ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାର ଯାଞ୍ଚକୁ ମୁମ୍ବାଇ ସ୍ଥାନାନ୍ତର କରିବା ନେଇ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ମଙ୍ଗଳବାର ଏହି ମାମଲାର ଶୁଣାଣିର ରାୟକୁ ସଂରକ୍ଷିତ ରଖିଛନ୍ତି । ମଙ୍ଗଳବାରର ଶୁଣାଣିରେ ଉଭୟ ବିହାର ଏବଂ ମହାରାଷ୍ଟ୍ର ସରକାର ରାଜପୁତଙ୍କ ମୃତ୍ୟୁକୁ ନେଇ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି।
ରିୟାଙ୍କ ଆଇନଜୀବୀ, ସୁଶାନ୍ତ ସିଂଙ୍କ ରାଜପୁତଙ୍କ ପରିବାର ସଦସ୍ୟଙ୍କ ଓକିଲ ଏବଂ ମହାରାଷ୍ଟ୍ର ସରକାରଙ୍କୁ ପ୍ରତିନିଧିତ୍ବ କରୁଥିବା ଓକିଲ ଓ ସଲିସିଟର ଜେନେରାଲଙ୍କ ଯୁକ୍ତି ଶୁଣିବା ପରେ ସମସ୍ତଙ୍କ ପକ୍ଷରୁ ମାମଲାରେ ବିସ୍ତୁୃତ ଭାବେ ଲିଖିତ ବିବରଣୀ ଚାହିଁଛନ୍ତି । ଏହି ମାମଲା ପରବର୍ତ୍ତୀ ଶୁଣାଣି ଅଗଷ୍ଟ 13ରେ କରାଯିବ ।
ରିୟାଙ୍କ ଓକିଲଙ୍କ କହିଥିଲେ , ପାଟନାର ମାମଲାର ଏହି ଘଟଣାରେ କିଛି ସମ୍ପୃକ୍ତି ନାହିଁ । ବିହାର ପୋଲିସ ଏହି ମାମଲାକୁ ମୁମ୍ବାଇକୁ ସ୍ଥାନାନ୍ତର କରିଦେବା ଉଚିତ । ଏଥିସହ ସେ ଅଭିଯୋଗ କରିଛନ୍ତି, ସୁଶାନ୍ତଙ୍କ ବାପା ରିୟାଙ୍କୁ ଫସାଇ ଦେବା ପାଇଁ କିଛି ପ୍ରଭାବଶାଳୀ ସମ୍ପର୍କୀୟଙ୍କ ବ୍ୟବହାର କରାଯାଉଛି । ରିୟା କହିଥିଲେ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କୁ ମାନସିକ ଭାବ ଆଘାତ ଲାଗିଛି, ମାତ୍ର ତାଙ୍କୁ ଏବେ ଦୋଷୀ ଭାବେ ପରିଗଣତି କରାଯାଉଛି ।
ସେପଟେ ସୁଶାନ୍ତଙ୍କ ପରିବାର ପକ୍ଷରୁ ମାମଲା ଲଢୁଥିବା ଓକିଲ କହିଥିଲେ, ମହାରାଷ୍ଟ୍ର ଉପରେ ରାଜନୈତିକ ଚାପ ଅଛି ବିହାରରେ ନୁହେଁ, ମୁମ୍ବାଇ ପୋଲିସ ମାମଲାର କୌଣସି ଦଲିଲ ଦେଇନାହିଁ ବିହାର ପୋଲିସକୁ ହସ୍ତଗତ କରିନାହିଁ...ମୁମ୍ବାଇ ପୋଲିସ ବିହାର ପୋଲିସକୁ ଯାଞ୍ଚ ନେଇ କୌଣସି ସହଯୋଗ ମଧ୍ୟ କରୁନାହିଁ । ଏହି ମାମଲାରେ ସେମାନେ କ’ଣ ଭୟ କରୁଛନ୍ତି? ” ବିହାର ପୋଲିସ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଡଭୋକେଟ୍ ମନିନ୍ଦର ସିଂ ଜଷ୍ଟିସ୍ ହ୍ରିକିକେଶ ରୟଙ୍କ ଏକ ଜଣକିଆ ଖଣ୍ଡପୀଠରେ କହିଥିଲେ।