ମୁମ୍ବାଇ: ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କେସରେ ନୂଆ ଖବର ସାମ୍ନାକୁ ଆସିଛି । କ୍ରମାଗତ ଭାବେ ତାଙ୍କ ମୃତ୍ୟୁର ବାନ୍ଦ୍ରା ପୋଲିସ ତଦନ୍ତ ଚଳାଇଛି । ପୋଲିସ ଅନୁୟାୟୀ ସୁଶାନ୍ତଙ୍କ ଘରେ କୌଣସି ସିସିଟିଭି କ୍ୟାମେରା ଲାଗିନଥିଲା । ହେଲେ ତାଙ୍କ ବିଲ୍ଡିଂର ସିସିଟିଭି ରେକର୍ଡିଂ ଜବତ କରିଛି ପୋଲିସ ।
ସିସିଟିଭି ରେକର୍ଡିଂ ତାଙ୍କ ମୃତ୍ୟୁ କେସରେ ବ୍ୟବହାର କରିବ ପୋଲିସ । ତାଙ୍କ ଆତ୍ମହତ୍ୟା କାରଣ ଜାଣିବା ପାଇଁ ପୋଲିସ ସବୁ ଜିନିଷର ଯାଞ୍ଚ କରୁଛି । ଏଯାବତ ସୁଶାନ୍ତଙ୍କ ସହ ସମ୍ପୃକ୍ତ ଥିବା 34 ଜଣଙ୍କ ରେକର୍ଡ ବୟାନ ହୋଇସାରିଲାଣି ।
ସେହିପରି ସୋମବାର ନିଜ ବୟାନ ରେକର୍ଡ କରିବାକୁ ପହଞ୍ଚିଥିଲେ ଫେମସ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ । ଏବେ ଚର୍ଚ୍ଚା ଜୋର ଧରିଛି ଯେ ସୁଶାନ୍ତଙ୍କ ବନ୍ଧୁ ତଥା ନିର୍ମାତା ଶେଖର କପୁରଙ୍କ ବୟାନ ରେକର୍ଡ କରିବ ପୋଲିସ ।
ପ୍ରକାଶ ଥାଉକି ଗତ 14 ତାରିଖରେ ମୁମ୍ବାଇ ସ୍ଥିତ ନିଜ ନିବାସରେ ସୁଶାନ୍ତ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ । ଯାହାପରେ ତାଙ୍କ ମୃତ୍ୟୁକୁ ଆଧାର କରି ବଲିଉଡରେ ପରିବାରବାଦ, ଗୋଷ୍ଠୀବାଦ ଓ ମାଫିଆଗିରି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।