ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର କୋରୋନା କାଳରେ ଦେଶବାସୀଙ୍କ ସେବା କରିବାରେ କୌଣସି ସୁଯୋଗ ଛାଡୁନାହାଁନ୍ତି । ସେ କୋରୋନା ବିରୋଧୀ ଲଢେଇ ପାଇଁ କୋଟି କୋଟି ଟଙ୍କା ଦାନ କରି ନିଜ ମହାନତା ଦେଖାଇ ସାରିଛନ୍ତି । ଆଉ ଏବେ ସେ ମୁମ୍ବାଇ ପୋଲିସକୁ ହେଲ୍ଥ ଟ୍ରାକିଂ ଡିଭାଇସ ଦାନ କରିଛନ୍ତି । ପୂର୍ବରୁ ସେ ନାସିକ ପୋଲିସକୁ ଏହା ଯୋଗାଇଥିଲେ । ଏହି ଡିଭାଇସ ଦ୍ବାରା କୋରୋନା ଯୋଦ୍ଧାଙ୍କୁ ଅକ୍ସିଜେନ, ଶରୀରର ତାପମାତ୍ରା ଓ ହୃଦୟ ଗତିବିଧିର ସୂଚନା ଲଗାତାର ମିଳିବ । ଏହି କାର୍ଯ୍ୟ ପାଇଁ ଶିବସେନା ଯୁବ ନେତା ଆଦିତ୍ୟ ଠାକରେ ସୋସିଆଲ ମିଡିଆରେ ଅକ୍ଷୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଟ୍ବିଟରରେ ଅକ୍ଷୟଙ୍କ ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, ‘ଅକ୍ଷୟ ଆମ ରାଜ୍ୟର ସଶସ୍ତ୍ର ବାହିନୀ ଓ ବିଭିନ୍ନ ରାଜ୍ୟରେ ପୋଲିସଙ୍କ ସମର୍ଥନ କରିଆସୁଛନ୍ତି । ଆମ କୋରୋନା ଯୋଦ୍ଧାଙ୍କୁ ସବୁବେଳେ ସହଯୋଗ କରିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ଆଉ ଆମେ ଏହି ଟ୍ରାକ୍ସକୁ କିଛି ବିଏମସିକୁ ଦେବା ପାଇଁ ଯୋଜନା କରିଛି ।’
-
Earlier today, @akshaykumar ji handed over fitness- health tracking devices to @MumbaiPolice . It gives a constant reading of oxygen, body temp and heart rate, helpful in Covid battle. Last month, Akshay ji gave it to @nashikpolice . (1/n) pic.twitter.com/rgWh2LfbIW
— Aaditya Thackeray (@AUThackeray) August 1, 2020 " class="align-text-top noRightClick twitterSection" data="
">Earlier today, @akshaykumar ji handed over fitness- health tracking devices to @MumbaiPolice . It gives a constant reading of oxygen, body temp and heart rate, helpful in Covid battle. Last month, Akshay ji gave it to @nashikpolice . (1/n) pic.twitter.com/rgWh2LfbIW
— Aaditya Thackeray (@AUThackeray) August 1, 2020Earlier today, @akshaykumar ji handed over fitness- health tracking devices to @MumbaiPolice . It gives a constant reading of oxygen, body temp and heart rate, helpful in Covid battle. Last month, Akshay ji gave it to @nashikpolice . (1/n) pic.twitter.com/rgWh2LfbIW
— Aaditya Thackeray (@AUThackeray) August 1, 2020
ପ୍ରକାଶ ଥାଉକି ଅକ୍ଷୟଙ୍କ ବ୍ୟତୀତ ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଡ ନିକଟରେ 3 ଲକ୍ଷ ପ୍ରବାସୀଙ୍କୁ ଚାକିରୀ ଦେବା ନେଇ ଘୋଷଣା କରିଥିଲେ । ସେ ଗତ 4 ମାସରୁ ଦେଶବାସୀଙ୍କ ସେବାରେ ଲାଗିଛନ୍ତି । ଏଯାବତ ସେ ଅନେକ ଲୋକଙ୍କୁ ଦାନ କରିସାରିଲେଣି । ସୋସିଆଲ ମିଡିଆରେ ଗରିବା ଲୋକଙ୍କ ପୋଷ୍ଟ ଦେଖିବା ମାତ୍ରେ ସେ ସଙ୍ଗେ ସଙ୍ଗେ ସାହାଯ୍ୟ ପାଇଁ ବାହାରି ପଡୁଛନ୍ତି।