ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତ ନିଜର ଆଗାମୀ ମେଡିକାଲ ଚେକଅପ୍ ପାଇଁ ଶୁକ୍ରବାର ବିଳମ୍ବିତ ରାତିରେ ସେ ଆମେରିକା ଯାତ୍ରା କରିଛନ୍ତି । ଯାତ୍ରା ସମୟରେ ତାଙ୍କୁ ଚେନ୍ନାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଏହି ସମୟରେ ତାଙ୍କ ସହ ପତ୍ନୀ ଲତା ମଧ୍ୟ ଥିଲେ । ଭଉୟ ପତିପତ୍ନୀଙ୍କ ଫଟୋ, ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
-
Superstar @rajinikanth left to #USA earlier today for regular health checkup. #Thalaiva #Rajnikanth pic.twitter.com/BXYmkhsYeR
— VamsiShekar (@UrsVamsiShekar) June 19, 2021 " class="align-text-top noRightClick twitterSection" data="
">Superstar @rajinikanth left to #USA earlier today for regular health checkup. #Thalaiva #Rajnikanth pic.twitter.com/BXYmkhsYeR
— VamsiShekar (@UrsVamsiShekar) June 19, 2021Superstar @rajinikanth left to #USA earlier today for regular health checkup. #Thalaiva #Rajnikanth pic.twitter.com/BXYmkhsYeR
— VamsiShekar (@UrsVamsiShekar) June 19, 2021
ନିକଟରେ ରଜନୀ ନିଜର ଆଗାମୀ ଫିଲ୍ମ ‘Annaatthe’ ସୁଟିଂ ହାଇଦ୍ରାବାଦରେ ଶେଷ କରିଥିଲେ । ଆଉ କାମରୁ ଫୁରସତ ପାଇ ସେ ପତ୍ନୀଙ୍କ ସହ ଆମେରିକାକୁ ଯାତ୍ରା କରିଛନ୍ତି । ରିପୋର୍ଟ ଅନୁଯାୟୀ ଦୀର୍ଘ ସମୟରୁ ରଜନୀ ଏକ ରୋଗରେ ଆକ୍ରାନ୍ତ ଅଛନ୍ତି । ଯାହାର ଚେକଅପ୍ ତାଙ୍କୁ ପ୍ରାୟତଃ କରିବାକୁ ପଡେ । ଏଥିପାଇଁ ସେ ଆମେରିକାରେ ନିଜର ଚିକିତ୍ସା କରାଉଛନ୍ତି ।
ପ୍ରକାଶ ଥାଉକି ରଜନୀ ଏବେ ଚାର୍ଟାର୍ଡ ପ୍ଲେନ ଜରିଆରେ ଦୋହା ଯାତ୍ରା କରିଛନ୍ତି । ସେହିପରି କତାରରୁ ସେ ଆମେରିକା ପ୍ୟାସେଞ୍ଜର ଫ୍ଲାଇଟରେ ଯାତ୍ରା କରିବେ । ଶୁଣିବାକୁ ମିଳୁଛି ଯେ ସେ ଜୁଲାଇ 8 ପର୍ଯ୍ୟନ୍ତ ବିଦେଶରେ ରହିବେ । ଆଉ ପୁରା ଚେକଅପ୍ ପରେ ଭାରତ ଫେରିବେ ।