ETV Bharat / sitara

ହିରୋଙ୍କ ମୃତ୍ୟୁକୁ ବର୍ଷେ, ରହସ୍ୟ ଖୋଜି ପାଉନି CBI

author img

By

Published : Jun 14, 2021, 9:10 PM IST

ମାୟାନଗରୀର ମାୟାଜାଲରେ ଏବେ ବି ଛନ୍ଦି ହୋଇ ନ୍ୟାୟ ଅପେକ୍ଷାରେ ଦିବଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଅଡୁଆ ସୁତାର ଖିଅ ଖୋଜି ବୁଲୁଛି ସିବିଆଇ । ଅଧିକ ପଢନ୍ତୁ...

ହିରୋଙ୍କ ମୃତ୍ୟୁକୁ ବର୍ଷେ, ରହସ୍ୟ ଖୋଜି ପାଉନି CBI
ହିରୋଙ୍କ ମୃତ୍ୟୁକୁ ବର୍ଷେ, ରହସ୍ୟ ଖୋଜି ପାଉନି CBI

ମୁମ୍ବାଇ: ମର୍ଡର ମିଷ୍ଟ୍ରି ଆଉ ସୁଇସାଇଡ ସସପେନ୍ସ ଭିତରେ ବିତିଛି ବର୍ଷେ । ହେଲେ ମାୟାନଗରୀର ମାୟାଜାଲରେ ଏବେ ବି ଛନ୍ଦି ହୋଇ ନ୍ୟାୟ ଅପେକ୍ଷାରେ ଦିବଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଅଡୁଆ ସୁତାର ଖିଅ ଖୋଜି ବୁଲୁଛି ସିବିଆଇ ।

ଜୁନ 14, ଅର୍ଥାଜ ଆଜି ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଫ୍ୟାନ୍ସ ଫୋଲଅର୍ସଙ୍କଠୁ ନେଇ ଦେଶର ଜନସାଧାରଣ ସମସ୍ତେ ସୁଶାନ୍ତଙ୍କୁ ମନେପକାଉଛନ୍ତି । ଏହାରି ମଧ୍ୟରେ ସୋମବାର ଅଭିନେତାଙ୍କ ମୃତ୍ୟୁର ଯାଞ୍ଚକୁ ନେଇ ବଡ ବୟାନ ଦେଇଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି(CBI) ।

ଏବେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ଯାଞ୍ଚ ବନ୍ଦ ହୋଇନାହିଁ । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ସିବିଆଇ ଯାଞ୍ଚ ଏବେ ବି ଜାରି ରହିଛି । ଆଉ ମାମଲାକୁ କୋଣ ଅନୁକୋଣରୁ ଯାଞ୍ଚ କରୁଥିବା ନିଜ ବୟାନରେ କହିଛି ସିବିଆଇ ।

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ବର୍ଷେ ବିତିଥିବାବେଳେ ଏଯାଏଁ କୌଣସି ଠୋସ ନିସ୍କର୍ଷରେ ପହଞ୍ଚିପାରିନି ସିବିଆଇ । ଏହି ମାମଲା ଆତ୍ମହତ୍ୟା ନା ହତ୍ୟା, ଏହା ଉପରୁ ମଧ୍ୟ ଉଠିନି ପରଦା । ଆଜି ସିବିଆଇର ବୟାନ ପରେ ଯଦିଓ ଏହା ସ୍ପଷ୍ଟ ହୋଇଛି ଯେ ଯାଞ୍ଚର ଫାଇଲ ଏଯାଏଁ ବନ୍ଦ ହୋଇନହିଁ, ତଥାପି ସୁଶାନ୍ତଙ୍କୁ କେବେ ନ୍ୟାୟ ମିଳିବ ଏନେଇ ଉଠୁଛି ପ୍ରଶ୍ନ ।

14 ଜୁନ 2020, ମୁମ୍ବାଇରୁ ସାମ୍ନାକୁ ଆସିଥିବା ଖବର ସମସ୍ତଙ୍କ ସ୍ତବ୍ଦ ଓ ଆଶ୍ଚର୍ଯ୍ୟ କରି ରଖିଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଆରପାରିକୁ ଚାଲିଯାଇ ସାରିଥିଲେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟରୁ ମିଳିଥିଲା ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ।

