ETV Bharat / sitara

ଫୌ-ଜିର ଜାତୀୟ ସଙ୍ଗୀତ ଲଞ୍ଚ କଲେ ଖିଲାଡି, 26ରେ ରିଲିଜ ହେବ ଗେମ୍ - ପବ୍-ଜି ପରିବର୍ତ୍ତେ ଫୌ-ଜି

ଚୀନକୁ କଡା ଟକ୍କର ଦେବା ପାଇଁ ଭାରତରେ ଅକ୍ଷୟ ଲଞ୍ଚ କରିବାକୁ ଯାଉଛନ୍ତି ଆକ୍ସନ ଗେମ୍ ଫୌ-ଜି । ଯାହାର ଜାତୀୟ ସଙ୍ଗୀତ ଜାରି କରି ଗେମ୍ ରିଲିଜର ଘୋଷଣା କରିଛନ୍ତି ସେ ।

ଫଟୋ ସୌଜନ୍ୟ: ଇନଷ୍ଚାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଚାଗ୍ରାମ@ଅକ୍ଷୟ କୁମାର
author img

By

Published : Jan 4, 2021, 10:24 AM IST

ମୁମ୍ବାଇ: ଗତ ବର୍ଷ ଭାରତ ସରକାର ପବ୍-ଜି(PUBG) ସମେତ 118 ଟି ଚାଇନିଜ୍ ମୋବାଇଲ ଆପ୍ ଉପରେ ପ୍ରତିବନ୍ଧକ ଲଗାଇ ଚାଇନାକୁ କଡା ଶିକ୍ଷା ଦେଇଥିଲେ । ଏହା ପରେ ସୁପରଷ୍ଟାର ଅକ୍ଷୟ କୁମାର ଦେଶବାସୀଙ୍କୁ ଖୁସି କରିବା ପାଇଁ ପବ୍-ଜି ପରିବର୍ତ୍ତେ ଫୌ-ଜି( FAU-G)ଲଞ୍ଚ କରିବାକୁ ଘୋଷଣା କରିଥିଲେ । ଯାହାର ପୋଷ୍ଟର, ଟିଜର ଭିଡିଓ ମଧ୍ୟ ଜାରି କରି ସମସ୍ତଙ୍କ ଏକ୍ସାଇଟମେଣ୍ଟ ଦୁଇଗୁଣ କରିଦେଇଥିଲେ ସେ । ଆଉ ଏବେ ଏହି ଗେମର ଜାତୀୟ ସଙ୍ଗୀତ ରିଲିଜ କରି ସମସ୍ତଙ୍କୁ ସରପ୍ରାଇଜ ଦେଇଛନ୍ତି ଅକ୍ଷୟ । ଯାହାକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଗେମର ସମ୍ପୂର୍ଣ୍ଣ ନାମ ହେଉଛି ‘ଫେୟାରଲେସ୍ ଆଣ୍ଡ ୟୁନାଇଟେଡ୍ ଗାର୍ଡସ୍’ ।

ସୋସିଆଲ ମିଡିଆରେ ଏହାକୁ ପୋଷ୍ଟ କରି ଅକ୍ଷୟ ଲେଖିଛନ୍ତି, ‘ଦେଶରେ କିମ୍ବା ସୀମାରେ କୌଣସି ଅସୁବିଧା ହେଉ । ଭାରତର ହିରୋମାନେ ସର୍ବଦା ସାହସର ସହ ଛିଡା ହୋଇଥାଆନ୍ତି । ସେମାନେ ଅତ୍ୟନ୍ତ ନିର୍ଭୀକ ଏବଂ ୟୁନାଇଟେଡ୍ ଗାର୍ଡ ଆମର ଫୌ-ଜି ।’ଏହା ସହିତ ଅକ୍ଷୟ 26 ଜାନୁଆରୀରେ ନିଜର ଏହି ଗେମିଂ ଆପ୍ ରିଲିଜ୍ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି ।

ପ୍ରକାଶ ଥାଉକି ପବ୍-ଜି ନିଷେଧାଦେଶ ପରେ ଅକ୍ଷୟ ଏହି ଗେମ୍ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଆନ୍ଦୋଳନକୁ ସମର୍ଥନ କରି ଆକ୍ସନ୍ ଗେମ୍ ଫୌ-ଜି ଲଞ୍ଚ କରିବାକୁ ନେଇ ସେ ଗର୍ବିତ । ମନୋରଞ୍ଜନ ବ୍ୟତୀତ ଖେଳାଳିମାନେ ଆମର ସୈନିକଙ୍କ ବଳିଦାନ ବିଷୟରେ ମଧ୍ୟ ଜାଣିବେ । ଏହାର 20 ଶତକଡା ରାଜସ୍ବ ‘ଭାରତ କେ ଭୀର’ ଟ୍ରଷ୍ଟକୁ ଦାନ କରାଯିବ । ବିଶେଷ କଥା ହେଉଛି ଯେତେବେଳେ ଫୌ-ଜି ଘୋଷଣା ହେଲା, ମାତ୍ର 24 ଘଣ୍ଟା ମଧ୍ୟରେ 10 ଲକ୍ଷରୁ ଅଧିକ ପ୍ରି-ରେଜିଷ୍ଟେସନ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.