ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ତାଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ନଜର ଆସୁଛନ୍ତି । ସେ ପ୍ରାୟତଃ ଭାଇ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରୁଥିବାର ଦେଖାଯାଉଛନ୍ତି । ଏହାସହ ସେ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ପୁରୁଣା ଫଟୋ, ଭିଡିଓ ସେୟାର କରି ଭାବବିହ୍ବଳ ପୋଷ୍ଟ ମଧ୍ୟ କରୁଛନ୍ତି । ଇତିମଧ୍ୟରେ ଏମିତି କିଛି ଦେଖିବାକୁ ମିଳୁଛି । ଏଥର ସେ ନିଜ ବିବାହ ଫଙ୍କସନର କିଛି ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଭାଇ-ଭଉଣୀ ପରସ୍ପରକୁ ଆଲିଙ୍ଗନ କରୁଥିବାର ନଜର ଆସୁଛନ୍ତି । ଏହି ଫଟୋ 2007ର ।
- " class="align-text-top noRightClick twitterSection" data="
">
ଇନଷ୍ଟାଗ୍ରାମରେ ଶ୍ବେତା ବିବାହ ରିସେପ୍ସନର ସ୍କ୍ରିନସଟ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଭାଇ ମୋ ବିବାହ ରିସେପ୍ସନରେ । ମତେ ଆଲିଙ୍ଗନ କରିଥିଲେ । ମତେ ମନେ ଅଛି ରିସେପ୍ସନର ଗୋଟିଏ ଦିନ ପୂର୍ବରୁ କିପରି ଆମେ ପରସ୍ପରକୁ ଆଲିଙ୍ଗନ କରି ଖୁବ୍ କାନ୍ଦି ଥିଲୁ । ଖାସ୍ ସେହି ସମୟ ପୁଣି ଫେରିଆସନ୍ତା ।’
- " class="align-text-top noRightClick twitterSection" data="
">
ସେହିପରି ଆଉ ଏକ ଫଟୋରେ ସେ ଲେଖିଛନ୍ତି, ‘କିଛି ସୀମାରେ ଆମେ ସବୁବେଳେ ସାଥିରେ ରହିବା । i ଗୁଡିୟା ଗୁଲଶନ । ମୁଁ ଚେଷ୍ଟା କରିବି ବିବାହ ସଙ୍ଗୀତର ଭିଡିଓ ଖୋଜି ଅପଲୋଡ କରିବାକୁ ।’ ଆପଣ ବି ଦେଖନ୍ତୁ ଭାଇ-ଭଉଣୀଙ୍କ ପ୍ରେମଭରା ଫଟୋ...