ହାଇଦ୍ରାବାଦ: ଚମ୍ବଲର ଡକାୟତଙ୍କ ଉପରେ ଆଧାରିତ ଫିଲ୍ମ 'ସୋନଚିଡିୟା' କିଛି ଦିନ ପୂର୍ବେ ରିଲିଜ ହୋଇଯାଇଛି । ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି । ଇତିମଧ୍ୟରେ ଫିଲ୍ମର ମୁଖ୍ୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଦର୍ଶକଙ୍କ ପାଇଁ ଓପନ ଲେଟର ଲେଖିଛନ୍ତି । ଜଣାଇ ଦେଉଛୁ ଯେ କିଛି ଦର୍ଶକ କହିଛନ୍ତି କି ଯେତେବେଳେ ସେ ସିନେମାଘରକୁ ଫିଲ୍ମ ଦେଖିବାକୁ ଯାଇଥିଲେ, ତେବେ ତାଙ୍କୁ ଫିଲ୍ମରେ ଅନ୍ୟ ବ୍ୟକ୍ତିଙ୍କ ସ୍ବର ଶୁଣିବାକୁ ମିଳିଥିଲା କଳାକାରଙ୍କର ନୁହେଁ ।
ଇତିମଧ୍ୟରେ ସୁଶାନ୍ତ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି କି ସିନେମାଘରେ ଫିଲ୍ମ ଦେଖୁଥିବା ସମୟରେ ଯଦି ତାଙ୍କୁ ଲାଗୁଛି ଫିଲ୍ମର ସ୍ବର କିମ୍ବା ଅନ୍ୟ କଳାକାରଙ୍କ ସ୍ବରରେ ଦମ ନାହିଁ । ତେବେ ତାଙ୍କୁ ଏହି ବିଷୟରେ ସୂଚନା ଦିଅନ୍ତୁ । ଏହାପରେ ସେ ତାହା ପରିବର୍ତ୍ତନ କରିଦେବେ ।
ଏହି ବିଷୟରେ ସୁଶାନ୍ତ ଚିଠିରେ ଲେଖିଛନ୍ତି କି ସ୍ନେହର ଦର୍ଶକ, ସର୍ବପ୍ରଥମେ ଫିଲ୍ମଟିକୁ ପସନ୍ଦ କରିଥିବାରକୁ ଆପଣଙ୍କୁ ଏବଂ ଫିଲ୍ମ କ୍ରିଟିକ୍ସଙ୍କୁ ଅନେକ ଅନେକ ଧନ୍ୟବାଦ । ହୁଏତଃ ଫିଲ୍ମକୁ କମ ସ୍କ୍ରିନ୍ସି ମିଳିଛି, କିନ୍ତୁ ଫିଲ୍ମକୁ ପ୍ରତିକ୍ରିୟା ଭଲ ମିଳୁଛି । ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ ମଧ୍ୟ କରୁଛି । ଆପଣଙ୍କ ମଧ୍ୟରୁ କିଛି ଦର୍ଶକ ତାଙ୍କୁ କହିଛନ୍ତି କି ଫିଲ୍ମରେ ଯାହା ତାଙ୍କ ସ୍ବରରେ ଡବିଂ ହୋଇଛି, ତାଙ୍କୁ ତାହା ଶୁଣିବାକୁ ମିଳୁନାହିଁ । ତାଙ୍କୁ ଫିଲ୍ମ ଅନ୍ୟ ଡବିଂ ସ୍ବରରେ ଦେଖିବାକୁ ମିଳୁଛି ।
ଦୟାକରି ଧ୍ୟାନ ଦିଅନ୍ତୁ ଓରିଜନାଲ ଭାଷା ବ୍ୟତୀତ ଅନ୍ୟ କୌଣସି ଭାଷାରେ ଫିଲ୍ମ ଡବିଂ କରାଯାଇନାହିଁ । ଯେଉଁ ସିନେମାଘରେ ଏପରି ଅସୁବିଧା ହେଉଛି, ଦୟା କରି ସୂଚନା ଦିଅନ୍ତି । ଯାହା ଉପରେ ସେ କାର୍ଯ୍ୟ କରିପାରିବେ । ସେ ଆଦୌ ଏପରି ହେବାକୁ ଦେବେ ନାହିଁ କି ସମସ୍ତଙ୍କ ପରିଶ୍ରମ ବ୍ୟର୍ଥ ଯିବ । 'ସୋନଚିଡିୟା' ଉପରେ ବିଶ୍ବାସ ରଖନ୍ତୁ ଏବଂ ସକାରତ୍ମକ ସ୍ନେହ ବାଣ୍ଟନ୍ତୁ ।
Dear ALL,
— Sushant Singh Rajput (@itsSSR) March 3, 2019 " class="align-text-top noRightClick twitterSection" data="
PLease Read This. 🙏
Yours sincerely,
Sushant Singh Rajput 🙏❤️💫🔱 pic.twitter.com/H6nX2mwcmg
">Dear ALL,
— Sushant Singh Rajput (@itsSSR) March 3, 2019
PLease Read This. 🙏
Yours sincerely,
Sushant Singh Rajput 🙏❤️💫🔱 pic.twitter.com/H6nX2mwcmgDear ALL,
— Sushant Singh Rajput (@itsSSR) March 3, 2019
PLease Read This. 🙏
Yours sincerely,
Sushant Singh Rajput 🙏❤️💫🔱 pic.twitter.com/H6nX2mwcmg
ପ୍ରକାଶ ଥାଉକି ଫିଲ୍ମ 'ସୋନଚିଡିୟା'ରେ ସୁଶାନ୍ତଙ୍କ ବ୍ୟତୀତ ମନୋଜ ବାଜପେୟ, ଆଶୁତୋଷ ରାଣା, ରଣବୀର ସୌରୀ ଏବଂ ଭୂମି ପେଡନକର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।