ଯେବେ ସିବିଆଇ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନିଜ ହାତକୁ ନେଇଥିଲା, ସେବେ ପ୍ରତିଟି ଦିଗରୁ ଆରମ୍ଭ ହୋଇଥିଲା ଟିକିନିକି ଯାଞ୍ଚ । ଅଭିନେତାଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା, ଏହା ଜାଣିବା ପାଇଁ ସିବିଆଇ ଏହି ମାମଲା ସହ ଜଡିତ ସମସ୍ତ ସାକ୍ଷୀ ସହ ପଚରାଉଚୁରା କରି ଘଟଣାକୁ ବୁଝିବାକୁ ପ୍ରୟାସ କରିଥିଲା ।

ସୁଶାନ୍ତଙ୍କ ଘରେ କାମ କରୁଥିବା ଲୋକେ, ଅଭିନେତାଙ୍କ ପରିବାର, ଗ୍ରାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ଏପରିକି ତାଙ୍କ ଡ୍ରାଇଭରକୁ ମଧ୍ୟ ପଚରାଉଚୁରା କରିଥିଲା ସିବିଆଇ । ସମସ୍ତଙ୍କ ବୟାନ କରାଯାଇଥିଲା ରେକର୍ଡ ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଯାଞ୍ଚ ଗୋଟିଏ ଟ୍ରାକରେ ଚାଲିଥିବାବେଳେ ଅଚାନକ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ହ୍ବାଟ୍ସଆପ ଚାଟ୍‌ ବଦଳାଇଥିଲା ମାମଲାର ମୋଡ । ଆଉ ଏହାପରେ ବଲିଉଡ ସହ ଡ୍ରଗ୍ସ ଲିଙ୍କ୍‌ର ହୋଇଥିଲା ଖୁଲାସା । ଘଟଣାରେ ରିଆ ଚକ୍ରବର୍ତ୍ତୀଙ୍କ ସମେତ କିଛି ଜଣଙ୍କୁ ଗିରଫ କରିଥିଲା ପୋଲିସ । ହେଲେ ସେତେବେଳେ ଟ୍ରାକରୁ ହଟିଥିଲା ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଯାଞ୍ଚ ।

ସିବିଆଇ ନିଜ ଯାଞ୍ଚ ପାଇଁ ଅଲିଗଡ, ଫରିଦାବାଦ, ହାଇଦ୍ରାବାଦ, ମୁମ୍ବାଇ ଓ ପାଟନା ଯାଇ ଏକାଠି କରିସାରିଛି ପ୍ରମାଣ । ଆଉ ରେକର୍ଡରେ ରହିଛି ଅନେକ ଲୋକଙ୍କ ବୟାନ । ସେପଟେ ସୁଶାନ୍ତଙ୍କ ଭିସେରା ଯାଞ୍ଚ ପାଇଁ ଏମ୍ସ ପକ୍ଷରୁ ଡାକ୍ତରଙ୍କ ଏକ ଟିମ ଗଠନ କରାଯାଇଥିଲା । ପରେ ଏହି ମାମଲାକୁ ଆତ୍ମହତ୍ୟାର ରୂପ ଦେଇଥିଲା ଏମ୍ସ ଡାକ୍ତରୀ ଟିମ ।

ସୁଶାନ୍ତଙ୍କ ମୃତ୍ୟୁକୁ ବର୍ଷେ ପୁରିଥିବାବେଳେ ବାଟବଣା ହେଉଛି କି ସିବିଆଇ ଯାଞ୍ଚ ? କଣ ପାଇଁ ହଟିପାରୁନି ସୁଶାନ୍ତଙ୍କ ମୃତ୍ୟୁ ଉପରୁ ସସପେନ୍ସ ? ଫେଲ ମାରୁଛି କି ସିବିଆଇ ରଣନୀତି ? ତମାମ ପ୍ରଶ୍ନ ମଧ୍ୟରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲା ଉପରୁ ପରଦା ହଟିବା ଦିନକୁ ସମସ୍ତ ଚାହିଁରହିଛନ୍ତି । ପରିବାର ଠୁ ନେଇ ଫ୍ୟାନ୍ସ ସମସ୍ତ ଅଭିନେତାଙ୍କ ନ୍ୟାୟ ଦାବିରେ ଅଟଳ । ଏଭଳିସ୍ଥିତିରେ ସିବିଆଇ ଶୀଘ୍ର ଏହି ଅଡୁଆ ସୂତାର ଖିଅ ଖୋଜିବାରେ ସଫଳ ହେବ ନା ଚାର୍ଜସିଟ ଦାଖଲ କରିବାରେ ବିଫଳ ତାହା ସମୟ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.