ମୁମ୍ବାଇ: ନିକଟରେ ଅଭିନେତ୍ରୀ ସୁସ୍ମିତା ସେନ ନିଜ ଭାଇ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ । ବିବାହର ସବୁ ବିଧି-ବିଧାନରେ ନିଜ କଥିତ ବଏଫ୍ରେଣ୍ଡ ରୋହମନ ଶୈଲଙ୍କ ସହ ନଜର ଆସିଥିଲେ । ଏହାସହ ଏହି ଯୋଡି ସୋସିଆଲ ମିଡିଆରେ ଅନେକ ଥର ଲଭି-ଡଭି ଫଟୋ ସେୟାର କରିଥିବାର ଦେଖାଯାଇଛନ୍ତି । କିନ୍ତୁ ଏବେ ସୁସ୍ମିତାଙ୍କ ଫ୍ୟାନ୍ସ ପାଇଁ ନୈରାଶଜନକ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ଏହି ଖବର ଜୋର ଧରିଛି ଯେ ସୁସ୍ମିତା ବଏଫ୍ରେଣ୍ଡଙ୍କ ସହ ବ୍ରେକଅପ କରିନେଇଛନ୍ତି ।
ସୁସ୍ମିତାଙ୍କ ବ୍ରେକଅପ ତାଙ୍କ ଭାଇ ରାଜୀବ ସେନଙ୍କ ବିବାହ ପରେ ହୋଇଛି ବୋଲି ଅନେକ ଖବର ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । କିଛି ମାସ ପୂର୍ବେ ସୁସ୍ମିତା ଘୋଷଣା କରିଥିଲେ କି ସେ ରୋହମନଙ୍କ ସହ ରିଲେସନଶିପରେ ଅଛନ୍ତି ।
ତାପର ଠାରୁ ଦୁଇଜଣ କେବେ ପରସ୍ପର ପାଇଁ ସୋସିଆଲ ମିଡିଆରେ ଫଟୋ ସେୟାର କରି ପ୍ରେମ ଜାହିର କରୁଥିଲେ ତ କେବେ କମେଣ୍ଟସ ମାଧ୍ୟମରେ ଫ୍ୟାନ୍ସଙ୍କୁ ନିଜ ପ୍ରେମର ସୂଚନା ଦେଇଥିଲେ । ଦୁଇଜଣଙ୍କ ବ୍ରେକଅପ ହେବା କଥା ଆମେ କହୁନାହିଁ । ଏହି ଖବରଟି ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡିଛି ।
ଖାଲି ଏତିକି ନୁହେଁ ସୁସ୍ମିତା ବର୍ତ୍ତମାନ ସୋସିଆଲ ମିଡିଆରେ ରୋହମନଙ୍କୁ ଫଲୋ କରିବା ମଧ୍ୟ ବନ୍ଦ କରିଦେଇଛନ୍ତି । ଅନ୍ୟପଟେ ରୋହମନ ନିଜ ଇନଷ୍ଟାଗ୍ରାମରେ କିଛି ଏପରି ଲେଖିଛନ୍ତି । ଯାହାକୁ ଦେଖି ଅନୁମାନ କରାଯାଉଛି ଯେ ସୁସ୍ମିତାଙ୍କ ସହ ତାଙ୍କର କିଛି ସମସ୍ୟା ଚାଲିଛି ।
ରୋହମନ ନିଜର ପ୍ରଥମ ପୋଷ୍ଟରେ ଲେଖିଛନ୍ତି, "ହଁ ମୁଁ ତୁମ ସହ ହିଁ କଥା ହେଉଛି । କେଉଁ କଥା ତୁମକୁ ଚିନ୍ତିତ କରୁଛି । କମ ଅନ, ମୁଁ ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ତୁମ କଥା ଶୁଣିପାରିବି । କଥା ହୁଅ ମୋ ସହ । ଚିନ୍ତା କର ନାହିଁ । ଏହି କଥା କେବେଳ ତୁମ ଆଉ ମୋ ଭିତରେ ରହିବ । କଥା ହୁଅ ମୋ ସହ ।"