ETV Bharat / sitara

ସୁଶାନ୍ତଙ୍କ କେସରେ ମହେଶଙ୍କୁ ସମର୍ଥନ କଲେ ଅନୁପମ - ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

ନିଜ ବୟାନକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅନୁପମ । ସୁଶାନ୍ତଙ୍କ ବିଷୟରେ ଆଲୋଚନା କରିବା ସହ ମହେଶଙ୍କ ସମର୍ଥନରେ କହିଛନ୍ତି ସେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Aug 15, 2020, 8:24 PM IST

ମୁମ୍ବାଇ: ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଏଯାବତ ସମସ୍ତଙ୍କ ପାଇଁ ରହସ୍ୟ ଘେରରେ । ସୋସିଆଲ ମିଡିଆରେ କ୍ରମାଗତ ଭାବେ ପରିବାର ସଦସ୍ୟଙ୍କଠୁ ନେଇ ଫ୍ୟାନ୍ସ ତାଙ୍କ ପାଇଁ ନ୍ୟାୟ ଦାବି କରିଆସୁଛନ୍ତି । ଇତିମଧ୍ୟରେ ଲୋକପ୍ରିୟ ଅଭିନେତା ଅନୁପମ ଖେର ତାଙ୍କ ବିଷୟରେ ଏକ ସାକ୍ଷାତକାରରେ ଅନେକ କଥା କହିଛନ୍ତି । ଏହାସହ ସେ ନିର୍ମାତା ମହେଶ ଭଟ୍ଟଙ୍କ ସମର୍ଥନ କରୁଥିବାର ଦେଖାଯାଇଛନ୍ତି । କାରଣ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଅନେକ ସେଲିବ୍ରିଟିଙ୍କ ଉପରେ ପରିବାରବାଦ ଅଭିଯୋଗ ଆଣିବାରେ ଲାଗିଛନ୍ତି ଫ୍ୟାନ୍ସ । ଏହି କ୍ରମରେ ସାମିଲ ଅଛନ୍ତି ମହେଶ । ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ସଡକ 2’ ଟ୍ରେଲରକୁ ଖୁବ୍ ଟ୍ରୋଲ କରାଯାଉଛି ।

ସେହିପରି ସାକ୍ଷାତକାରରେ ଅନୁପମ କହିଥିଲେ, ‘ସୁଶାନ୍ତ ଜଣେ ସକାରାତ୍ମକ ଭାବ ରଖୁଥିବା ବ୍ୟକ୍ତି ଥିଲେ ଆଉ ନିଜ ଜୀବନକୁ ନିଜ ହିସାବରେ ବଞ୍ଚିବାକୁ ସବୁବେଳେ ଭଲ ପାଉଥିଲେ । ମୁଁ ତାଙ୍କର ଫିଟନେସ ଦେଖିଛି । ତାଙ୍କ ୱାର୍କଆଉଟ ଭିଡିଓ ଦେଖିଛି । ଏତେ ବିନ୍ଦାସ ନିଜ ଲାଇଫକୁ ବଞ୍ଚୁଥିବା ବ୍ୟକ୍ତି କାହିଁକି ଆତ୍ମହତ୍ୟା କଲେ ମୁଁ ବର୍ତ୍ତମାନ ଭାବୁଛି । ସେ ଅଧିକ ଚାପ ପାଇଁ ଆତ୍ମହତ୍ୟା କରିନାହାଁନ୍ତି । କାରଣ ସେ କେବେ ମଧ୍ୟ ଜୀବନରେ ଚାପ ନେଇ ବଞ୍ଚୁନଥିଲେ । ମୁଁ ଜାନୁଆରୀ ମାସରୁ ନେଇ ସୁଶାନ୍ତଙ୍କ ଶେଷ ଭିଡିଓ ଦେଖିସାରିଲେଣି । ଏବେ ମୁଁ ମାନସିକ ସ୍ବାସ୍ଥ୍ୟ ପ୍ରସଙ୍ଗ ଉପରେ କଥା ହେବାକୁ ଚାହୁଁଛି।’

ପ୍ରକାଶ ଥାଉକି ତାଙ୍କୁ ମହେଶ ଓ ସୁଶାନ୍ତଙ୍କ କଥିତ ଗାର୍ଲଫ୍ରେଣ୍ଡଙ୍କ ରିଆ ଚକ୍ରବର୍ତ୍ତୀଙ୍କ ବିଷୟରେ ପଚରା ଯିବାରୁ ଅନୁପମ କହିଥିଲେ, ‘ମୁଁ ଏହି ପ୍ରସଙ୍ଗ ଉପରେ କୌଣସି ଜଜମେଣ୍ଟ କରିପାରିବେ ନାହିଁ । ମୁଁ ମହେଶଙ୍କୁ ଧନ୍ୟବାଦ ଦେଉଛି । ସେ ମୋ ପାଇଁ ବହୁତ କିଛି କରିଛନ୍ତି । ଯେପର୍ଯ୍ୟନ୍ତ ସେହି ଦିନ ନଆସିଛି କିମ୍ବା କିଛି ସାବ୍ୟସ୍ତ ନହୋଇଛି ସେ ପର୍ଯ୍ୟନ୍ତ ମୁଁ ତାଙ୍କୁ ସନ୍ଦେହ ନଜରରେ ଦେଖିପାରିବି ନାହିଁ । ମୁଁ ଅନ୍ଧ ନୁହେଁ ହେଲେ ମୁଁ କିଛି କହିବି ନାହିଁ । କାରଣ ମୋ ପିତା-ମାତା ଏବଂ ଜେଜେବାପା ମତେ ଶିଖାଉଛନ୍ତି ଯେଉଁ ହାତ ଖାଇବାକୁ ଦେଇଥାଏ ତାଙ୍କୁ କେବେ କାଟିବା କଥା ନୁହେଁ।’

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.