ETV Bharat / sitara

ସୁଶାନ୍ତ ଆତ୍ମହତ୍ୟା ମାମଲା: ଅପୂର୍ବଙ୍କୁ ତିନି ଘଣ୍ଟା ଜେରା କରିଛି ପୋଲିସ - dharma productions ceo apoorva mehta

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ ର ସିଇଓ ଅପୂର୍ବ ମେହେତାଙ୍କୁ ଅମ୍ବୋଲି ପୋଲିସ ଷ୍ଟେସନରେ ପ୍ରାୟ 3 ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଏପର୍ଯ୍ୟନ୍ତ ପ୍ରାୟ 40 ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

sushant case cops question dharma productions ceo apoorva mehta
ସୁଶାନ୍ତ ଆତ୍ମହତ୍ୟା କେସ: ଅପୂର୍ବଙ୍କୁ ତିନି ଘଣ୍ଟା ଧରି ପଚରାଉଚରା କରିଥିଲା ପୋଲିସ
author img

By

Published : Jul 28, 2020, 6:50 PM IST

ମୁମ୍ବାଇ: ମଙ୍ଗଳବାର ଦିନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଧର୍ମା ପ୍ରଡକ୍ସନ୍ ର ସିଇଓ ଅପୂର୍ବ ମେହେତାଙ୍କ ବୟାନ ଅମ୍ବୋଲି ପୋଲିସ ଷ୍ଟେସନରେ ରେକର୍ଡ କରାଯାଇଛି ।

  • Mumbai: Apoorva Mehta, CEO of Dharma Productions, has left the Amboli Police Station after being questioned for 3 hours in connection with Sushant Singh Rajput death case. #Maharashtra https://t.co/Gm5Ay5mE7b

    — ANI (@ANI) July 28, 2020 " class="align-text-top noRightClick twitterSection" data=" ">

ରବିବାର ଏହି ମାମଲାରେ ମୁମ୍ବାଇ ପୋଲିସ ଅପୂର୍ବଙ୍କୁ ଡକାଇଥିଲା ଏବଂ ଆଜି ତାଙ୍କୁ ପ୍ରାୟ 3ଘଣ୍ଟା ଧରି ପଚରାଉଚରା କରିଥିଲା ।

ଏହାପୂର୍ବରୁ ସୋମବାର ଦିନ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କୁ ପୋଲିସ ସାନ୍ତା କ୍ରୁଜ ପୋଲିସ ଷ୍ଟେସନରେ ପ୍ରାୟ ଦୁଇ ଘଣ୍ଟା ଧରି ପଚରାଉଚରା କରିଥିଲା ।

ଏହି ମାମଲାରେ ଏପର୍ଯ୍ୟନ୍ତ ପ୍ରାୟ 40 ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଯେଉଁଥିରେ ସଞ୍ଜୟ ଲୀଲା ଭନସାଲୀ, ଶେଖର କପୁର, ସଞ୍ଜନା ସାଙ୍ଗୀ, ମୁକେଶ ଛାବ୍ରା, ଫିଲ୍ମ ଇଣ୍ତଷ୍ଟ୍ରି ସହିତ ଜଡିତ କିଛି ନିର୍ଦ୍ଦେଶକମାନେ ଅନ୍ତଭୁର୍କ୍ତ ।

ପ୍ରକାଶ ଥାଉ ଯେ, ଜୁନ୍ 14 ରେ ସୁଶାନ୍ତ ତାଙ୍କ ମୁମ୍ବାଇ ଫ୍ଲାଟରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ପୋଷ୍ଟ ମର୍ଟମରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଆତ୍ମହତ୍ୟା କରିଛନ୍ତି । ଏଥିସହ ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଡିପ୍ରେସନରେ ଥିଲେ । ଏବେ ପ୍ରଶ୍ନ ହେଉଛି ଯେ, ସେ ଡିପ୍ରେସନରେ କାହିଁକି ଥିଲେ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

https://www.etvbharat.com/hindi/delhi/sitara/cinema/sushant-case-cops-question-dharma-productions-ceo-apoorva-mehta/na20200728173346465

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.