ETV Bharat / sitara

ସୁଶାନ୍ତ ମୃତ୍ୟୁ ମାମଲାରେ ଶେଖର କପୁରଙ୍କ ହେବ ବୟାନ ରେକର୍ଡ

author img

By

Published : Jul 7, 2020, 6:41 PM IST

ସଞ୍ଜୟ ଲୀଲା ଭଂସାଲୀଙ୍କ ପରେ ଶେଖରଙ୍କୁ ପଚରାଉଚରା କରିବ ପୋଲିସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମ ହତ୍ୟା ପରେ ବଲିଉଡର ଅନେକ ଫେମସ ସେଲିବ୍ରିଟିଙ୍କୁ ପୋଲିସ ପଚରାଉଚରା କରିବାରେ ଲାଗିଛି । ଏଯାବତ ସୁଶାନ୍ତଙ୍କ ମୃତ୍ୟୁରେ ବାନ୍ଦ୍ରା ପୋଲିସ 30 ଜଣଙ୍କ ବୟାନ ରେକର୍ଡ କରିସାରିଲାଣି । ସେହିପରି ସୋମବାର ଫେମସ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ବୟାନ ରେର୍କଡ କରିଥିଲା ପୋଲିସ । ଆଉ ଏବେ ଚର୍ଚ୍ଚା ଜୋର ଧରିଛି ଯେ ଲୋକପ୍ରିୟ ନିର୍ମାତା ଶେଖର କପୁରଙ୍କ ବୟାନ ମଧ୍ୟ ରେକର୍ଡ ହେବ ।

ସୁଶାନ୍ତଙ୍କ ନିଧନ ପରେ ସର୍ବପ୍ରଥମେ ଶେଖର ଟ୍ବିଟ କରିଥିଲେ । ପ୍ରକାଶ ଥାଉକି ଶେଖର ନିଜର ବହୁ ପ୍ରତିକ୍ଷିତ ଫିଲ୍ମ ‘ପାନୀ’ରେ ସୁଶାନ୍ତଙ୍କୁ ନେବାକୁ ଚାହୁଁଥିଲେ । ହେଲେ ପ୍ରଡକ୍ସନ କମ୍ପାନୀ ପାଇଁ ଏହା ସମ୍ଭବ ହୋଇପାରିନଥିଲା । ସେପଟେ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ସୁଶାନ୍ତ । ଫିଲ୍ମ ନିର୍ମାଣ ନହେବାରୁ ଚିନ୍ତିତ ହୋଇପଡିଥିଲେ ସୁଶାନ୍ତ ।

ଶେଖରଙ୍କ ବ୍ୟତୀତ ଜଣେ ବଡ ପ୍ରଡକ୍ସନ ହାଉସର ମାଲିକଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ । ପୂର୍ବରୁ ସୁଶାନ୍ତଙ୍କ କଥିତ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ଯେଉଁଥିରେ ସେ କହିଥିଲେ ସୁଶାନ୍ତ ଆଉ ସେ ଏବର୍ଷ ନଭେମ୍ବରରେ ବିବାହ କରିବାର ପ୍ଲାନିଂ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.