ETV Bharat / sitara

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: କରନ ଜୋହରଙ୍କୁ ଜେରା କରିପାରେ ପୋଲିସ - ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଚାଲିଛି । ଏପର୍ଯ୍ୟନ୍ତ 37 ଜଣଙ୍କ ବୟାନ ରେକର୍ଡ କରାଯାଇଛି । ସୋମବାର ମହେଶ ଭଟ୍ଟଙ୍କ ବୟାନ ନିଆଯିବ । ଦରକାର ପଡିଲେ କରଣ ଜୋହରଙ୍କୁ ମଧ୍ୟ ଡକାଯିବ । ଅଧିକ ପଢନ୍ତୁ...

sushant singh rajput death case updates
ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: କରନ ଜୋହରଙ୍କୁ ଜେରା କରିପାରେ ପୋଲିସ
author img

By

Published : Jul 26, 2020, 4:06 PM IST

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଚାଲିଛି । ସୋମବାର ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ବୟାନ ରେକର୍ଡ ହେବ ।

ଗୃହମନ୍ତ୍ରୀ ଆଗକୁ କହିଛନ୍ତି, ଏହି ମାମଲାରେ ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ ମ୍ୟାନେଜରଙ୍କୁ ଡକାଯାଇଛି ଏବଂ ଦରକାର ପଡିଲେ କରଣଙ୍କୁ ମଧ୍ୟ ଡକାଯିବ ।

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଏପର୍ଯ୍ୟନ୍ତ 37 ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଏହି ସଂପର୍କରେ ପୋଲିସ ଫିଲ୍ମ କ୍ରିଟିକ ରାଜୀବ ମସନ୍ଦଙ୍କୁ ପଚରାଉଚରା କରିଛି ।

ନିର୍ଦ୍ଦେଶକ ରୁମି ଜାଫ୍ରି କହିଛନ୍ତି, ମତେ ମୁମ୍ବାଇ ପୋଲିସ ଚାରି ଘଣ୍ଟା ଧରି ପଚରାଉଚରା କରିଥିଲେ । ପୋଲିସ ମୋତେ ମୋର ପ୍ରୋଜେକ୍ଟ ବିଷୟରେ ପଚାରିଥିଲେ । ମୁଁ ସେମାନଙ୍କୁ ସମସ୍ତ ସତକଥା କହିଥିଲି । ମୁଁ ଖୁସି ଯେ ପୋଲିସ ଏହି ଘଟଣାର ବହୁତ ଭଲ ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ସୁଶାନ୍ତ ଜୁନ୍ 14ରେ ନିଜର ମୁମ୍ବାଇ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି । କିଛି ଦିନ ପୂର୍ବରୁ ଗୃହମନ୍ତ୍ରୀ ସୁଶାନ୍ତଙ୍କ ମାମଲାରେ ସିବିଆଇ ତଦନ୍ତର କୌଣସି ଆବଶ୍ୟକତା ନାହିଁ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.