ETV Bharat / sitara

ଜୁଲାଇ 24ରେ ଦର୍ଶକ ଦେଖିବେ ସୁଶାନ୍ତଙ୍କ ଶେଷ ଫିଲ୍ମ - ଫିଲ୍ମ ‘ଦିଲ ବେଚାର’କୁ ନେଇ ଗୁଡନ୍ୟୁଜ

ସାମ୍ନାକୁ ଆସିଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ରିଲିଜ ତାରିଖ । ଘୋଷଣା କରି ସୁଶାନ୍ତଙ୍କ ବିଷୟରେ ଅନେକ କଥା କହିଲେ ନିର୍ଦ୍ଦେଶକ ମୁକେଶ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jun 25, 2020, 5:52 PM IST

ମୁମ୍ବାଇ: ଗତ 14 ତାରିଖରେ ଫେମସ ଆକ୍ଟର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଏଯାବତ ତାଙ୍କ ମୃତ୍ୟୁକୁ କେହି ସହଜରେ ବିଶ୍ବାସ କରିପାରୁନାହାଁନ୍ତି । ତାଙ୍କ ଆତ୍ମହତ୍ୟା ପରେ ଅନେକ ଲୋକ ବଲିଉଡରେ ଚାଲିଥିବା ପରିବାରବାଦକୁ ନେଇ ସ୍ବର ଉଠାଇଛନ୍ତି । ଏଥିରେ କିଛି ସେଲିବ୍ରିଟି, ରାଜନେତା ମଧ୍ୟ ସାମିଲ ଅଛନ୍ତି । ଇତିମଧ୍ୟରେ ସାମ୍ନାକୁ ଆସିଛି ତାଙ୍କ ଶେଷ ଫିଲ୍ମ ‘ଦିଲ ବେଚାର’କୁ ନେଇ ଗୁଡନ୍ୟୁଜ । କାରଣ ତାଙ୍କ ମୃତ୍ୟୁରେ ଦୁଃଖିତ ଥିବା ଫ୍ୟାନ୍ସ ଡିଜିଟାଲ ପ୍ଲାଟଫର୍ମରେ ଦେଖିବାକୁ ଯାଉଛନ୍ତି ଏହି ଫିଲ୍ମ । ଯାହାର ରିଲିଜ ତାରିଖ ଘୋଷଣା ହୋଇଯାଇଛି ।

ଆଜ୍ଞା ହଁ, ଜୁଲାଇ 24ରେ ପୁରା ଦେଶରେ ସୁଶାନ୍ତଙ୍କ ଶେଷ ଅଭିନୀତ ଫିଲ୍ମ ‘ଦିଲ ବେଚାରା’ ଡିଜନୀ ହଟଷ୍ଟାରରେ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ନିର୍ଦ୍ଦେଶକଙ୍କଠୁ ନେଇ ନିର୍ମାତା ପର୍ଯ୍ୟନ୍ତ ଫିଲ୍ମ ରିଲିଜ କରି ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ । ଏହାସହ ଫିଲ୍ମ ରିଲିଜକୁ ନେଇ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ମେକର୍ସ ।

ସେହିପରି ଫିଲ୍ମ ନିର୍ଦ୍ଦେଶକ ମୁକେଶ ଛାବଡା ନିଜର ପ୍ରଥମ ନିର୍ଦ୍ଦେଶିକ ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି । ସୁଶାନ୍ତଙ୍କ ଚାଲିଯିବା ପରେ ତାଙ୍କ ପାଇଁ ଏହି ପ୍ରୋଜେକ୍ଟ ଆହୁରି ଖାସ୍ ହୋଇଯାଇଛି ।

ଏହି ଅବସରରେ ସେ କହିଛନ୍ତି, ‘ସୁଶାନ୍ତ କେବଳ ମୋ ଫିଲ୍ମର ହିରୋ ନଥିଲେ ବରଂ ମୋର ଭଲ ବନ୍ଧୁ ମଧ୍ୟ ଥିଲେ । ସେ ମୋ ସୁଖ-ଦୁଃଖରେ ସାଥିରେ ରହୁଥିଲେ । ଆମର ସମ୍ପର୍କ ଫିଲ୍ମ କାୟ ପୋ ଛେରୁ ସୃଷ୍ଟି ହୋଇଥିଲା । ଆଉ ସେ ମତେ କଥା ଦେଇଥିଲେ ଯେ ମୋ ପ୍ରଥମ ଫିଲ୍ମରେ କାମ କରିବେ । ଆମେ ଦୁଇଜଣ ଅନେକ ପ୍ଲାନ କରିଥିଲୁ । ଅନେକ ସ୍ବପ୍ନ ମଧ୍ୟ ଏକାଠି ଦେଖିଥିଲୁ । ହେଲେ କେବେ ଭାବିନଥିଲି ତାଙ୍କ ବିନା ଏହି ଫିଲ୍ମ ରିଲିଜ କରିବି । ଫିଲ୍ମ ନିର୍ମାଣ ସମୟରେ ସେ ସମସ୍ତଙ୍କୁ ଅନେକ ପ୍ରେମ ଦେଇଥିଲେ । ଆମେ ସେହି ପ୍ରେମ ସହ ଫିଲ୍ମ ରିଲିଜ କରିବୁ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.