ନୂଆଦିଲ୍ଲୀ: ଶନିବାର ଦିନ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ 5 ମାସ ବିତିଗଲା । କିନ୍ତୁ ଏପର୍ଯ୍ୟନ୍ତ ମଧ୍ୟ ଅଭିନେତାଙ୍କ ପ୍ରଶଂସକ ତାଙ୍କ ପରିବାର ଏବଂ ବନ୍ଧୁମାନେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି ।
ସୁଶାନ୍ତଙ୍କ ଅକାଳ ମୃତ୍ୟୁକୁ ଏପର୍ଯ୍ୟନ୍ତ କେହି ଭୁଲି ପାରୁନାହାଁନ୍ତି । 14 ନଭେମ୍ବରରେ ଦୀପାବଳି ଅବସରରେ ପ୍ରଶଂସକମାନେ ମଧ୍ୟ ସୁଶାନ୍ତଙ୍କୁ ସ୍ମରଣ କରୁଛନ୍ତି ।
ଏହି ସମୟରେ ସୁଶାନ୍ତଙ୍କ ଭାଣିଜୀ ମଲ୍ଲିକା ସିଂ ମଧ୍ୟ ତାଙ୍କ ମାମୁଁଙ୍କୁ ମନେ ପକାଇ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି ।
ମଲ୍ଲିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ମାମୁଁଙ୍କ ସହ ନଜର ଆସିଛନ୍ତି ।
ଏହି ଫଟୋ ସହିତ ମଲ୍ଲିକା ଲେଖିଛନ୍ତି, 'ଭଗବାନ ତୁମକୁ ତାଙ୍କ ସହିତ ରଖିଛନ୍ତି, ଏବଂ ମୁଁ ତୁମକୁ ମୋ ହୃଦୟରେ ରଖିଛି । 5 ମାସ' ।
ଏହି ସମୟରେ, ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଏବେ ସିବିଆଇ ବ୍ୟତୀତ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମଧ୍ୟ କରୁଛନ୍ତି ।