ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ପାଞ୍ଚ ମାସରୁ ଅଧିକ ସମୟ ବିତି ଗଲାଣି, କିନ୍ତୁ ସିବିଆଇ ଏପର୍ଯ୍ୟନ୍ତ ଏହି ମାମଲାର ତଦନ୍ତ କରୁଛି । ଅଭିନେତାଙ୍କ ମୃତ୍ୟୁକୁ ନେଇ ଏବେ ମଧ୍ୟ ଅନେକ କଳ୍ପନାଜଳ୍ପନା ଚାଲିଛି । ଅଭିନେତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ନ୍ୟାୟ ପାଇଁ ନିବେଦନ କରୁଛନ୍ତି । ଏହି ମାମଲାରେ ଏକ ତଥ୍ୟ ଏବେ ସାମ୍ମନାକୁ ଆସିଛି ।
ଖବର ଅନୁଯାୟୀ, ସୁଶାନ୍ତ ମୃତ୍ୟୁର ଦିନେ ପୂର୍ବେ ଅର୍ଥାତ୍ ଜୁନ୍ ୧୩ ତାରିଖରେ ଏକ ଫିଲ୍ମ ବିଷୟରେ ବହୁତ ସମୟ କଥାବାର୍ତ୍ତା କରିଥିଲେ । ସୁଶାନ୍ତ ନିର୍ଦ୍ଦେଶକ ନିଖିଲ ଆଡଭାନୀଙ୍କ ଫିଲ୍ମରେ କାମ କରିବାକୁ ପ୍ରସ୍ତୁତି କରୁଥିଲେ । ୨୬/୧୧ ଆତଙ୍କବାଦୀ ଆକ୍ରମଣ ଉପରେ ହେବାକୁ ଯାଉଥିବା ଏହି ଫିଲ୍ମକୁ ଅଭିଯୁକ୍ତ ଅଜମଲ କସାବକୁ ନେଇ ନିର୍ମାଣ କରିବାର ଯୋଜନା ଥିଲା । ଏହି ସଂପର୍କରେ 13 ଜୁନ୍ ରେ ଟ୍ୟାଲେଣ୍ଟ ଏଜେନ୍ସିର ଉଦୟ ସିଂ ଗୌରୀ ସୁଶାନ୍ତଙ୍କ ସହ କଥା ହୋଇଥିଲେ । ଏହି ଚଳଚ୍ଚିତ୍ର ବିଷୟରେ ଅଭିନେତାଙ୍କୁ ବିସ୍ତୃତ ଭାବରେ କୁହାଯାଇଥିଲା ।
- " class="align-text-top noRightClick twitterSection" data="
">
ଯାଞ୍ଜ ଏଜେନ୍ସିର ପଚରାଉଚରା ବେଳେ ଗୌରୀ କହିଥିଲେ ଯେ, ସେ ଜୁନ୍ ୧୩ ତାରିଖରେ ସୁଶାନ୍ତଙ୍କ ସହ କଥା ହୋଇଥିଲେ। କଥାବାର୍ତ୍ତା ସମୟରେ ନିର୍ଦ୍ଦେଶକ ନିଖିଲ ଆଡଭାନି ଏବଂ ନିର୍ମାତା ରମେଶ ତୁରାନୀଙ୍କୁ ମଧ୍ୟ କନଫରେନ୍ସରେ ରଖାଯାଇଥିଲା । ସାତ ମିନିଟର ବାର୍ତ୍ତାଳାପ ସମୟରେ ଫିଲ୍ମର ଅନେକ ଦିଗ ଉପରେ ଆଲୋଚନା କରାଯାଇଥିଲା । କେବଳ ଏତିକି ନୁହେଁ, ସୁଶାନ୍ତଙ୍କ କଲ୍ ଡିଟେଲ୍ସ କହୁଛି ଯେ ସେ ଗୌରୀଙ୍କ ସହ5 ରୁ 6 ଥର ବାର୍ତ୍ତାଳାପ କରିଛନ୍ତି ।
ଗୌରୀଙ୍କ କହିବାନୁସାରେ, ଜୁନ୍ ୧୫ ତାରିଖରେ ଭିଡିଓ କନଫରେନ୍ସ ଜରିଆରେ ମଧ୍ୟ ସୁଶାନ୍ତଙ୍କ ସହ ଫିଲ୍ମକୁ ନେଇ କଥା ହେବାର ଯୋଜନା ଥିଲା । କିନ୍ତୁ ସୁଶାନ୍ତ ତା ପୂର୍ବ ଦିନ ଆତ୍ମହତ୍ୟା କରି ଦେଇଥିବାରୁ ଏହା ହୋଇପାରିନଥିଲା।
ପ୍ରକାଶ ଥାଉ ଯେ, ସୁଶାନ୍ତଙ୍କ ଶେଷ ଫିଲ୍ମ ଥିଲା ‘ଦିଲ ବେଚାରା’ । ଫିଲ୍ମରେ ସୁଶାନ୍ତ ଏବଂ ସଞ୍ଜନାଙ୍କ ସୁନ୍ଦର କେମିଷ୍ଟ୍ରି ଦେଖିବାକୁ ମିଳିଥିଲା।