ETV Bharat / sitara

ସୁଶାନ୍ତ ସିଂ ମର୍ଡର ମିଷ୍ଟ୍ରି, ଗିରଫ ହେବେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ! - ସିବିଆଇ ତଦନ୍ତ

ସୁଶାନ୍ତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଥିବା ରିୟା ଏବେ ନିଜେ ସନ୍ଦେହ ଜାଲରେ। ତେବେ ରିୟା ଓ ତାଙ୍କ ପରିବାରକୁ ସିବିଆଇ ଦ୍ବାରା ଘଣ୍ଟା ଘଣ୍ଟା ମାରାଥନ ଜେରା କରାଯାଉଛି। ଏବେ ଏହି ପ୍ରକ୍ରିୟାରେ ଅଗ୍ରଗତି ହେବା ସହ ଏହି ହାଇପ୍ରୋଫାଇଲ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇପାରେ ବୋଲି ସୂତ୍ରରୁ ସୂଚନା ମିଳିଛି।

ସୁଶାନ୍ତି ସିଂ ମର୍ଡର ମିଷ୍ଟ୍ରି, ଗିରଫ ହୋଇପାରନ୍ତି ଗାର୍ଲଫ୍ରେଣ୍ଡ ରିୟା ଚକ୍ରୋବର୍ତ୍ତୀ !

author img

By

Published : Sep 4, 2020, 9:15 AM IST

ମୁମ୍ବାଇ: ସୁଶାନ୍ତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଥିବା ରିୟା ଏବେ ନିଜେ ସନ୍ଦେହ ଜାଲରେ। ତେବେ ରିୟା ଓ ତାଙ୍କ ପରିବାରକୁ ସିବିଆଇ ଦ୍ବାରା ଘଣ୍ଟାଘଣ୍ଟା ମାରାଥନ ଜେରା କରାଯାଉଛି। ଏବେ ଏହି ପ୍ରକ୍ରିୟାରେ ଅଗ୍ରଗତି ହେବା ସହ ଏହି ହାଇପ୍ରୋଫାଇଲ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇପାରେ ବୋଲି ସୂତ୍ରରୁ ସୂଚନା ମିଳିଛି।

ମିଳିଥିବା ସୂତ୍ର ଅନୁଯାୟୀ, ସୁଶାନ୍ତ ଆତ୍ମହତ୍ୟା ପାଇଁ ତାଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା 306 ଅନୁଯାୟୀ ଗିରଫ କରାଯାଇପାରେ। ଏହାର ଅନୁସନ୍ଧାନ ବେଳେ ସିବିଆଇକୁ ସୂଚନା ମିଳିଛି ଯେ ରିୟାଙ୍କ ସହ ସମ୍ପର୍କରେ ଆସିବା ପରେ ସୁଶାନ୍ତଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା। ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ଡ୍ରଗ୍ସ ନେଉଥିବା ବେଳେ ଏବଂ ସୁଶାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ରିୟା ତାଙ୍କର ଅବସାଦର ଚିକିତ୍ସା ପାଇଁ ତାଙ୍କୁ ନିୟମିତ ଡ୍ରଗ୍ସ ଦେଉଥିଲେ।

ସୂତ୍ରରୁ ପ୍ରକାଶ ଯେ, ରିୟା ତାଙ୍କ ଭାଇ ସୌଭିକ୍ ମାଧ୍ୟମରେ ତାଙ୍କ ଘରେ ସର୍ବଦା ପର୍ଯ୍ୟାପ୍ତ ପରିମାଣର ଡ୍ରଗ୍ସ ମହଜୁଦ୍ ରଖିଥିଲେ ଯାହାଫଳରେ ସୁଶାନ୍ତ ଡ୍ରଗ୍ସ ନେବା ପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହୋଇନଥିଲେ। ଏହିପରି ଭାବରେ ସୁଶାନ୍ତ ନିଶା ସେବନରେ ଅଭ୍ୟସ୍ତ ହୋଇଯାଇଥିଲେ। ଏହି ସମୟରେ, ଯେତବେଳେ ସୁଶାନ୍ତଙ୍କ ଭଉଣୀମାନେ ସୁଶାନ୍ତଙ୍କ ଡ୍ରଗ୍ସ ସେବନ ବିଷୟରେ ଜାଣିଥିଲେ, ସେମାନେ ତାଙ୍କୁ ରିୟା ଠାରୁ ଦୂରରେ ରହିବାକୁ ଅନୁରୋଧ କରିଥିଲେ, ତଥାପି ସୁଶାନ୍ତ ରିୟାଙ୍କୁ ଛାଡି ବଞ୍ଚିପାରିବେ ନାହିଁ ବୋଲି କହିଥିଲେ।

