ETV Bharat / sitara

ସୁଶାନ୍ତ ବନିଥାନ୍ତେ ଦାଦା ! - ସୁଶାନ୍ତ ବନିଥାନ୍ତେ ଦାଦା

ସୁଶାନ୍ତଙ୍କ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି । ଦିଲ ବେଚରା ପରେ ତାଙ୍କ ହାତରେ 3ଟି ଫିଲ୍ମର ଅଫର ଥିଲା । ଧୋନିଙ୍କ ଭୂମିକା ପରେ ସେ ଆଉ ଏକ ଖେଳାଳି ଫୁଟବଲର ବାଇଚୁଙ୍ଗ ଭୂତିଆଙ୍କ କ୍ୟାରେକ୍ଟରରେ ଆକ୍ଟିଂ କରିଥାନ୍ତେ । ଅଧିକ ପଢନ୍ତୁ...

ସୁଶାନ୍ତ ବନିଥାନ୍ତେ ଦାଦା !
ସୁଶାନ୍ତ ବନିଥାନ୍ତେ ଦାଦା !
author img

By

Published : Jun 17, 2020, 2:14 AM IST

ମୁମ୍ବାଇ: ପ୍ରତିଭାବାନ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ଫ୍ୟାନ୍ସ । ସାରା ଭାରତ ତାଙ୍କ ମୃତ୍ୟୁ ଖବରରେ ଆଶ୍ଚର୍ଯ୍ୟ ହୋଇଛି । ଏତେ କମ ବୟସରେ ଦୁନିଆ ଛାଡିଦେବାକୁ ବିଶ୍ବାସ କରିପାରୁନାହାନ୍ତି ଦେଶବାସୀ ।

ତେବେ ସୁଶାନ୍ତଙ୍କ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଏବେ ସାମନାକୁ ଆସିବାରେ ଲାଗିଛି । ଦିଲ ବେଚାରା ପରେ ତାଙ୍କ ହାତରେ 3ଟି ଫିଲ୍ମର ଅଫର ଥିଲା । ଧୋନିଙ୍କ ଭୂମିକା ପରେ ସେ ଆଉ ଏକ ଖେଳାଳି ଫୁଟବଲର ବାଇଚୁଙ୍ଗ ଭୂତିଆଙ୍କ କ୍ୟାରେକ୍ଟରରେ ଆକ୍ଟିଂ କରିଥାନ୍ତେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା । ତେବେ ସୁଶାନ୍ତ ଭାରତୀୟ କ୍ରିକେଟର ମହାରାଜା ତଥା ପୂର୍ବତନ କ୍ୟାପ୍ଟେନ ସୌରଭ ଗାଙ୍ଗୁଲିଙ୍କ ଭୂମିକା ପାଇଁ ଅଧିକ ଉତ୍ସାହିତ ଥିଲେ ।

ଦୁଇ ବର୍ଷ ପୂର୍ବରୁ ସେ ଦାଦାଙ୍କ ସହ ସାକ୍ଷାତ କରି ଏହା ବିଷୟରେ ଆଲୋଚନା ମଧ୍ୟ କରିଥିଲେ । ଗାଙ୍ଗୁଲିଙ୍କ କ୍ୟାରିୟର ତାଙ୍କୁ ଉତ୍ସାହିତ କରିଥିଲା । ଏଥିପାଇଁ ସେ ରିଲରେ ଗାଙ୍ଗୁଲିଙ୍କ ଭୂମିକା ପାଇଁ ଅଧିକ ଆଗ୍ରହୀ ଥିଲେ । ଏଥିପାଇଁ ସୁଶାନ୍ତଙ୍କ ଟିମ୍ ମଧ୍ୟ ଗାଙ୍ଗୁଲିଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ । ହେଲେ ସେତେବେଳେ ଗାଙ୍ଗୁଲି ନିଜ ବାୟୋପିକ୍ ପାଇଁ ଇଚ୍ଛୁକ ନଥିଲେ । ସେ ବିନମ୍ରତାର ସହ ସୁଶାନ୍ତଙ୍କ ଅଫରକୁ ମନା କରିଦେଇଥିଲେ । ଏଥିରେ ସାମାନ୍ୟ ଦୁଃଖିତ ଥିଲେ ସୁଶାନ୍ତ ।

ତେବେ ସେ ଦାଦାଙ୍କୁ ତାଙ୍କ କପିରାଇଟ୍ସ ଅଧିକାର ଦେବାକୁ ଅନୁରୋଧ କରିଥିଲେ । ଭବିଷ୍ୟତରେ ଯଦି କେବେ ତାଙ୍କ ଇଚ୍ଛା ବଦଳେ ତେବେ ସେ ସୁଶାନ୍ତଙ୍କୁ ଏଥିପାଇଁ ଅନୁମତି ଦେବା ପାଇଁ ସେ କହିଥିଲେ । ଯାହାକୁ ମାନିନେଇଥିଲେ ଦାଦା । ହେଲେ ଏବେ ଦାଦାଙ୍କ ବାୟୋପିକ୍ ଯଦି ବି ନିର୍ମାଣ ହୁଏ ସେଥିରେ ଆକ୍ଟିଂ କରିବା ପାଇଁ ସୁଶାନ୍ତ ଆଉ ନାହାନ୍ତି । ଏପରିକି ସୁଶାନ୍ତ ଅଧିକ ବାୟୋପିକରେ ଆକ୍ଟିଂ କରିବାକୁ ଇଚ୍ଛା ଥିଲେ । କୁସ୍ତିଯୋଦ୍ଧା ଦ ଗ୍ରେଟ୍ ଖଲିଙ୍କ ବାୟୋପିକ୍ ପାଇଁ ସେ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.