ETV Bharat / sitara

ଆସିଲା ‘ଲକ୍ଷ୍ମୀ’ର ନୂଆ ଟ୍ରାକ, ଭୟାନକ ଅବତାରରେ ଲାଜବାବ ଅକ୍ଷୟ

author img

By

Published : Nov 4, 2020, 10:47 AM IST

ରିଲିଜ ହୋଇଯାଇଛି ଫିଲ୍ମ ‘ଲକ୍ଷ୍ମୀ’ର ଦ୍ବିତୀୟ ଗୀତ । କିନ୍ନର ସାଜି ଭଗବାନଙ୍କ ସାମ୍ନାରେ ନାଚୁଛନ୍ତି ଅକ୍ଷୟ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଖିଲାଡି ଅକ୍ଷୟ କୁମାର ଓ କିୟାରା ଆଡଭାନୀଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଲକ୍ଷ୍ମୀ’କୁ ନେଇ ଉତ୍ସାହିତ ଦର୍ଶକ । ଫିଲ୍ମ ଜବରଦସ୍ତ ଟ୍ରେଲର ଓ ପ୍ରଥମ ଗୀତ ପୂର୍ବରୁ ସମସ୍ତଙ୍କ ମନ କିଣିଥିଲା । ଆଉ ଏବେ ଫିଲ୍ମର ଦ୍ବିତୀୟ ଗୀତ ‘ବମ ଭୋଲେ’ ରିଲିଜ କରି ପୁଣି ସମସ୍ତଙ୍କୁ ଦିୱାନା କରିଛନ୍ତି ମେକର୍ସ । ଏହି ଗୀତ ରିଲିଜ ହେବା ମାତ୍ରେ ୟୁଟ୍ୟୁବରେ ମଧ୍ୟ ଚହଳ ସୃଷ୍ଟି କରିଛି । ଗୀତର ଲିରିକ୍ସ, ମ୍ୟୁଜିକ ସହ ଅକ୍ଷୟଙ୍କ କିନ୍ନର ଅବତାର ଦର୍ଶକଙ୍କ ମନ କିଣିବାରେ ଲାଗିଛି ।

କିନ୍ନର ଅବତାରରେ ଅକ୍ଷୟ ଭଗବାନ ଭୋଳାନାଥଙ୍କ ଭକ୍ତିରେ ନାଚୁଥିବାର ଦେଖାଯାଉଛନ୍ତି । ଖାଲି ଏତିକି ନୁହେଁ ଗୀତରେ ଅକ୍ଷୟଙ୍କ ଲୁକ ବହୁତ ଭୟାନକ ମଧ୍ୟ ହୋଇଛି । ଲାଲ ଶାଢୀ ଆଉ ହାତରେ ଚୁଡି ପିନ୍ଧି ଅକ୍ଷୟଙ୍କ ଦମଦାର ଡାନ୍ସ ଯେ ସମସ୍ତଙ୍କୁ ଆକର୍ଷିତ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।

‘ବମ ଭୋଲେ’ ଗୀତ ଫ୍ୟାନ୍ସଙ୍କୁ ଏତେ ପସନ୍ଦ ଆସିଛି ଯେ ରିଲିଜର କିଛି ଘଣ୍ଟା ମଧ୍ୟରେ ଏହାକୁ 4 ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଲାଣି ।

  • " class="align-text-top noRightClick twitterSection" data="">

ପ୍ରକାଶ ଥାଉକି ସାଉଥର ସୁପରହିଟ୍ ଫିଲ୍ମ ‘କଞ୍ଚନା’ର ହିନ୍ଦୀ ରିମେକ ‘ଲକ୍ଷ୍ମୀ’ । ଏହା ଏକ ହରର କମେଡି ଫିଲ୍ମ । ଯାହାକୁ ସାଉଥର ଲୋକପ୍ରିୟ ଅଭିନେତା ତଥା ନିର୍ଦ୍ଦେଶକ ରାଘବ ଲରେନ୍ସ ନିର୍ଦ୍ଦେଶିତ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.