ETV Bharat / sitara

ହୃଦୟ ଭାଙ୍ଗିବା ପରେ ପ୍ରଥମ ପୋଷ୍ଟ କଲେ ସୁସ୍ମିତା, ଲେଖିଲେ Peace is Beautiful - sushmit sen share post news

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ଗତ ୨୩ ତାରିଖରେ ସୋସିଆଲ ମିଡିଆରେ ରୋହମନ୍‌ ଶୋଲଙ୍କ ସହ ବ୍ରେକ୍‌ଅପ୍‌ ହୋଇଥିବା ନେଇ ଘୋଷଣା କରିଥିଲେ । ସୁସ୍ମିତା ସେନ୍‌ ବ୍ରେକ୍‌ଅପ୍‌ ପରେ ଶେଷରେ ମୁହଁ ଖୋଲିଛନ୍ତି । କହିଲେ Peace is Beautiful। ଅଧିକ ପଢନ୍ତୁ

ବୟଫ୍ରେଣ୍ଡଙ୍କ ସହ ବ୍ରେକଅପ ପରେ ସୁସ୍ମିତା ସେନଙ୍କ ପ୍ରଥମ ପୋଷ୍ଟ ଭାଇରାଲ୍, ଲେଖିଲେ- Peace is Beautiful

author img

By

Published : Dec 24, 2021, 1:53 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅଭିନେତ୍ରୀ ସୁସ୍ମିତା ସେନ୍ ଗତ ୨୩ ତାରିଖରେ ସୋସିଆଲ ମିଡିଆରେ ରୋହମନ୍‌ ଶୋଲଙ୍କ ସହ ବ୍ରେକ୍‌ଅପ୍‌ ହୋଇଥିବା ନେଇ ଘୋଷଣା କରିଥିଲେ । ସୁସ୍ମିତା ସେନ୍‌ ବ୍ରେକ୍‌ଅପ୍‌ ପରେ ଶେଷରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ‘ଶାନ୍ତି ସୁନ୍ଦର ହୋଇଥାଏ।’ ତେବେ ଅନେକ ଦିନ ଧରି ଲାଗିରହିଥିବା ଚର୍ଚ୍ଚା ଭିତରେ ରୋହମନଙ୍କ ସହ ଫଟୋ ସେୟାର କରିଛନ୍ତି ସୁସ୍ମିତା ସେନ୍‌ । ଉଭୟ ସେଲ୍‌ଫି ପୋଜ୍‌ରେ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି । କ୍ୟାପସନ୍‌ରେ ଅଭିନେତ୍ରୀ ଲେଖିଛନ୍ତି, ‘ବନ୍ଧୁତାରୁ ହିଁ ଆରମ୍ଭ ହୋଇଥିଲା ଆମର ସମ୍ପର୍କ । ଏବେ ବି ବନ୍ଧୁତା ରହିଛି କିନ୍ତୁ ସମ୍ପର୍କ ଅନେକ ଦିନ ତଳୁ ଶେଷ ହୋଇଯାଇଛି ।’

ଅଭିନେତ୍ରୀ ୨୦୧୮ରୁ ରୋହମନ୍‌ ଶୋଲଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ । ଦୁହେଁ ଲିଭ୍ ଇନରେ ରହୁଥିଲେ, କିନ୍ତୁ କିଛି ଦିନ ପୂର୍ବରୁ ରୋହମନ୍‌ ସୁସ୍ମିତାଙ୍କ ଘର ଛାଡିଦେଉଥିଲେ । ଯେଉଁଥିରୁ ସନ୍ଦେହ କରାଯାଉଥିଲା ଦୁହିଁଙ୍କ ମଧ୍ୟରେ କିଛି ଠିକ୍ ନାହିଁ । ମାତ୍ର ସୁସ୍ମିତାଙ୍କ ଦୁଇ ଝିଅ ଏବଂ ତାଙ୍କ ପରିବାର ସହ ରୋହମନଙ୍କ ବେଶ୍‌ ଭଲ ସମ୍ପର୍କ ରହିଥିଲା । କିନ୍ତୁ ହଠାତ୍‌ ଏହି ଯୋଡିଙ୍କ ଉପରେ କାହାର ନଜର ଲାଗିଯାଇଥିଲା । ଉଭୟଙ୍କ ମଧ୍ୟରେ କେଉଁ କାରଣ ପାଇଁ ବିବାଦ ଆରମ୍ଭ ହୋଇଥିଲା ସେ ନେଇ କୌଣସି ଖୁଲାସା ହୋଇନାହିଁ ।

ସୁସ୍ମିତା ସେନ୍‌ ଏବଂ ରୋହମନଙ୍କ ଯୋଡିକୁ ବଲିଉଡରେ ବେଶ୍‌ ପସନ୍ଦ କରାଯାଉଥିଲା । ସୁସ୍ମିତା ସେନ୍‌ ଏବଂ ରୋହମନଙ୍କ ସାକ୍ଷାତ ସୋସିଆଲ ମିଡିଆ ଜରିଆରେ ଆରମ୍ଭ ହୋଇଥିଲା । ରୋହମନ ପ୍ରଥମେ ସୁସ୍ମିତାଙ୍କୁ ମେସେଜ୍‌ କରିଥିଲେ । ପରେ ଏକ ଫେଶନ୍‌ ଶୋରେ ଉଭୟଙ୍କ ଭେଟ ହୋଇଥିଲା । ପ୍ରଥମ ଦେଖାରୁ ହିଁ ଫିଦା ହୋଇଯାଇଥିଲେ ସୁସ୍ମିତା । ପରେ ସମ୍ପର୍କ ଆଗକୁ ବଢିଥିଲା । ରୋହମନଙ୍କ ପୂର୍ବରୁ ବିକ୍ରମ ଭଟ୍ଟ, ଓ୍ବାସିମ୍ ଆକ୍ରମ, ରଣଦୀପ ହୁଡ୍ଡା, ରିତିକ୍ ରୋଶନ, ମୁଦସ୍ତର ଅଜୀଜ୍‌ଙ୍କୁ ଡେଟ୍‌ କରିସାରିଛନ୍ତି ସୁସ୍ମିତା ସେନ୍‌ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.