ETV Bharat / sitara

ନେଦରଲ୍ୟାଣ୍ଡରେ ରିଲିଜ ହେବ ହ୍ରିତିକଙ୍କ ‘ସୁପର 30’ - ନେଦରଲ୍ୟାଣ୍ଡର ସିନେମାହଲରେ ହ୍ରିତିକଙ୍କ ‘ସୁପର 30’

‘ସୁପର 30’ ମେକର୍ସଙ୍କ ଖୁସି ନକହିଲେ ସରେ । କାରଣ ଅଗଷ୍ଟରେ ଏହି ଫିଲ୍ମ ବିଦେଶ ସିନେମାହଲରେ ରିଲିଜ ହେବାକୁ ଯାଉଛି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁପର 30 ଟିମ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁପର 30 ଟିମ
author img

By

Published : Jul 31, 2020, 7:29 PM IST

ମୁମ୍ବାଇ: କୋରୋନା ପ୍ରକୋପ ପାଇଁ ଏଯାବତ ଦେଶରେ ସିନେମାହଲ ବନ୍ଦ ଅଛି । ଯାହାକୁ ଦୃଷ୍ଟି ରଖି ଫିଲ୍ମ ନିର୍ମାତା ନିଜ ନିଜ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ଆରମ୍ଭ କରିଦେଇଛନ୍ତି । ହେଲେ ବିଦେଶରେ ଧିରେ ଧିରେ ସିନେମାହଲ ଖୋଲା ଯାଉଛି । ଇତିମଧ୍ୟରେ ସୁପରଷ୍ଟାର ହ୍ରିତିକ ରୋଶନଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ, ତାଙ୍କ ଅଭିନିତ ଚର୍ଚ୍ଚିତ ଫିଲ୍ମ ‘ସୁପର 30’ ଆସନ୍ତା ମାସରେ ନେଦରଲ୍ୟାଣ୍ଡର ସିନେମାହଲରେ ରିଲିଜ ହେବାକୁ ଯାଉଛି ।

ଏହାର ସୂଚନା ସୁପର 30ର ପ୍ରଡକ୍ସନ କମ୍ପାନୀ ରିଲାଏନ୍ସ ଏଣ୍ଟରଟେମେଣ୍ଟ ଏକ ଟ୍ବିଟ ଜରିଆରେ ସମସ୍ତଙ୍କୁ ଦେଇଛି । ଫିଲ୍ମର ପୋଷ୍ଟର ସେୟାର କରି ଲେଖାଯାଇଛି, ‘ସୁପର 30 ଅଗଷ୍ଟ ମାସରେ ନେଦରଲ୍ୟାଣ୍ଡର ସିନେମାହଲରେ ରିଲିଜ ହେବ।’

ପ୍ରକାଶ ଥାଉକି ‘ସୁପର 30’ ଗତ ବର୍ଷ ଭାରତରେ ରିଲିଜ ହୋଇଥିଲା । ଏହି ଫିଲ୍ମର କାହାଣୀ ବିହାର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନକୁ ନେଇ ଆଧାରିତ । ବକ୍ସ ଅଫିସରେ ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ଶାନଦାର ପ୍ରତିକ୍ରିୟା ମିଳିଥିଲା ।

ସେହିପରି ଫିଲ୍ମରେ ହ୍ରିତିକଙ୍କ ବ୍ୟତୀତ ଅଭିନେତ୍ରୀ ମୃଣାଳ ଠାକୁର, ପଙ୍କଜ ତ୍ରିପାଠୀ, ଆଦିତ୍ୟ ଶ୍ରୀବାସ୍ତବ ଓ ଅମିତ ସାଧ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇ ଥିଲେ ନିର୍ଦ୍ଦେଶକ ବିକାଶ ବହଲ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.