ETV Bharat / sitara

ବାନ୍ଦିପୋରାରେ ଖିଲାଡି, BSF ଯବାନଙ୍କ ସହ କଲେ ଆଲୋଚନା

author img

By

Published : Jun 17, 2021, 1:58 PM IST

ପୁଣିଥରେ ବାନ୍ଦିପୋରା ଜିଲ୍ଲାରେ ନଜର ଆସିଲେ ଅକ୍ଷୟ କୁମାର । ଆର୍ମି ଓ ବିଏସଏଫ ଯବାନଙ୍କୁ ଭେଟିଲେ ଅଭିନେତା । ଅଧିକ ପଢନ୍ତୁ...

କାଶ୍ମୀରର ବାନ୍ଦିପୋରାରେ ଖିଲାଡି, ଭେଟିଲେ ବିଏସଏଫ ଜୱାନଙ୍କୁ

ଶ୍ରୀନଗର: ସୁପରଷ୍ଟାର ଅକ୍ଷୟ କୁମାର ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଗୁରେଜ ଉପତ୍ୟକାର ନିୟନ୍ତ୍ରଣ ରେଖାରେ ଥିବା ସୁଦୂର ତୁଲାଇଲ ପରିଦର୍ଶନ କରିଥିଲେ । ଅଭିନେତା ଗୁରୁବାର ମଧ୍ୟାହ୍ନ ପ୍ରାୟ 12 ଟା ସମୟରେ ହେଲିକପ୍ଟର ଯୋଗେ ତୁଲାଇଲର ନେରୁ ଗ୍ରାମରେ ପହଞ୍ଚିଥିଲେ । ଆଉ ଏଠାରେ ଥିବା ଆର୍ମି ଏବଂ ବିଏସଏଫ ଯବାନଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ ।

ଏହା ବ୍ୟତୀତ ଅକ୍ଷୟ ଖୁବଶୀଘ୍ର ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ । ଏହି କ୍ରମରେ ସାମିଲ ଅଛନ୍ତି ‘ବଚ୍ଚନ ପାଣ୍ଡେ’, ‘ବେଲ ବଟମ୍’, ‘ଅତରଙ୍ଗୀ ରେ’, ‘ରକ୍ଷାବନ୍ଧନ’ ଭଳି ଫିଲ୍ମ ।

ସେହିପରି ନିକଟରେ ‘ବେଲ ବଟମ’ର ନୂଆ ରିଲିଜ ତାରିଖ ଘୋଷଣା କରିଥିଲେ ମେକର୍ସ । ଆସନ୍ତା 27 ଜୁଲାଇରେ ରିଲିଜ ହେବ ଫିଲ୍ମ । ଅକ୍ଷୟଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ବାନୀ କପୁର, ଲାରା ଦତ୍ତା ଓ ହୁମା କୁରୈଶୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.