ଘଟଣାକ୍ରମରେ, ଏହା ପରେ ସୁଶାନ୍ତଙ୍କ ଭଉଣୀ ଏବଂ ରିୟାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ରିୟା ସୁଶାନ୍ତଙ୍କୁ ନିଜର ଶେଷ କଥା ଶୁଣାଇଥିଲେ ଯେ ଯଦି ପାରୁଛ 'ମୋ ସହିତ ରୁହ, ମୋତେ ବିବାହ କର କିମ୍ବା ତୁମ ପରିବାରକୁ ଫେରିଯାଅ'। ଏହା ପରେ ସୁଶାନ୍ତ ତାଙ୍କ ପରିବାର ସହିତ କମ୍ ସମ୍ପର୍କ ସ୍ଥାପନ କରିବା ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ ବୋଲି ସୂଚନା ମିଳିଛି।

ଏହାପରେ ଜୁନ୍ 8 ରେ ଦିଶା ସାଲିଆନଙ୍କ ମୃତ୍ୟୁ ପରେ ସୁଶାନ୍ତ ଅତ୍ୟଧିକ ରାଗି ଯାଇଥିଲେ ଏବଂ ରିୟାଙ୍କ ସହ ଝଗଡା କରିବାରୁ ରିୟା ସୁଶାନ୍ତଙ୍କ ଘରୁ ବାହାରି ପଳାଇଥିଲେ। ଏହି କାରଣରୁ ସୁଶାନ୍ତ ବହୁ ପରିମାଣରେ ଡ୍ରଗ୍ସ ଖାଇବା ଆରମ୍ଭ କରିଥିଲେ ଏବଂ ରିୟାଙ୍କ ଯିବା ପରେ ସେ ଆତ୍ମହତ୍ୟା କରିଥିଲେ। ଏପର୍ଯ୍ୟନ୍ତ ସିବିଆଇ ତଦନ୍ତ ଜାରି ରହିଥିବା ବେଳେ ସୁଶାନ୍ତଙ୍କୁ ହତ୍ୟାକୁ ନେଇ କୌଣସି ପ୍ରମାଣ ମିଳି ନାହିଁ। ଆତ୍ମହତ୍ୟା କୋଣରୁ ଅନୁସନ୍ଧାନ ଜାରି ରହିଥିବା ବେଳେ ସନ୍ଦେହକୁ ଅଧିକ ଟାଣି ହୋଇଯାଇଛନ୍ତି ରିୟା।

ସିବିଆଇ ଅନୁଭବ କରୁଛି ଯେ ସୁଶାନ୍ତଙ୍କୁ ନିଶା ସେବନ ପାଇଁ ବାଧ୍ୟ କରାଯାଇଥିଲା ଏବଂ ସେଥିପାଇଁ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ଇତି ମଧ୍ୟରେ, ସୁଶାନ୍ତଙ୍କ ପରିବାରରେ ମତଭେଦ ସୃଷ୍ଟି କରିବା ପାଇଁ ରିୟା ହିଁ ମୁଖ୍ୟ ଖଳନାୟକ। ଯିଏ ଏହି ସମସ୍ତ ପରିସ୍ଥିତି ସୃଷ୍ଟି କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.