ETV Bharat / sitara

ପୁଣିଥରେ ଅକ୍ଷୟଙ୍କ ସହ ରୋମାନ୍ସ କରିବେ ଭୂମି

author img

By

Published : Jun 10, 2021, 10:05 AM IST

ଅକ୍ଷୟଙ୍କ ‘ରକ୍ଷାବନ୍ଧନ’ରେ ସାମିଲ ହେଲେ ଭୂମି । ପୂର୍ବରୁ ‘ଟୟଲେଟ: ଏକ ପ୍ରେମ କଥା’ରେ ଏକାଠି କାମ କରିସାରିଛନ୍ତି ଏହି ଯୋଡି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ଦୀର୍ଘ ସମୟରୁ ନିଜର ଅପକମିଂ ଫିଲ୍ମ ‘ରକ୍ଷାବନ୍ଧନ’କୁ ନେଇ ଚର୍ଚ୍ଚାରେ । ଭାଇ-ଭଉଣୀଙ୍କ ନିବିଡ ସମ୍ପର୍କକୁ ନେଇ ଆଧାରିତ ଏହି ଫିଲ୍ମ । ଇତିମଧ୍ୟରେ ଫିଲ୍ମକୁ ନେଇ ବଡ ଘୋଷଣା କରିଛନ୍ତି ଅକ୍ଷୟ । ଯାହାକୁ ନେଇ ଖୁସି ଦର୍ଶକ । କାରଣ ପୁଣିଥରେ ପରଦାରେ ଅଭିନେତ୍ରୀ ଭୂମି ପେଡନେକରଙ୍କ ସହ ରୋମାନ୍ସ କରିବେ ଅକ୍ଷୟ । ଫିଲ୍ମରେ ଭୂମି ସାମିଲ ହେବା ସୂଚନା ଦେଇ ସମସ୍ତଙ୍କୁ ଖୁସ୍ କରିଦେଇଛନ୍ତି ଅକ୍ଷୟ ।

ସେ ବୁଧବାର ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଥିଲେ,‘ଯେତେବେଳେ ତୁମ ଖୁସି ତାହା ଅନୁଭବ ହୁଏ । କାରଣ ଆମେ ପୁଣି ଏକାଠି ହେଉଛୁ । ରକ୍ଷାବନ୍ଧନରେ ସାମିଲ ହେଲେ ଭୂମି ପେଡନେକର ।’

ସେହିପରି ଭାଇରାଲ ହେଉଥିବା ଅକ୍ଷୟଙ୍କ ଏହି ପୋଷ୍ଟରେ ସେ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟ ଓ ଭୂମି ପେଡନେକରଙ୍କ ସହ ନଜର ଆସୁଛନ୍ତି ।

ପ୍ରକାଶ ଥାଉକି ରକ୍ଷାବନ୍ଧନର କାହାଣୀ ଆନନ୍ଦଙ୍କ ସହ ମିଶି ଲେଖିଛନ୍ତି ଜାତୀୟ ପୁରସ୍କାର ସ୍କ୍ରିନରାଇଟର ବିଜେତା ହିମାଂଶୁ ଶର୍ମା । ଯିଏ ‘ଜିରୋ’, ‘ରାଞ୍ଝଣା’ ଏବଂ ‘ତନୁ ୱେଡ୍ସ ମନୁ’ର କାହାଣୀ ଲେଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.