ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁ ମାମଲା, କୋର୍ଟରେ ହାଜର ହେବେ ଋଷିକେଶ - ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୂଚନା

ସିବିଆଇ ପଚରାଉଚରା ପରେ ବୁଧବାର କୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲା ଏବଂ ବଲିଉଡ ଡ୍ରଗ୍ସ କେସରେ ଗିରଫ ହୋଇଥିବା ଋଷିକେଶଙ୍କୁ ହାଜର କରାଯିବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Feb 3, 2021, 2:48 PM IST

ମୁମ୍ବାଇ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ବାରା ପଚରାଉଚରା ପାଇଁ ମଙ୍ଗଳବାର ଗିରଫ ହୋଇଥିବା ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ତଥା ନିର୍ଦ୍ଦେଶକ ଋଷିକେଶ ପାୱାର ବୁଧବାର କୋର୍ଟରେ ହାଜର ହେବେ । ଯାହାର ସୂଚନା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ‘ଏନସିବି’ ପକ୍ଷରୁ ଦିଆଯାଇଛି । ତାଙ୍କ ଉପରେ ଅଭିନେତାଙ୍କୁ ଡ୍ରଗ୍ସ ଦେଉଥିବାର ଅଭିଯୋଗ ଲାଗିଛି ।

ସେପଟେ ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ଥିବା ବଲିଉଡ ଡ୍ରଗ୍ସ କେସରେ ଯାଞ୍ଚ ଗତ ସାତ ମାସରୁ ଏନସିବି କରିଆସୁଛି। ଇଡିରୁ ସରକାରୀ ଯୋଗାଯୋଗ ପାଇବା ପରେ ଯାଞ୍ଚ ଆରମ୍ଭ କରିଥିଲା ଏନସିବି । ଇଡି ହସ୍ତାନ୍ତର କରିଥିବା ରିପୋର୍ଟରେ ନିଶା ଦ୍ରବ୍ୟ ସେବନ, କ୍ରୟ, ବ୍ୟବହାର ଏବଂ ପରିବହନ ସମ୍ବନ୍ଧୀୟ ବିଭିନ୍ନ କଥାର ଆଲୋଚନା ହୋଇଥିଲା । ଏହି ମାମଲାରେ ଏଯାବତ ବଲିଉଡର ଅନେକ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିସାରିଛି।

ପ୍ରକାଶ ଥାଉକି ଗତ ବର୍ଷ ଜୁନ 14ରେ ନିଜ ମୁମ୍ବାଇ ସ୍ଥିତ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ସୁଶାନ୍ତ । ଏବର୍ଷ ଜାନୁଆରୀ 21ରେ ଫ୍ୟାନ୍ସ ସୋସିଆଲ ମିଡିଆରେ ତାଙ୍କ 35ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.