ମୁମ୍ବାଇ: ଲୋକପ୍ରିୟ ଗାୟିକା ଅନୁରାଧା ପୌଡୱାଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି । ଥିରୁଅନନ୍ତପୁରମର ଫ୍ୟାମିଲି କୋର୍ଟରେ ଚାଲିଥିବା କେସ ଉପରେ ରୋକ ଲଗାଯାଇଛି । ଏହାସହ ଯାଚିକାକର୍ତ୍ତା କରମାଲା ମେଡେକ୍ସକୁ ନୋଟିସ ମଧ୍ୟ ପଠାଯାଇଛି । କଥାଟି ହେଲା ଯେ କେରଳର ଜଣେ 45 ବର୍ଷୀୟ ମହିଳା କରମାଲା ମେଡେକ୍ସ ଦାବି କରିଥିଲେ ଯେ ଅନୁରାଧା ପୌଡୱାଲଙ୍କ ସେ ଝିଅ ।
ଏହାକୁ ଆଧାର କରି କରମାଲା ଫ୍ୟାମିଲି କୋର୍ଟରେ ଅନୁରାଧାଙ୍କ ବିରୋଧରେ କେସ ରୁଜୁ କରି 50 କୋଟି ଟଙ୍କା ମାନହାନି ଦାବି କରିଥିଲେ । ନିକଟରେ ଏହି ମାମଲାରେ ଅନୁରାଧା ନିଜ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ ଏପରି ବେକାରିଆ ଷ୍ଟେଟମେଣ୍ଟର ଜବାବ ଦେବା କଥା ନୁହେଁ । ଏହାସହ ତାଙ୍କ ପ୍ରବକ୍ତା କହିଥିଲେ ଯେ କରମାଲା ଜଣେ ସାଇକୋ ରୋଗି । 1974ରେ ତାଙ୍କ ଝିଅ କବିତାଙ୍କ ଜନ୍ମ ହୋଇଥିଲା । ଏମିତିରେ କରମାଲା କେଉଁଠୁ ଆସିଲେ ।
ଅନ୍ୟପଟେ ଅନୁରାଧାଙ୍କୁ ନିଜ ମା କହି କରମାଲା କହିଥିଲେ ପାଖାପାଖି 5 ବର୍ଷ ପୂର୍ବେ ତାଙ୍କ ପିତା ମୃତ୍ୟୁ ପୂର୍ବରୁ ତାଙ୍କୁ ଏହି କଥା କହିଥିଲେ ଯେ ଅନୁରାଧା ତାଙ୍କ ପ୍ରକୃତ ମା' । ଜନ୍ମର 4 ଦିନ ମଧ୍ୟରେ ସେ ତାଙ୍କୁ ପାଳିତ ପିତାମାତାଙ୍କୁ ଦେଇ ମୁମ୍ବାଇ ଚାଲିଯାଇଥିଲେ । ଆଉ ତାଙ୍କୁ ଲାଳନପାଳନ କରୁଥିବା ପିତା ଆର୍ମିରେ ଥିଲେ ଏବଂ ଅନୁରାଧାଙ୍କ ଭଲ ବନ୍ଧୁ ମଧ୍ୟ । ଅନୁରାଧା ଏପରି କରିବାର କାରଣ ଥିଲା ଯେ ସେ ନିଜ ସିଗିଂ କ୍ୟାରିୟରରେ ଖୁବ୍ ବ୍ୟସ୍ତ ଥିଲେ । ସେ ତାଙ୍କ ଦାୟିତ୍ବ କ୍ୟାରିୟର ସମୟରେ ଉଠାଇ ପାରିନଥାଆନ୍ତେ ବୋଲି ଛାଡି ପଳାଇଥିଲେ।