ମୁମ୍ବାଇ: ଫେମସ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କ ପାଇଁ ରହସ୍ୟ ହୋଇ ରହିଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି ଯେ ଏଭଳି ଅଭିନେତା କିପରି ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ । ତାଙ୍କୁ ଆତ୍ମହତ୍ୟାକୁ ଆଧାର କରି ସୋସିଆଲ ମିଡିଆରେ ବଲିଉଡରେ ଚାଲିଥିବା ପରିବାରବାଦ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଫ୍ୟାନ୍ସ । ସେପଟେ ମୁମ୍ବାଇ ପୋଲିସ ଏହି ମାମଲାରେ କ୍ରମାଗତ ଭାବେ ତଦନ୍ତ ଜାରି ରଖିଛି । ଏଯାବତ 13 ଜଣ ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି । ସେହିପରି ଗୁରୁବାର ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଯାହାପାଇଁ ସେ ବାନ୍ଦ୍ରା ପୋଲିସ ଷ୍ଟେସନରେ ପାଖାପାଖି 9 ଘଣ୍ଟା ରହି ନିଜ ବୟାନ ଦେଇଥିଲେ ।
ଗତ 14 ତାରିଖରେ ମୁମ୍ବାଇର ବାନ୍ଦ୍ରା ଘରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ । ତାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ମଧ୍ୟ ଆତ୍ମହତ୍ୟା ସ୍ପଷ୍ଟ ହୋଇଛି । ତାଙ୍କ ଆତ୍ମହତ୍ୟାର ନୋଟ ମଧ୍ୟ ପୋଲିସକୁ ମିଳିନାହିଁ । ଯେଉଁଥିରୁ ପୋଲିସକୁ ଆତ୍ମହତ୍ୟାର ପ୍ରକୃତ କାରଣ ମିଳିପାରିଥାଆନ୍ତା । ତେଣୁ ଯାଞ୍ଚ କରିବା ପାଇଁ ଧିରେ ଧରେ କରି ପୋଲିସ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା ଲୋକଙ୍କ ବୟାନ ରେକର୍ଡ କରିବାରେ ଲାଗିଛି । ସେହିପରି ରିଆଙ୍କୁ ପୋଲିସ ପାଖାପାଖି ଦିନ 11 ଘଟିକାରୁ ନେଇ ରାତି 9 ପର୍ଯ୍ୟନ୍ତ ପଚରାଉଚରା କରିଥିଲା । ଯେଉଁଥିରେ ଜଣାପଡିଛି କିଛି ମାସରୁ ସୁଶାନ୍ତ କେବଳ ରିଆଙ୍କ ସହ ହିଁ କଥାବାର୍ତ୍ତା କରୁଥିଲେ । ରିଆ ଫୋନରେ ସୁଶାନ୍ତଙ୍କ ସହ କରିଥିବା ଚାର୍ଟ, ଭିଡିଓ କଲ ଏବଂ ଫଟୋ ଉପରେ ଯାଞ୍ଚ କରାଯାଇଥିଲା ।
ଏହାସହ ରିଆ ଖୁଲାସା କରିଛନ୍ତି ଯେ ଦୁଇଜଣ ମୁମ୍ବାଇରେ ଘର କିଣିବା ପାଇଁ ଯୋଜନା ଚଳାଇଥିଲେ । ଯାହାପାଇଁ ସେ ବ୍ରୋକରଙ୍କ ସହ ମଧ୍ୟ କଥାବାର୍ତ୍ତା ମଧ୍ୟ କରିସାରିଥିଲେ । ଆଉ ଦୁଇଜଣ ନଭେମ୍ବରରେ ବିବାହ କରିବାକୁ ମଧ୍ୟ ସ୍ଥିର କରିଥିଲେ । ଖାଲି ଏତିକି ନୁହେଁ ପୋଲିସ ରିଆଙ୍କୁ ବ୍ରେକଅପ କଥା ମଧ୍ୟ ପଚାରିଥିଲା । ଯାହାପରେ ରିଆ ସୁଶାନ୍ତଙ୍କ ସହ କଥାବାର୍ତ୍ତା କରିଥିବା ସବୁ ମେସେଜ ପୋଲିସକୁ ଦେଖାଇଥିଲେ ।
ସୁଶାନ୍ତଙ୍କ ବ୍ୟବହାରରେ ପରିବର୍ତ୍ତନ ବିଷୟରେ ରିଆଙ୍କୁ ପୋଲିସ ପଚାରିଥିଲା । ଯାହାର ଉତ୍ତରରେ ସେ କହିଥିଲେ ସୁଶାନ୍ତ ଡିପ୍ରେସନ ପାଇଁ ଚିକିତ୍ସିତ ହେଉଥିଲେ । ହେଲେ ସେ ଆତ୍ମହତ୍ୟାର କିଛି ଦିନ ପୂର୍ବରୁ ମେଡିସିନ ଖାଇବା ବନ୍ଦ କରିଦେଇଥିଲେ । ସେ ଏକଦା ସୁଶାନ୍ତଙ୍କ ଏପରି ଅବସ୍ଥା ଦେଖି ତାଙ୍କ ଭଉଣୀଙ୍କୁ ଜଣାଇଥିଲେ ଏବଂ କହିଥିଲେ କିଛି ଦିନ ତାଙ୍କ ସହ ଆସି ରହିବାକୁ ।
ପ୍ରକାଶ ଥାଉକି ଆତ୍ମହତ୍ୟା ପୂର୍ବ ରାତିରେ ରିଆଙ୍କୁ ସୁଶାନ୍ତ କଲ କରିଥିଲେ । ହେଲେ ରିଆ ଫୋନ ଉଠାଇନଥିଲେ ବୋଲି ଶୁଣିବାକୁ ମିଳୁଛି । ରିଆଙ୍କ ପୂର୍ବରୁ ସୁଶାନ୍ତ ନିଜ ବନ୍ଧୁ ମହେଶ ସେଟ୍ଟୀଙ୍କୁ କଲ କରିଥିଲେ । ସେ ମଧ୍ୟ ତାଙ୍କ ଫୋନ ରିସିଭ କରିନଥିଲେ ।