ମୁମ୍ବାଇ: ଲକଡାଉନରେ ସାଧାରଣଲୋକଙ୍କଠୁ ନେଇ ସେଲିବ୍ରିଟି ନିଜ ନିଜ ପରିବାର ସଦସ୍ୟଙ୍କ ସହ ଶାନଦାର ସମୟ ବିତାଇଛନ୍ତି । ଲକଡାଉନ ସେହି ଲୋକମାନଙ୍କ ପାଇଁ ବରଦାନ ସୂରପ ଯିଏ ସବୁବେଳେ ବ୍ୟସ୍ତ ରହୁଥିଲେ ଆଉ ପରିବାରକୁ ସମୟ ଦେଇପାରୁନଥିଲେ । ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ ମଧ୍ୟ ଲକଡାଉନରେ ନିଜ ଦୁଇ ଝିଅ ଏଲିଜା ଓ ରିନେ ସେନଙ୍କ ସହ ଖୁବ୍ ମଜାମସ୍ତି କରି ସମୟ ବିତାଇଥିଲେ । ଇତିମଧ୍ୟରେ ତାଙ୍କ ସାନ ଝିଅର ଏକ ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛନ୍ତି । ଯାହାକୁ ଦେଖି ତାଙ୍କ ଦିୱାନା ହୋଇଯାଇଛନ୍ତି ସୁସ୍ମିତାଙ୍କ ଫ୍ୟାନ୍ସ ।
କଥାଟି ହେଲା ଯେ ନିକଟରେ ସୁସ୍ମିତା ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ତାଙ୍କ ଝିଅ ଏଲିଜା ହଲିଉଡର ଫେମସ ଫଇଲ୍ମ ‘ହ୍ୟାରି ପୋଟର’ର ଭୂମିକା ହରମାୟନୀଙ୍କ ମିମିକ୍ରି କରୁଥିବାର ନଜର ଆସୁଛନ୍ତି ।
ସେହିପରି ଭିଡିଓର କ୍ୟାପସନରେ ସୁସ୍ମିତା ଲେଖିଛନ୍ତି, ‘ବର୍ଷର ଗୋଟିଏ ଦିନରେ ମୋ ଆଲୋକର କିରଣ । ସାକ୍ଷାତ କରନ୍ତୁ ଆମର ହରମାୟନୀ ଗ୍ରେଞ୍ଜରଙ୍କ ସହ । ସେ ଜଣେ ଯାଦୁଗର ।’ ଆପଣ ବି ଦେଖନ୍ତୁ ଏହି ମଜାଦାର ଭିଡିଓ...
- " class="align-text-top noRightClick twitterSection" data="
">