍ଟରେ ବ୍ୟସ୍ତ । କିନ୍ତୁ ଏ କଣ, ଉଭୟ ଗ୍ଲାମର ଦୁନିଆ ଛାଡି ଗୋଟିଏ ଗାଁ'ରେ ଘଷି ପାରିବାରେ ବ୍ୟସ୍ତ ! ଚାଲନ୍ତୁ ଜାଣିବା କାହିଁକି ?

ଫିଲ୍ମ 'ବଦଲା'ରେ ପୁଣିଥରେ ବିଗ-ବି ଓ ତାପସୀଙ୍କ ଯୋଡି ଦେଖିବାକୁ ମିଳିଛି । ଏହାପୂର୍ବରୁ ଫିଲ୍ମ ପିଙ୍କରେ ଦୁଇ ଷ୍ଟାର ଏକାଠି ନଜର ଆସିସାରିଛନ୍ତି । 'ବଦଲା' ଫିଲ୍ମ 'ପିଙ୍କ'ର ମଧ୍ୟ ରେକର୍ଡ ଭାଙ୍ଗି କରିଛି ନୂଆ ରେକର୍ଡ ।

ଏହା ବ୍ୟତୀତ ତାପସୀଙ୍କ ପାଖରେ ଆଉ ଏକ ନୂଆ ପ୍ରୋଜେକ୍ଟ ରହିଛି । ଅନୁରାଗ କଶ୍ୟପଙ୍କ ଫିଲ୍ମ 'ସାଣ୍ଡ କି ଆଖଁ'ରେ ତାପସୀ ଏବଂ ଭୂମି ପାଣ୍ଡେକରଙ୍କ ଯୋଡି ଦର୍ଶକଙ୍କୁ ନିଜ ଯାଦୁ ଦେଖାଇବାକୁ ବି ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି । ଏମଧ୍ୟରେ ଫିଲ୍ମର ଆଉ ଏକ ପୋଷ୍ଟର ମଧ୍ୟ ରିଲିଜ କରିଛନ୍ତି ନିର୍ମାତା । ଯାହାଦ୍ବାରା ଦର୍ଶକଙ୍କୁ ଫିଲ୍ମ ବିଷୟରେ କିଛି କ୍ଲୁ ମିଳୁଛି ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟରରେ ଏହି ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ଦୁଇ ମହିଳା ଗାଁ ଘର କାନ୍ଥରେ ଘଷି ପାରୁଥିବାର ନଜର ଆସୁଛନ୍ତି । କିନ୍ତୁ ଫଟୋରେ ଦୁଇ ମହିଳାଙ୍କ ଚେହେରା ଦେଖାଯାଉନାହିଁ । ପୋଷ୍ଟର ଦେଖି ଅନୁମାନ ଲଗାଯାଇଛି ଯେ ଏହି ଦୁଇ ମହିଳା ହେଲେ ତାପସୀ ଓ ଭୂମି ।

  • From the sets of #SaandKiAankh... Stars Taapsee Pannu, Bhumi Pednekar, Vineet Singh and Prakash Jha... Directed by Tushar Hiranandani... Produced by Reliance Entertainment, Anurag Kashyap and Nidhi Parmar. pic.twitter.com/nwnAhUTmWK

    — taran adarsh (@taran_adarsh) March 11, 2019 " class="align-text-top noRightClick twitterSection" data=" ">

ଏହା ପୂର୍ବରୁ ତାପସୀ ଫିଲ୍ମ ବିଷୟରେ ଘୋଷଣା କରି ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯେଉଁଥିରେ ତାପସୀ,ଭୂମି ଓ ଅନୁରାଗ ଏକାଠି ବସିଥିବାର ନଜର ଆସିଥିଲେ ।

