ମୁମ୍ବାଇ : ସୁଶାନ୍ତ ସିଂ ରାଜପତ ସୁସାଇଡ ମାମଲାରେ ଖୋଲାଖୋଲି ଭାବେ ସାମ୍ନାକୁ ଆସୁଛି ବିହାର ଓ ମହାରାଷ୍ଚ୍ର ପୋଲିସଙ୍କ ମଧ୍ୟରେ ବିବାଦ । ସୁଶାନ୍ତ ସିଂ ମାମଲାରେ ମହାରାଷ୍ଟ୍ର ପୋଲିସ ସହଯୋଗ କରୁନଥିବା ନେଇ ଲଗାତାର ବିହାର ପୋଲିସ ଆରୋପ ଲଗାଇଆସୁଛି । ବର୍ତ୍ତମାନ ଏହି ମାମଲାରେ ଯାଞ୍ଚ କରିବାକୁ ମୁମ୍ବାଇ ଆସିଥିବା ପାଟନା ଏସପି ସିଟି ବିନିୟ ତିୱାରୀଙ୍କୁ ବିଏମସି ଅଧିକାରୀ କ୍ବାରେଣ୍ଟାଇନରେ ଭର୍ତ୍ତି କରିଛନ୍ତି । ରବିବାର ପାଟନାଏସପି ସିଟି ବିନୟ ତିୱାରୀ ମୁମ୍ବାଇ ପହଞ୍ଚିଥିଲେ ।
ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ଟ୍ୱିଟ୍ କରି କହିଛନ୍ତି ଯେ, ଅଗଷ୍ଟ 2ତାରିଖ ଦିନ ଆଇପିଏସ୍ ବିନୟ ତିୱାରୀ ସରକାରୀ ଡ୍ୟୁଟିରେ ପାଟନାରୁ ମୁମ୍ବାଇରେ ପହଞ୍ଚିଥିଲେ । କିନ୍ତୁ ରବିବାର ରାତି 11 ଟା ସମୟରେ ବିଏମସି ଅଧିକାରୀମାନେ ତାଙ୍କୁ ଜୋରଜବରଦୋସ୍ତ କ୍ବାରେଣ୍ଟାଇନ କରିଥିଲେ। ସେମାନଙ୍କର ଅନୁରୋଧ ସତ୍ତ୍ବେ ଆଇପିଏସ୍ ମେସରେ ଆବାସ ଯୋଗାଇ ଦିଆଯାଇନଥିଲା । ସେ ଗୋରେଗାଓଁର ଏକ ଗେଷ୍ଟ ହାଉସରେ ରହୁଥିଲେ।
ସୁଶାନ୍ତ ସିଂଙ୍କ ହତ୍ୟା ମାମଲାରେ ଦିନକୁ ଦିନକୁ ନୂଆ ମୋଡ ନେଉଛି । ଏହି ମାମଲାକୁ ନେଇ ବିହାର ଓ ମୁମ୍ବାଇ ପୋଲିସ ମଧ୍ୟରେ ମତଭେଦ ଦେଖାଦେଉଛି । ଏଥିସହ ଏହି ମାମଲାର ଯାଞ୍ଚ ପାଇଁ ସିବିଆଇ ଯାଞ୍ଚ ଦାବି ମଧ୍ୟ କରାଯାଉଛି ।
ଏସପି ବିନୟ ତିୱାରୀ ମୁମ୍ବାଇରେ ପହଞ୍ଚିବା ପରେ ଏକ ମିଡିଆ ସାକ୍ଷାତକାରରେ କହିଥିଲେ ଯେ, ଆମ ଟିମ ମୁମ୍ବାଇରେ ଭଲ କାମ କରୁଛି । ଗତ ଏକ ସପ୍ତାହ ହେବ ବିବୃତ୍ତି ରେକର୍ଡ କରାଯାଉଛି । ବିବୃତ୍ତି ବିଶ୍ଳେଷଣ କରିବା ପରେ ହିଁ ଫଳାଫଳ ପହଞ୍ଚିବ । ତଥାପି, ଆମେ ଏ ପର୍ଯ୍ୟନ୍ତ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ପାଇନାହୁଁ ବୋଲି ତିୱାରୀ କହିଛନ୍ତି ।
ଅଭିନେତା ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ କମିଶନର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ। ସେ ଏହି ବିଷୟ ସହ ଜଡିତ ସମସ୍ତ ତଥ୍ୟ ସିଏମଙ୍କୁ ଜଣାଇଥିଲେ । ଏହି ସମୟରେ ସେ ମୁମ୍ବାଇରେ ବିହାର ପୋଲିସର ଉପସ୍ଥିତି ଏବଂ ସୋସିଆଲ ମିଡିଆରେ ଗୁଜବ ବିଷୟରେ ସୂଚନା ଦିଆଯାଇଥିଲା।
ଏଥି ସହ ପାଟନା ଏସପି ବିନୟ ତିୱାରୀ ମୁମ୍ବାଇରେ ପହଞ୍ଚିବା ପରେ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଟୁଇଟ୍ କରି କହିଛନ୍ତି ଯେ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିସାରିଛି। ଯଦିଓ ବିହାର ପୋଲିସ ପାଟନାରେ ଏକ ମାମଲା ରୁଜୁ କରିଛି।