ମୁମ୍ବାଇ: ବି-ଟାଉନର ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କର ପ୍ରାୟତଃ ନିଜ କଡା ବୟାନ ପାଇଁ ଚର୍ଚ୍ଚାରେ ଆସନ୍ତି । କେବେ ସେ ନିଜ ଭୂମିକା ପାଇଁ ଚର୍ଚ୍ଚାରେ ଆସିନ୍ତି ତ ଆଉ କେବେ ନିଜ ରାଜନୀତିକ ବିଚାରଧାର କାରଣରୁ ଟ୍ରୋଲର୍ସଙ୍କ ଟାର୍ଗେଟରେ ରୁହନ୍ତି । ଏବେ ପୁଣିଥରରେ ସେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏଥର ସେ 4 ବର୍ଷ ଛୁଆ ପାଇଁ ଖରାପ ଶବ୍ଦ କହିବା କାରଣରୁ ସୋସିଆଲ ମିଡିଆ ୟୁଜର୍ସଙ୍କ କଟୁ କଥାର ଶିକାର ହୋଇଛନ୍ତି ।
ବର୍ତ୍ତମାନ ସୋସିଆଲ ମିଡିଆରେ ସ୍ବରାଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସ୍ବରା ଜଣେ 4 ବର୍ଷ ଛୁଆକୁ ଗାଳି ଦେଇ ଅଶ୍ଳୀଳ ଭାଷାର ବ୍ୟବହାର କରୁଥିବାର ଦେଖାଯାଉଛନ୍ତି । ଏହା ବ୍ୟତୀତ ସେ ଛୁଆକୁ କମୀନା ମଧ୍ୟ କହିଛନ୍ତି । ସେ ଭିଡିଓରେ ଏହା କହୁଥିବାର ନଜର ଆସୁଛନ୍ତି ଯେ ଏକ ବିଜ୍ଞାପନ ସୁଟିଂ ପରେ ସେ ଭଲ ଅନୁଭବ କରୁନଥିଲେ । ସେହି ସମୟରେ ତାଙ୍କ କ୍ୟାରିୟର ଆରମ୍ଭ ମଧ୍ୟ ହୋଇନଥିଲା । ଜଣେ ଚାଇଲ୍ଡ ଆକ୍ଟର ତାଙ୍କୁ ଆଣ୍ଟି କହିଦେଇଥିଲେ ।
ଏହାପରେ ସେହି ଛୁଆକୁ ଗାଳି କରିଥିଲେ ସେ । ଏହି କାରଣ ପାଇଁ ବର୍ତ୍ତମାନ ସୋସିଆଲ ମିଡିଆରେ ସ୍ବରାଙ୍କୁ ୟୁଜର୍ସଙ୍କ ରାଗର ସାମ୍ନା କରିବାକୁ ପଡିଛି । ପ୍ରକାଶ ଥାଉକି ଏହି ମାମଲାରେ ସ୍ବରାଙ୍କ ଉପରେ ଅଭିଯୋଗ ମଧ୍ୟ ରୁଜୁ ହୋଇସାରିଛି । ଏକ ଏନଜିଓ ଲିଗଲ ରାଇଟ୍ସ ପ୍ରୋଟେକ୍ସନ ଫୋରମ କଥିତ ରୂପେ ନ୍ୟାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ୍ସରେ ଅଭିଯୋଗ ଆଣିଛି । ଆଉ ଏହା ବିରୋଧରେ କଡା କାର୍ଯ୍ୟନୁଷ୍ଠାନ କରିବାର ଦାବି ମଧ୍ୟ କରିଛି।