ମୁମ୍ବାଇ: ଲୋକପ୍ରିୟ ଅଭିନେତା ଓ ରାଜନେତା ଏନ ଟି ରାମାରାଓଙ୍କ ସହ ଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ସୋଲେ’ରେ ଅମିତାଭ ବଚ୍ଚନଙ୍କ ଅଭିନୟ ଦେଖି ଦିୱାନା ହୋଇଥିଲେ ନିର୍ମାତା ଅଶ୍ବିନୀ ଦତ୍ତ। ଯାହାପରଠୁ ସେ ଅମିତାଭଙ୍କ ସହ କାମ କରିବାର ସ୍ବପ୍ନ ଦେଖିଆସୁଥିଲେ । ମୁଖ୍ୟ କଥା ହେଲା ଯେ ଏବେ ତାଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି । କାରଣ ତାଙ୍କ ଅପକମିଂ ଫିଲ୍ମରେ ଅଭିନୟ କରିବାକୁ ହଁ ମାରିଛନ୍ତି ଅମିତାଭ । ଖାଲି ଏତିକି ନୁହେଁ ଏହି ଫିଲ୍ମରେ ଅମିତାଭଙ୍କ ସହ ସାଉଥ ସୁପରଷ୍ଟାର ପ୍ରଭାସ ଓ ଦୀପିକା ପାଦୁକୋନ ନଜର ଆସିବେ ।
ଦକ୍ଷିଣ ଭାରତର ଫିଲ୍ମ ପ୍ରଡକ୍ସନ କମ୍ପାନୀ ବୈଜୟନ୍ତୀ ମୁଭିଜ ଏହି ହିନ୍ଦୀ ଫିଲ୍ମ ଜରିଆରେ ନିଜର 50 ବର୍ଷ ପୂରଣ କରିବାକୁ ଯାଉଛି । ଏହି 50 ବର୍ଷ ମଧ୍ୟରେ ବୈଜୟନ୍ତୀ ମୁଭିଜ ଭାରତୀୟ ଭାଷାରେ ଅନେକ ଶାନଦାର ଫିଲ୍ମ ନିର୍ମାଣ କରି ତେଲୁଗୁ ସିନେମାକୁ ପୁରା ବିଶ୍ବରେ ସମ୍ମାନ ଦେଇଛି।
-
Welcome aboard @SrBachchan sir, it is our honor to have you. Your birthday celebrations have begun! #NamaskaramBigB🙏🏽https://t.co/bmG2GXTq1R#Prabhas @deepikapadukone @nagashwin7 @AshwiniDuttCh @SwapnaDuttCh @VyjayanthiFilms pic.twitter.com/IYIi5YvSnv
— Vyjayanthi Movies (@VyjayanthiFilms) October 9, 2020 " class="align-text-top noRightClick twitterSection" data="
">Welcome aboard @SrBachchan sir, it is our honor to have you. Your birthday celebrations have begun! #NamaskaramBigB🙏🏽https://t.co/bmG2GXTq1R#Prabhas @deepikapadukone @nagashwin7 @AshwiniDuttCh @SwapnaDuttCh @VyjayanthiFilms pic.twitter.com/IYIi5YvSnv
— Vyjayanthi Movies (@VyjayanthiFilms) October 9, 2020Welcome aboard @SrBachchan sir, it is our honor to have you. Your birthday celebrations have begun! #NamaskaramBigB🙏🏽https://t.co/bmG2GXTq1R#Prabhas @deepikapadukone @nagashwin7 @AshwiniDuttCh @SwapnaDuttCh @VyjayanthiFilms pic.twitter.com/IYIi5YvSnv
— Vyjayanthi Movies (@VyjayanthiFilms) October 9, 2020
ସେହିପରି ବୈଜୟନ୍ତୀ ମୁଭିଜର ସଂସ୍ଥାପକ ଅଶ୍ବିନୀଙ୍କ ପାଇଁ ଏହି ଆଗାମୀ ଫିଲ୍ମ କୌଣସି ସ୍ବପ୍ନଠୁ କମ ନୁହେଁ । ଫିଲ୍ମରେ ଅମିତାଭଙ୍କ ସାମିଲ ହେବାକୁ ନେଇ ସେ କହିଛନ୍ତି, ‘ଏହି କଥା ସେହି ସମୟର ଯେବେ ମୁଁ ଓ ଏନଟିଆର ସାର ଏକାଠି ଫିଲ୍ମ ଦେଖିବାକୁ ଯାଉଥିଲୁ । ଅନେକଥର ଆମେ ଦୁହେଁ ଅମିତାଭଙ୍କ ସୋଲେ ଫିଲ୍ମ ଦେଖିଥିଲୁ । ଏହି ଫିଲ୍ମ ଏନଟିଆରଙ୍କ ରାମକ୍ରିଷ୍ଣା ଥିଏଟରରେ ଏକ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଏତେ ବର୍ଷ ପରେ ଭାରତୀୟ ସିନେମାର ମହାନାୟକ ଅମିତାଭଙ୍କ ସହ ଏହି ପ୍ରତିଷ୍ଠିତ ଫିଲ୍ମରେ କାମ କରିବା ମୋ ପାଇଁ ସୌଭାଗ୍ୟର କଥା । ମୋ କମ୍ପାନୀ ଏନଟି ରାମାରାଓଙ୍କ ସହ ସିନେମା ଯାତ୍ରା ଆରମ୍ଭ କରିଥିଲା । ଆଉ ମୋ ପ୍ରଡକ୍ସନ ହାଉସର ନାମକରଣ ମଧ୍ୟ ସେ କରିଥିଲେ ।’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