ମୁମ୍ବାଇ: ନିକଟରେ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଟେଲି ଅଭିନେତ୍ରୀ ଚାରୁ ଓସୋପାଙ୍କୁ ବିବାହ କରିଛନ୍ତି । ଭାଇର ମ୍ୟାରେଜରେ ଖୁବ୍ ଏନଜୟ କରିଥିବାର ନଜର ଆସିଛନ୍ତି ସୁସ୍ମିତା । ସୋସିଆଲ ମିଡିଆରେ ରାଜୀବଙ୍କ ବିବାହର ଫଟୋ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଛି । ଅନ୍ୟପଟେ ଦେଖିବାକୁ ମିଳୁଛି ଯେ ପୁଅ ବିବାହ କରି ପୁରା ସେନ ପରିବାର ଶାନ୍ତିରେ ଶୋଇଯାଇଛନ୍ତି ।
- " class="align-text-top noRightClick twitterSection" data="
">
ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ । ଏହି କଥା ଆମେ କହୁନାହୁଁ ଏକଥା ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ।
କଥାଟି ହେଲା କି ସୁସ୍ମିତା, ରଜୀବ, ଚାରୁ ସହ ପରିବାରର ଅନ୍ୟ ସଦସ୍ୟ ଏକାଠି ଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର ହୋଇଛି । ଭିଡିଓରେ ପୁରା ପରିବାର ଶୋଇବାର ନାଟକ କରୁଥିବା ଦେଖାଯାଉଛନ୍ତି । ଏହାସହ ସୁସ୍ମିତା କହୁଛନ୍ତି କି ବିବାହ ପରେ ସମସ୍ତେ ବହୁତ ଥକି ଯାଆନ୍ତି ତେଣୁ ସେ ଶୋଇବାର ଭିଡିଓ ସୁଟ କରିଛନ୍ତି ।
ଭିଡିଓଟିକୁ ଇନଷ୍ଟାଗ୍ରାମରେ ସେୟାର କରି ସୁସ୍ମିତା ଲେଖିଛନ୍ତି, "ବିବାହ ବହୁତ କ୍ରାନ୍ତ କରିବା ଭଳି ଜିନିଷ । ତେଣୁ ସେ ଶୋଇବା ଭିଡିଓ ସୁଟ କରିବାକୁ ଭାବିଲେ ।" ଆପଣ ମଧ୍ୟ ଦେଖନ୍ତୁ ସେନ ପରିବାରର ଶୋଇବା ଭିଡିଓ...