ମୁମ୍ବାଇ: ଲକଡାଉନ ପାଇଁ ବର୍ତ୍ତମାନ ଘରେ ବନ୍ଦ ଅଛନ୍ତି ସେଲିବ୍ରିଟି । କୋରୋନାର ଦ୍ବିତୀୟ ଲହର ଆରମ୍ଭ ହେବା ଦିନଠୁ ଫିଲ୍ମ ଠୁ ନେଇ ଟିଭି ଧାରାବାହିକର ସୁଟିଂ ବନ୍ଦ ଅଛି । ଏଥିପାଇଁ ଏବେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ହୋଇଯାଇଛନ୍ତି ସବୁ ଷ୍ଟାର୍ସ । ଏହି କ୍ରମରେ ସାମିଲ ଅଛନ୍ତି ବିଗ ବି ଅମିତାଭ ବଚ୍ଚନ । ସେ ପ୍ରାୟତଃ ନିଜ ସହ ସମ୍ପୃକ୍ତ କିଛି ନା କିଛି ପୋଷ୍ଟ କରି ଫ୍ୟାନ୍ସଙ୍କୁ ମନୋରଞ୍ଜନ କରୁଥିବାର ନଜର ଆସୁଛନ୍ତି ।
- " class="align-text-top noRightClick twitterSection" data="
">
ଏବେ ପୁଣିଥରେ ସେ ନିଜର ଥ୍ରୋବ୍ୟାକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ଅଟୋଗ୍ରାଫ ନେବାକୁ ଜଣେ ଫ୍ୟାନ ଠିଆ ହୋଇଥିବାର ନଜର ଆସୁଛନ୍ତି ।
ସେହିପରି ଏହାର କ୍ୟାପସନରେ ଅମିତାଭ ଲେଖିଛନ୍ତି, ‘ସେହି ଦିନ ଗୁଡିକ ଚାଲିଗଲାଣି, ଯେତେବେଳେ ପ୍ରଶଂସକ ସେମାନଙ୍କର ପ୍ରେମ ଏବଂ କୃତଜ୍ଞତା ପ୍ରକାଶ କରୁଥିଲେ । ଏହି ଛୋଟ ପିଲାଟି କୃତଜ୍ଞତା ଭରା ଥିଲେ । କେବଳ ତାଙ୍କ ଫେସ ଏକ୍ସପ୍ରେସନକୁ ଦେଖନ୍ତୁ । ବର୍ତ୍ତମାନ ଏହା କେବଳ ଏକ ଇମୋଜି । ଯଦି ତୁମେ ଭାଗ୍ୟବାନ ।’