ମୁମ୍ବାଇ: ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଲେ ସୁପରଷ୍ଟାର ହ୍ରିତିକ ରୋଶନ । ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସହ ସମ୍ପୃକ୍ତ ଥିବା ମାମଲାରେ ରେକର୍ଡ ହେବ ତାଙ୍କ ବୟାନ । ନିକଟରେ ଏହି ଦୁଇଜଣଙ୍କ ମାମଲା ସାଇବର ସେଲ କ୍ରାଇମବ୍ରାଞ୍ଚ ଇଣ୍ଟେଲିଜେନ୍ସ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା । କ୍ରାଇମବ୍ରାଞ୍ଚର ଦାୟିତ୍ବରେ ଥିବା ଏବଂ ମୁମ୍ବାଇର ଯୁଗ୍ମ ପୋଲିସ କମିଶନରଙ୍କ ଦ୍ବାରା ଏହି ନିର୍ଦ୍ଦେଶ ଦିଆଯାଇଥିଲା । ଯାହା ଅନୁଯାୟୀ କ୍ରାଇମବ୍ରାଞ୍ଚ ହ୍ରିତିକଙ୍କ ଏଫଆଇଆର ଯାଞ୍ଚ କରିଥାଆନ୍ତେ ।
ହ୍ରିତିକ 2016 ମସିହାରେ କଙ୍ଗନାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ଅଭିନେତ୍ରୀ ତାଙ୍କୁ 100ରୁ ଅଧିକ ମେଲ ପଠାଇ ତାଙ୍କୁ ହଇରାଣ କରିଥିଲେ। ବର୍ତ୍ତମାନ ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ହ୍ରିତିକଙ୍କଠୁ ସବୁ କିଛି ଶୁଣିବାକୁ ଚାହୁଁଛି ।
ସେହିପରି 2016ରେ ସାଇବର ସେଲ କ୍ରାଇମବ୍ରାଞ୍ଚ ହ୍ରିତିକଙ୍କ ଲାପଟପ୍ ଏବଂ ମୋବାଇଲ ଯାଞ୍ଚ ପାଇଁ ଜବତ କରିଥିଲା ।
ପ୍ରକାଶ ଥାଉକି ଡିସେମ୍ବର 2020ରେ ଏହି ମାମଲା ମୁମ୍ବାଇ ପୋଲିସର ସାଇବର ସେଲରୁ କ୍ରାଇମ ଇଣ୍ଟେଲିଜେଣ୍ଟ ୟୁନିଟକୁ ସ୍ଥାନାନ୍ତର କରିବା ପାଇଁ ହ୍ରିତିକଙ୍କ ଓକିଲ ମୁମ୍ବାଇ ପୋଲିସ କମିଶନରଙ୍କୁ ସୁପାରିଶ କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