ETV Bharat / sitara

ଲକଡାଉନ: ରାଜ୍ୟ ସରକାରଙ୍କୁ ନିବେଦନ କଲେ ସ୍ବରା

author img

By

Published : Mar 28, 2020, 7:12 PM IST

ଏଥର ସ୍ବରା ଭାସ୍କରଙ୍କ ଟ୍ବିଟରେ କେହି ତାଙ୍କୁ ଟ୍ରୋଲ କରିନାହାଁନ୍ତି। କାରଣ ସେ ଲୋକଙ୍କୁ ନିଜ ନିଜ ଗାଁରେ ପହଞ୍ଚାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।

swara bhaskar
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଏହି ସମୟରେ ପୁରା ଦେଶରେ କୋରୋନା ଭାଇରସର ତାଣ୍ଡବ ଦେଖିବାକୁ ମିଳୁଛି। ସେହିପରି ଭାରତରେ ଏହି ସଂକ୍ରମଣରେ ଏଯାବତ 700ରୁ ଅଧିକ ସଂକ୍ରମିତ ହୋଇସାରିଲେଣି। ଏହାପୂର୍ବରୁ ଗତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଲକଡାଉନ କରିବା ଘୋଷଣା କରିଥିଲେ । 21 ଦିନ ପର୍ଯ୍ୟନ୍ତ ଏହି ନିୟମକୁ ପାଳନ କରିବାକୁ ବାଧ୍ୟ ଦେଶବାସୀ। ଏବେ ଏହା ଉପରେ ଏକ ଟ୍ବିଟ କରି ଚର୍ଚ୍ଚାରେ ବିବାଦୀୟ ଅଭିନେତ୍ରୀ ସ୍ବରା ଭାସ୍କର।

tweet
ଫଟୋ ସୌଜନ୍ୟ: ଟ୍ବିଟର@ସ୍ବରା ଭାସ୍କର

କଥାଟି ହେଲା ଯେ ଲକଡାଉନ ଘୋଷଣା ପରେ ଅନେକ ଗରିବ ଲୋକ, ଦିନ ମଜୁରିଆ ଚାଲି ଚାଲି ନିଜ ଗାଁକୁ ଯାଉଛନ୍ତି। ବର୍ତ୍ତମାନ ଏମାନଙ୍କ ଚିନ୍ତା କରି ସ୍ବରା ରାଜ୍ୟ ସରକାରଙ୍କୁ ଏକ ଟ୍ବିଟରେ ନିବେଦନ କରିଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି, ‘ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଯେ ଯେଉଁ ଗରିବ ଲୋକ ଚାଲି ଚାଲି ନିଜ ଗାଁକୁ ଯାଉଛନ୍ତି। ତାଙ୍କ ପାଇଁ କିଛି ଗାଡିର ବ୍ୟବସ୍ଥା କରନ୍ତୁ। ଯାହାଦ୍ବାରା ସେହି ଲୋକେ ଶୀଘ୍ର ଏବଂ ସୁରକ୍ଷିତ ନିଜ ଘରେ ପହଞ୍ଚିପାରିବେ।

ପ୍ରକାଶ ଥାଉକି କି ସବୁବେଳେ ନିଜ ବିବାଦୀୟ ଟ୍ବିଟ ପାଇଁ ଟ୍ରୋଲ ହେଉଥିବା ସ୍ବରାଙ୍କ ଏହି ଟ୍ବିଟରେ ୟୁଜର୍ସ ଭଲ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.