ପ୍ରକାଶ ଥାଉକି ଫିଲ୍ମର ନିର୍ମାଣ ନିଧି ପରମାର ଓ ଅନୁରାଗ ଏକାଠି ମିଶି କରୁଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ତୁଷାର ହୀରନନ୍ଦାନୀ । ତାପସୀ ଓ ଭୂମିଙ୍କ ବ୍ୟତୀତ ଫିଲ୍ମରେ ପ୍ରକାଶ ଝା, ବିନୀତ ସିଂହ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ ।

ସ୍ଲଗ-ନିର୍ବାଚନ ବିଗୁଲ ବାଜିଲା-ଲଢେଇ ପାଇଁ ସବୁ ଦଳ ପ୍ରସ୍ତୁତ
ଆଙ୍କର- ରବିବାର କେନ୍ଦ୍ର ନିର୍ଵାଚନ କମିଶନ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଘୋଷଣା କରିଛନ୍ତି । ଏହା ପରେ ସବୁଠି ନିର୍ଵାଚନ ଆଚରଣ ବିଧି ଲାଗୁ ହୋଇଛି । ଏହି ନିର୍ଵାଚନ ଘୋଷଣା ପରେ ସବୁଠି ନିର୍ଵାଚନ ମାହୋଲ ସୃଷ୍ଟି ହୋଇଛି । ସବୁ ଦଳ ନିଜ ନିଜର ପାର୍ଥି ଚୟନରେ ଲାଗିପଡିଛନ୍ତି । କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏହି ନିର୍ଵାଚନୀ ଉଷ୍ମତା ଦେଖା ଦେଇଛି । କେନ୍ଦୁଝର ଜିଲ୍ଲାରେ ଚଳିତ ବର୍ଷ ମୁଖ୍ୟତଃ ୩ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ ବୋଲି ଜଣାପଡିଛି । ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ସହ ରାଜ୍ୟରେ ଶାସକ ବିଜେଡି ସହ କଡା ଟକ୍କର ହେବ ବୋଲି କୁହାଯାଉଛି । ଗତକାଲି ନିର୍ଵାଚନୀ ବିଗୁଲ ବାଜିବା ପରେ କେନ୍ଦୁଝର ଏହି ମୁଖ୍ୟ ତିନି ଦଳ ତତ୍ପର ହୋଇଛନ୍ତି । ସବୁ ଦଳ ଜିଲ୍ଲାର ଏକ ଲୋକସଭା ଆସନ କୁ ଅକ୍ତିଆର କରିବା ସହ ଛଅ ବିଧାନସଭା ଆସନ ମଧ୍ୟ କରାୟତ କରିବେ ବୋଲି ଦଂଭକ୍ତି କରିଛନ୍ତି। ଏହି ତିନି ପ୍ରମୁଖ ଦଳ ନିଜ ପାର୍ଥି ଚୟନ ପକ୍ରିୟା ଏକ ପ୍ରକାର ସାରି ଥିବା କହିଛନ୍ତି । ନିର୍ଵାଚନ କୁ ଆଖି ଆଗରେ ରଖି ଦଳପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି । ନିର୍ଵାଚନୀ ବିଗୁଲ ପରେ ଜିଲା ପ୍ରଶାସନ ମଧ୍ୟ ତାର ଶେଷ ପ୍ରସ୍ତୁତି ଶେଷ କରିଛି ।
ବାଇଟ୧-ଆଶିଷ ଚକ୍ରବର୍ତ୍ତୀ( ରାଜ୍ୟ ସାଧାରଣ ସମ୍ପାଦକ, ବିଜେଡି)
ବାଇଟ୨-ରାଧାକାନ୍ତ ମହାନ୍ତ( ଜିଲ୍ଲା ସଭାପତି, ବିଜେପି)
ବାଇଟ୩- ବିପ୍ଳବ ମିଶ୍ର( କାର୍ଯ୍ୟକାରୀ ସଭାପତି, କଂଗ୍ରେସ)
ବାଇଟ୪- ଆଶିଷ ଠାକରେ( ଜିଲ୍ଲାପାଳ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.