ମୁମ୍ବାଇ: ବିବାଦ ଓ ସଲମାନ ଖାନ ପରସ୍ପର ସହ ଜଡିତ । ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ କ୍ରୋଧର ଶିକାର ହେଉ ଆସୁଛନ୍ତି । ଦିନେ ଛଡା ଦିନେ ତାଙ୍କ ଟ୍ରୋଲ ହେବା ଖବର ଚର୍ଚ୍ଚାର ବିଷୟ ପାଲଟୁଛି । ଏବେ ପୁଣିଥରେ ନିଜ ନୂଆ ପୋଷ୍ଟକୁ ନେଇ ସମାଲୋଚନାର ଶିକାର ହୋଇଛନ୍ତି ସେ ।
ସେ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ରେସିଂ ସାଇକେଲ ଚଲାଉଥିବାର ନଜର ଆସୁଛନ୍ତି । ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି,‘ସୁସ୍ଥ ରୁହନ୍ତୁ ।’ ଏହାକୁ ଆଧାର କରି ବର୍ତ୍ତମାନ ସୋସିଆଲ ମିଡିଆ ୟୁଜର୍ସ ଅପମାନଜନକ କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି ।
ଜଣେ ୟୁଜର ଲେଖିଛନ୍ତି, ‘ସୁସ୍ଥ ରୁହନ୍ତୁ । ସଲମାନ ଭାଇ ଏଥର ସାଇକେଲରେ ଆସୁଛନ୍ତି ଆପଣଙ୍କ ଉପରେ ଚଢାଇବା ପାଇଁ ।’ ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ସଲମାନଙ୍କଠୁ ନିଜକୁ ବଞ୍ଚାଇ ରଖ । ସଲମାନ ଭାଇ ସାଇକେଲ ଚଲାଇ ହିଟ୍ ଆଣ୍ଡ ରନ କେସ କରିବେ ।’
- " class="align-text-top noRightClick twitterSection" data="
">
ପ୍ରଥମେ କାର, ପରେ ଟ୍ରାକ୍ଟର ଆଉ ଏବେ ସାଇକେଲ ଆଉ କେତେ ଜଣଙ୍କ ଉପରେ ଚଢାଇବା ପରେ ସଲମାନ ଶାନ୍ତ ପଡିବେ । କେହି ଆପଣଙ୍କ ପାଇଁ ସୁସ୍ଥ ରହିପାରୁନାହାଁନ୍ତି । ଦୟା କରି ଫୁଟପାଥରେ ସାଇକେଲ ଚଲାନ୍ତୁ ନାହିଁ’ ବୋଲି ତୃତୀୟ ୟୁଜର ଲେଖିଛନ୍ତି ।
ଖାଲି ଏତିକି ନୁହେଁ ଏହାସହ ତାଙ୍କୁ ଅନେକ ୟୁଜର୍ସ ପ୍ରଶ୍ନ କରିଛନ୍ତି ଯେ କାହିଁକି ସେ ବିଏମସି ଦ୍ବାରା କଙ୍ଗନା ରଣାୱତଙ୍କ ଅଫିସ୍ ଉଚ୍ଛେଦ ପ୍ରକ୍ରିୟା ଉପରେ ମୌନ ବ୍ରତ ପାଳନ କରୁଛନ୍ତି । ତାଙ୍କର କଣ କୌଣସି ଅଧିକାର ନାହିଁ ନାଗରିକ ରୂପେ ଏହାର ବିରୋଧ କରିବାରେ ।
@ians