ETV Bharat / sitara

ମିଡିଆକୁ ଟାର୍ଗେଟ କରି ରିଆଙ୍କ ସମର୍ଥନରେ ଶିବାନୀ

author img

By

Published : Sep 2, 2020, 5:24 PM IST

ସୋସିଆଲ ମିଡିଆରେ ରିଆଙ୍କ ପାଇଁ ନିଜ ଦୁଃଖ ପ୍ରକାଶ କରି ବର୍ତ୍ତମାନ ଚର୍ଚ୍ଚାରେ ଶିବାନୀ । ପୂର୍ବରୁ ତାପସୀ, ବିଦ୍ୟା ବାଲନ, ରାମଗୋପାଲ ବର୍ମା ତାଙ୍କୁ ସମର୍ଥନ କରିସାରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିବାନୀ ଦାଣ୍ଡେକର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିବାନୀ ଦାଣ୍ଡେକର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ ସନ୍ଦେହରେ ଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାମ ମିଡିଆରେ ବାରମ୍ବାର ଆସିବାରେ ଲାଗିଛି । ଯାହାକୁ ନେଇ ବର୍ତ୍ତମାନ ଅସନ୍ତୋଷ ପ୍ରକାଶ କରୁଛନ୍ତି କିଛି ସେଲିବ୍ରିଟି । ପ୍ରଥମେ ସୋସିଆଲ ମିଡିଆରେ ସାଉଥ ଅଭିନେତ୍ରୀ ଲକ୍ଷ୍ମୀ ମାନଛୁ ଏକ ଟ୍ବିଟ କରି ରିଆଙ୍କ ସମର୍ଥନ କରିଥିଲେ । ଆଉ ଏବେ ଧିରେ ଧିରେ କରି ଅନେକ ସେଲିବ୍ରିଟି ସାମ୍ନାକୁ ଆସି ରିଆଙ୍କୁ ସମର୍ଥନ କରୁଥିବାର ନଜର ଆସୁଛନ୍ତି ।

ଇତିମଧ୍ୟରେ ରିଆଙ୍କ ବନ୍ଧୁ ତଥା ଅଭିନେତ୍ରୀ ଶିବାନୀ ଦାଣ୍ଡେକର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ମୁଁ ରିଆଙ୍କୁ ସେହି ସମୟରୁ ଜାଣିଛି ଯେବେ ସେ 16 ବର୍ଷର ଥିଲେ । ସେ ଜଣେ ଶକ୍ତିଶାଳୀ ଓ ସାହାସୀ ମଧ୍ୟ । ସେ ଜଣେ ଉଜ୍ଜଳ ମହିଳା । ସେ ସବୁବେଳେ ନିଜ ଲାଇଫ ବଞ୍ଚିବାକୁ ଭଲ ପାଆନ୍ତି । ମୁଁ ତାଙ୍କୁ ନେଇ ବହୁତ ଦୁଃଖ ଅନୁଭବ କରୁଛି । କାରଣ କିଛି ମାସ ହେବ ରିଆ ଓ ତାଙ୍କ ପରିବାର ସହ ଯେଉଁପରି ବ୍ୟବହାର କରାଯାଉଛି ସେଥିରେ ମୁଁ ଦୁଃଖି । ଅତ୍ୟଧିକ କଳ୍ପନା ଯୋଗ୍ୟ ଆଘାତ ଅନୁଭବ କରୁଛି । ଆମେ ଦେଖୁଛୁ ଯେ ମିଡିଆ ଏକ ଶିକାର ଉପରେ ସମ୍ପୂର୍ଣ୍ଣ ଶାଗୁଣା ଭଳି ବ୍ୟବହାର କରୁଛି, ଏକ ନିରୀହ ପରିବାରକୁ ଗାଳିଗୁଲଜ କରୁଛି ଓ ସେମାନଙ୍କୁ ନିର୍ଯାତନା ଦେଉଛି । ଯାହା ଆଦୌ ଠିକ୍ କଥା ନୁହେଁ । ପ୍ରଥମେ ମିଡିଆ ପୁରା ପରିବାରର ମାନବ ଅଧିକାରକୁ ଛଡାଇ ନେଇଛି । ଆଉ କୋର୍ଟ ସାଜି ରିଆଙ୍କୁ ଦେଷୀ ମଧ୍ୟ ଘୋଷଣା କରିସାରିଲାଣି ।’

ଖାଲି ଏତିକି ନୁହେଁ ରିଆଙ୍କୁ ସାହାସ ଯୋଗାଇ ଶିବାନୀ ତାଙ୍କୁ କଥା ଦେଇଛନ୍ତି ଯେ ତାଙ୍କ ସାଥ କେବେ ଛାଡିବେ ନାହିଁ । ଏହି ବିଷୟରେ ଆଲୋଚନା କରି ସେ ଲେଖିଛନ୍ତି, ‘ମୋର ରିଆ, ତୁମେ ଶକ୍ତିର ସ୍ତମ୍ଭ, ତେଣୁ ସ୍ଥିର । ତୁମ ପାଇଁ ମୋର ବହୁତ ଭଲପାଇବା ଓ ସମ୍ମାନ ଅଛି, ତୁମେ ଶେଷ ପର୍ଯ୍ୟନ୍ତ ଏହା ସହିତ ଲଢିବ । ତୁମର ପକ୍ଷରେ ସତ୍ୟ ଅଛି । ମୁଁ କ୍ଷମା ମାଗିଛି ଯେ ତୁମକୁ ଏସବୁ ଦେଇ ଗତି କରିବାକୁ ପଡିବ । ମୁଁ କ୍ଷମା ମାଗୁଛି ତୁମ ପାଇଁ କିଛି କରିପାରୁନାହିଁ । ମୁଁ ଦୁଃଖିତ ଯେ ଅନେକ ଲୋକ ତୁମକୁ ହତାଶ କରୁଛନ୍ତି । ତୁମକୁ ସନ୍ଦେହ କରୁଛନ୍ତି । ତୁମ ଆବଶ୍ୟକ ସମୟରେ ମୁଁ ତୁମ ପାଖରେ ନାହିଁ ଯାହା ପାଇଁ ମୁଁ କ୍ଷମା ମାଗୁଛି ।’

@ians_india

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.