ETV Bharat / sitara

‘ବେଲ ବଟମ’ର ପାରିଶ୍ରମିକକୁ ନେଇ ଏମିତି କହିଲେ ଅକ୍ଷୟ... - ଆଗାମୀ ଫିଲ୍ମ ‘ବେଲ ବଟମ’ ନ୍ୟୁଜ

‘ବେଲ ବଟମ’ରେ ଅକ୍ଷୟ ନେଇଥିବା ଫିସ୍‌କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
author img

By

Published : Jun 15, 2021, 10:57 AM IST

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ନିଜର ଆଗାମୀ ଫିଲ୍ମ ‘ବେଲ ବଟମ’କୁ ନେଇ ଚର୍ଚ୍ଚାରେ । ଏହି ଜାସୁସ ଥ୍ରିଲର ଫିଲ୍ମରେ ଅକ୍ଷୟଙ୍କ ସହ ବାନୀ କପୁର କରିବେ ରୋମାନ୍ସ । ଏହାବ୍ୟତୀତ ଦୀର୍ଘ ଦିନରୁ ଅକ୍ଷୟଙ୍କ ଫିସ୍‌କୁ ନେଇ ଚର୍ଚ୍ଚା । ଶୁଣିବାକୁ ମିଳୁଛି ଯେ ଅକ୍ଷୟ ଏହି ଫିଲ୍ମ ପାଇଁ 30 କୋଟି ଟଙ୍କା ଫିସ୍ ନେଇଛନ୍ତି । ଯାହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତା ।

ସେ ସୋମବାର ଏକ ଟ୍ବିଟ କରି ଏହି ଖବରକୁ ଖଣ୍ଡନ କରିବା ସହ ଲେଖିଛନ୍ତି, ‘ନକଲି ଚାମଚାକୁ ଉଠାଇବା କେମିତି ଲାଗେ ।’ ତାଙ୍କ ଟ୍ବିଟ ଏକ ସମ୍ବାଦ ରିପୋର୍ଟର ଉତ୍ତରରେ ଆସିଛି ଯେଉଁଥିରେ ଦର୍ଶାଯାଇଥିଲା ଯେ 'ବେଲ ବଟମ୍' ପାଇଁ ଅଭିନେତା 30 କୋଟି ଟଙ୍କା ଫିସ୍ ନେଇଛନ୍ତି ।

ସେପଟେ ଫିଲ୍ମ ନିର୍ମାତା ବାଶୁ ଭଗନାନି ମଧ୍ୟ ଏହିପରି ସମସ୍ତ ରିପୋର୍ଟକୁ ଅସ୍ବୀକାର କରିଛନ୍ତି । ଏହି ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି, ‘ଏହି ଖବରରେ କୌଣସି ସତ୍ୟତା ନାହିଁ।’

ପ୍ରକାଶ ଥାଉକି ନିର୍ଦ୍ଦେଶକ ସଞ୍ଜୀତ ଏମ. ତିୱାରୀଙ୍କ ଦ୍ବାରା ନିର୍ଦ୍ଦେଶିତ ବେଲ ବଟମରେ ବାନୀ ଓ ଅକ୍ଷୟଙ୍କ ବ୍ୟତୀତ ଲାଲା ଦତ୍ତା, ହୁମା କୁରୈଶୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.